୧୦-୨-୨୦୨୩(ଶୁକ୍ରବାର)ବୃଷ ରାଶିର ଘାତଚନ୍ଦ୍ର । ବିଛା, ଧନୁ ଓ ମୀନ ରାଶିମାନଙ୍କର ଘାତବାର । ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମୂଳା ଦିବା ଘ୮।୧୫ ଗତେ ବେଲ ଭକ୍ଷଣ ନିଷେଧ ।
ମେଷ:-କାରବାରରେ ଅନିଶ୍ଚିତ ସ୍ଥିତି ଉତ୍ପନ୍ନ ହୋଇପାରେ। କାହାରି ପରାମର୍ଶ ଆପଣଙ୍କ କ୍ୟାରିୟରର ଦିଶା ବଦଳାଇ ଦେବ। ପରିବାରରେ ବାତାବରଣ ଶାନ୍ତିଦାୟକ ରହିବ।
ବୃଷ:-ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ। କୌଣସି କଥାକୁ ନେଇ ବଡ଼ ଭାଇଙ୍କ ସହିତ ମତଭେଦ ହୋଇପାରେ। ଛାତ୍ରଙ୍କୁ ଲେଖାପଢ଼ାରେ ଅଧିକ ପରିଶ୍ରମ କରିବାକୁ ହେବ।
ମିଥୁନ:-ଘରର କୌଣସି ମାମଲାରେ ଆପଣଙ୍କୁ ବଡ଼ ନିଷ୍ପତ୍ତି ନେବାକୁ ହେବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ।
କର୍କଟ:-ପିଲାମାନଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ଆପଣଙ୍କୁ ନୂଆ ପ୍ରୋଜେକ୍ଟ ମିଳିପାରେ। ପ୍ରେମୀଯୁଗଳ ଏକାନ୍ତରେ ସମୟ ଅତିବାହିତ କରିବେ।
ସିଂହ:-ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ଅଚାନକ ଖୁସି ଖବର ପାଇପାରନ୍ତି। ଶୀଘ୍ର କାମ ସମାପ୍ତ କରିବାକୁ ଚେଷ୍ଟା କରିବେ। ବିବାହିତଙ୍କ ଲାଗି ଦିନଟି ଆନନ୍ଦମୟ ରହିବ।
କନ୍ୟା:-ଦୈନିକ କାର୍ଯ୍ୟରେ ଆପଣ ପୂର୍ଣ୍ଣରୂପେ ସଫଳତା ପାଇବେ। ଆପଣଙ୍କର କିଛି ନୂଆ ବନ୍ଧୁ ହୋଇପାରନ୍ତି। ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ଚାକିରି ମିଳିବ।
ତୁଳା:-ଲୋକେ ଆପଣଙ୍କ ବ୍ୟବହାରରେ ପ୍ରଭାବିତ ହେବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। କୌଣସି ସାକ୍ଷାତକାର ପାଇଁ ଡାକର ଆସିବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ବିଛା:-ଏକତରଫା ଚିନ୍ତା ଆପଣଙ୍କୁ ଅଡ଼ୁଆରେ ପକାଇପାରେ। କୌଣସି ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। ଫୋନ କିଣିବା ଲାଗି ଭାବିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।
ଧନୁ:-ମୁଣ୍ଡରେ ଘୂରି ବୁଲୁଥିବା ବିଚାର ବଳରେ ଉନ୍ନତି ହେବ। କୌଣସି ପ୍ରିୟବନ୍ଧୁ ସହିତ କଥା ହୋଇପାରନ୍ତି। ସମାଜରେ ଯଶ ଖ୍ୟାତି ବଢ଼ିବ। ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ।
ମକର:-ଦିନଟି ବ୍ୟସ୍ତତାରେ କଟିବ। କିଛି ମାମଲାରେ ଭାବୁକ ହୋଇପାରନ୍ତି। ପୁରୁଣା ଜମିରୁ ଧନଲାଭ ହେବ। ଛାତ୍ରଙ୍କୁ କ୍ୟାରିୟର ସମ୍ବନ୍ଧରେ ଶୁଭ ସୂଚନା ମିଳିବ।
କୁମ୍ଭ:-ଯେଉଁ କାମ କରିବାକୁ ଚାହିଁବେ ସେହି କାମ ଆରାମରେ ସଂପୂର୍ଣ୍ଣ ହୋଇଯିବ। ଚାକିରିଜୀବୀଙ୍କୁ ଭଲ ସୁଯୋଗ ମିଳିବ। ପରିବାରକୁ ଖୁସିର ଆଗମନ ହେବ।
ମୀନ:-କୌଣସି ବଡ଼ କାମ ଭାଇଙ୍କ ସାହାଯ୍ୟରେ ପୂରା ହୋଇଯିବ। ଟ୍ରାଭେଲ୍ ଏଜେନ୍ସି କ୍ଷେତ୍ରରେ ଥିବା ଲୋକଙ୍କର ଆୟ ଭଲ ହେବ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

