ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0 170

ଚନ୍ଦକା, ୧୪/୧(ଏସଏସନିଉଜ ) ଚନ୍ଦକାଥାନା ଅଧିନସ୍ଥ କଣ୍ଟାବାଡ ପଞ୍ଚାୟତର ନୋଧରା ଆଦିବାସୀ ସାହିରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହକୁ ଶନିବାରଦିନ ପୁଲିସ ଉଦ୍ଧାର କରିଛି । ମୃତ ମହିଳାଙ୍କ ନାମ ସୀତା ତିୟୁ(୪୫) ।
ସକାଳ ସାଢେ ସାତଟା ବେଳେ ମୃତ ମହିଳାଙ୍କ ପୁଅ କୃଷ୍ଣ ତିୟୁ (୨୨) ମା’ ବେକରେ ଗାମୁଛା ବାନ୍ଧି ଘର ଭିତର ପାଖ ସ୍କାଏଲାଇଟ ରେ ଝୁଲିଥିବାର ଦେଖି ଚନ୍ଦକା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗପାଇବାପରେ ୧/୨୩କେଶନଂରେ ଏକ ଅପମୃତ୍ୟୁମାମଲାରୁଜୁକରି ମୃତଦେହକୁ ଜବତ କରି ବ୍ୟବଛେଦପାଇଁ ପଠାଇଥିଲା । ପୋଲିସସୁଚନା ମୁତାବକ ଅଭିଯୋଗକାରୀଙ୍କ ବାପା ଦିତୀୟବିବାହ କରିବା ସହ ଏକାଠିହୋଇ ସମସ୍ତେ ରହିଛନ୍ତି ।ମୃତକସୀତା ତାର ସଉତୁଣୀକୁ କେନ୍ଦ୍ରକରି ଅଧିକାଂଶ ସମୟରେ ସ୍ୱାମୀସହ ଝଗଡାକରୁଥିଲେ ।ଏପରିକିସ୍ୱାମୀ ମଧ୍ୟ ସୀତାକୁ ବହୁବାର ମାରଧର କରୁଥିବାର ସ୍ଥାନୀୟ ଲୋକମାନେ ପୋଲିସ ପଚରାଉଚରାବେଳେ କହିଥିଲେ ।ସ୍ୱାମୀ ଓ ସଉତୁଣୀମିଶି ସୀତାକୁ ମାରିଫେରାର ହୋଇଯାଇଥିବାର ପୋଲିସ ପ୍ରାଥମିକ ତଦନ୍ତବେଳେ ଅନୁମାନ କରୁଥିବାବେଳେ ବ୍ୟବଛେଦ ରିପୋର୍ଟଆସିଲେ ମୃତ୍ୟୁର ପକୃତକାରଣ ଜଣାପଡିବ ବୋଲି ପୋଲିସ କହିଛି ।

 

Leave A Reply

Your email address will not be published.