ଚୋରିଯନ୍ତ୍ରାଂଶ ଜବତ,୩ କୋର୍ଟଚାଲଣ

0 166

ବାରଙ୍ଗ,୨।୨(ଏସଏସନିଉଜ)ନନ୍ଦନକାନନଥାନା ପୁଲିସ ଘର ନିର୍ମାଣରେ ବ୍ୟବହୃତ ଯନ୍ତ୍ରାଂଶ ଚୋରି ଅଭିଯୋଗରେ ତିନି ଜଣଙ୍କୁ ଗିରଫକରି ଗୁରୁବାର ଦିନ କୋର୍ଟଚାଲଣ କରିଛି।
ପ୍ରକାଶଯେ, ନନ୍ଦନକାନନ ଥାନା ଅନ୍ତର୍ଗତ ପଦାସାହିଠାରେ ଥିବା ଏକ ଜମିବ୍ୟବସାୟିଙ୍କ ପ୍ରୋଜେକ୍ଟରେ କାମକରୁଥିବା ଜଣେ କଣ୍ଟ୍ରାକ୍ଟରର ଷ୍ଟୋର-ରୁମରୁ କିଛିଯନ୍ତ୍ରପାତି ମଙ୍ଗଳବାର ବିଳମ୍ବିତ ରାତିରେ ଚୋରୀ ହୋଇଥିବାର ବୁଧବାର ଦିନ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ।ପୋଲିସ ୩୩/୨୩କେଶ ନମ୍ବରରେ ଏକ ମକଦମା ରୁଜୁକରି ତଦନ୍ତ କରିଥିଲେ।ତଦନ୍ତ ସମୟରେ ଯାଜପୁରର ନରେନ୍ଦ୍ର ମଲିକ ଓରଫ ନଣ୍ଡା,ସୁବାସ ତରାଇ ଓରଫ ଅଗାଧୁ,ଗଞ୍ଜାମର ବିଷ୍ଣୁ ମହାରଣାକୁ ପୋଲିସ ଉଠାଇ ଆଣିବାପରେ ଏକ ବାଇକ ସହାୟତାରେ ଘର ନିର୍ମାଣ ଯନ୍ତାପାତିକୁ ନେଇଥିବାର ମାନିଥିଲେ।ପରେ ପୋଲିସ ସେମାନଙ୍କଠାରୁ ଓଡ଼ି୦୪-ଜି-୭୭୪୯ ନମ୍ବର ବିଶିଷ୍ଟ ଏକ ହିରୋହଣ୍ଡାଗ୍ଲାମର ସହ ଘର ନିର୍ମାଣ ଯନ୍ତାପାତିକୁ ଜବତ କରି ଗୁରୁବାରଦିନ କୋର୍ଟଚାଲଣ କରିଛି।

Leave A Reply

Your email address will not be published.