ନନ୍ଦନକାନନରେ ପୁଣି ମୃତ୍ୟୁ

ଚାଲିଗଲା ଧୂସରଗଧିଆ ଓ କୁଜିହରିଣର ଜୀବନ

0 167

ବାରଙ୍ଗ,୨/୨(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନର ଜନ୍ତୁ ଲାଳନପାଳନକେନ୍ଦ୍ରରେ ରହୁଥିବା ୧୫ଦିନର ଅଣ୍ଡିରା ଧୂସରଗଧିଆ ଶାବକ ଗୁରୁବାରଦିନ ମୃତ୍ୟୁ ହୋଇଥିବା ଜଣାପଡିଛି।ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଜନ୍ତୁବିଭାଗରେଞରଙ୍କ ପରିଚାଳନା ଗତତ୍ରୃଟି ଓ ରକ୍ଷଣାବେକ୍ଷଣ ଅଭାବରୁ ଶାବକଟିର ମୃତ୍ୟୁ ଘଟିଛିବୋଲି ଆଲୋଚନା ହେଉଛି।ଏହିମୃତ୍ୟୁପରେ ସେମାନଙ୍କସଂଖ୍ୟା ହ୍ରାସପାଇ ୮ରେ ପହଚିଛି। ସୂଚନାଯୋଗ୍ୟଯେ, ଗତମାସ ୧୮ତାରିଖରେ ୨୭ନମ୍ବର(ଖ) ଏନକ୍ଲୋଜରରେ ରହୁଥିବା ଏକ ମାଈ ଧୂସର ଗଧିଆ ଥରକେ ୬ଟି ଶାବକ ଜନ୍ମ ଦେଇଥିଲା।୧୯ତାରିଖରେ ସେମାନଙ୍କ ମଧ୍ୟରୁ ୩ଶାବକଙ୍କର ମୃତ୍ୟୁ ଘଟିଥିଲା। କର୍ତ୍ତୁପକ୍ଷ ଏହାପରେ ମାଠାରୁ ଛୁଆଙ୍କୁ ଅଲଗାକରି ତିନିଶାବକଙ୍କୁ ଜନ୍ତୁ ଲାଳନପାଳନ କେନ୍ଦ୍ରରେ ଆଣିରଖିଥିଲେ ।ଆଜି ସେମାନଙ୍କ ମଧ୍ୟରୁ ଗୋଟିକର ମୃତ୍ୟୁ ଘଟିଛି।ସେହିପରି ବର୍ଷକର ଏକ ମାଈ କୁଜିହରିଣର ଆଜି ମୃତ୍ୟୁ ଘଟିଛି।

 

Leave A Reply

Your email address will not be published.