୩-୨-୨୦୨୩(ଶୁକ୍ରବାର)ମକର ଦି୨୧ନ,ତ୍ରୟୋଦଶୀ ରାତ୍ରିଘ୬।୪୩ ଗତେ ପଶ୍ଚିମେ ଯାତ୍ରା ଶୁଭ । ଅଦ୍ୟ ଦେବତାଗଠନ,ନୌକାଗଠନ ଓ ଚାଳନ,ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ,ନାମକରଣ ଓ ଦୀକ୍ଷାଗ୍ରହଣ । କନ୍ୟାରାଶିର ଘାତଚନ୍ଦ୍ର । ରାତ୍ରିଘ୩।୨ଗତେ କର୍କଟ କନ୍ୟା ତୁଳାବିଛା ମକର କୁମ୍ଭ ମୀନ ବୃଷମିଥୁନ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ବିଛା ଧନୁ ମୀନରାଶିମାନଙ୍କର ଘାତବାର ।ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ବାଇଗଣ ରାତ୍ରି ଘ୬।୪୩ ଗତେ ବିରି ଭକ୍ଷଣ ନିଷେଧ ।
ମେଷ:-ବ୍ୟବସାୟପ୍ରତି ବିଶେଷ ଦୃଷ୍ଟିଦେବେ। ରାଜନୈତିକ ପରିସର ବୃଦ୍ଧିହେବ। ଅଫିସତରଫରୁ ରାଜ୍ୟ ବାହାରକୁ ଯିବାର ସୁଯୋଗପାଇବେ।
ବୃଷ:-ଦିନଟି ଆପଣଙ୍କଲାଗି ବିଶେଷ ଫଳଦାୟୀ। ଲାଗିରହିଥିବା ବିବାଦର ସମାଧାନହୋଇଯିବ। ସାମାଜିକ ମିଳାମିଶା ବଢ଼ିବ।
ମିଥୁନ:-ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବନାହିଁ। ଆର୍ଥିକସ୍ଥିତିରେ ଉନ୍ନତିହେବ। ପ୍ରେମ ସମ୍ବନ୍ଧ ମଧୁର ହେବ।
କର୍କଟ:-ଧାର୍ମିକକାର୍ଯ୍ୟକ୍ରମରେ ଖର୍ଚ୍ଚ କରିପାରନ୍ତି। ସମ୍ମାନିତଲୋକଙ୍କ ସହିତ ମିଶିବେ। ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ ଆଣିବେ।
ସିଂହ:-ସୁଖସୌଭାଗ୍ୟ ମିଳିବାର ଦିନଟିଏ। ରାଜନୀତିରେ ସଫଳତା ପାଇବେ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେବି କିଛି କରିପାରିବେନାହିଁ।
କନ୍ୟା:-ବନ୍ଧୁମାଧ୍ୟମରେ କିଛିଆଶା ପୂରଣ ହେବ। ଆର୍ଥିକସ୍ଥିତିରେ ଉନ୍ନତି ହେବ। ଘରୋଇପରିବେଶ ଶାନ୍ତିମୟ ରହିବ। ପ୍ରେମବ୍ୟାପାର ପାଇଁ ଭଲ ଦିନଟିଏ।
ତୁଳା:-କ୍ୟାରିୟର ଗଢ଼ିବାପାଇଁ ନୂଆସୁଯୋଗ ପାଇବେ। କର୍ମକ୍ଷେତ୍ରରେ ନୂଆ ବନ୍ଧୁତା ହୋଇପାରେ। ଜମି କିଣିବା ଲାଗି ସୁନ୍ଦର ଯୋଗ ରହିଛି।
ବିଛା:-ସକାରାତ୍ମକଭାବନା ଆଗକୁ ବଢ଼ିବାରେ ସହାୟକହେବ। ପରିଶ୍ରମରଫଳ ନିଶ୍ଚୟ ପାଇବେ। ବିରୋଧୀ ପକ୍ଷ ଗୋପନରେ ଆପଣଙ୍କୁ ପ୍ରଶଂସା କରିବେ।
ଧନୁ:-ପିତାଙ୍କରଆୟରେ ବୃଦ୍ଧିହେବ। ପୁଞ୍ଜିବଜାରରେ ନିବେଶ କରନ୍ତୁ, ଭବିଷ୍ୟତରେ ଲାଭ ପାଇବେ। ଶାସନରେ ଥିବା ଲୋକଙ୍କ ସହିତ ସଂପର୍କ ହେବ।
ମକର:-ଆପଣ ନିଜକାମ ପାଇଁ ପ୍ରଶଂସା ଓ ପୁରସ୍କାରପାଇବେ। ପ୍ରେମିକାଙ୍କସହିତ ସମ୍ବନ୍ଧ ଆହୁରି ମଧୁର ହେବ। ବ୍ୟବସାୟରେ ବିକ୍ରି ଓ ଆର୍ଥିକ ଲାଭ ବଢ଼ିବ।
କୁମ୍ଭ:-ବ୍ୟବସାୟରେ ଯଥେଷ୍ଟ ଲାଭପାଇବେ। ଅଫିସରେ କାହାପ୍ରତି ଆକର୍ଷିତହେବେ। ମହିଳାମାନେ ଜିନିଷ କିଣିବାପାଇଁ ସହରକୁ ଯିବେ। ସନ୍ତାନ ସମ୍ବନ୍ଧରେ ଚିନ୍ତା ଦୂରହେବ।
ମୀନ:-କୌଣସି କଥାନେଇ ଭାବପ୍ରବଣ ରହିବେ। ଅଧୁରଥିବା କାମ ସଂପୂର୍ଣ୍ଣହେବ। ନାମ ଓ ଯଶ ବୃଦ୍ଧିହେବ। ବ୍ୟବସାୟରେ ନୂଆ ସୁଯୋଗ ଓ କାମ ପାଇବେ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

