ସ୍କୁଲ ଗୃହରେ ଚାଲିଛି ଫାଣ୍ଡି

0 199

ବାରଙ୍ଗ,୯ା୧(ଏସଏସନିଉଜ)ମେଣ୍ଢାଶାଳଅଂଚଳରେ ବିଶୃଙ୍ଖଳା ସ୍ଥିତି ତଥା ଡେରାସ ସରକାରୀ କୃଷିଫାର୍ମରେ କାର୍ଯ୍ୟରତ ୬ଶହ କୃଷିଶ୍ରମିକ ଓ କର୍ତୁପକ୍ଷଙ୍କ ମଧ୍ୟରେ ବାରମ୍ଭାର ବିଶୃଙ୍ଖଳିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୯୮୮ମସିହାରେ ମେଣ୍ଢାଶାଳ ଠାରେ ଏକ ନୁତନଫାଣ୍ଡି ପ୍ରତିଷ୍ଠା କରାଯାଇଥିଲା । ଉପଯୁକ୍ତ ଗୃହ ନମିଳିବାରୁ ସେସମୟରେ ଡେରାସ ସରକାରୀକୃଷିଫାର୍ମର ଏକପରିତ୍ୟକ୍ତ ଘରେ ଫାଣ୍ଡି କାର୍ଯ୍ୟକ୍ଷମ କରାଯାଇ ଅଂଚଳରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇ ପାରିଥିଲା ।ଗତ ଫନିବାତ୍ୟାରେ ଗୃହଟି ସମ୍ପୁର୍ଣଭାଙ୍ଗିଯାଇ ମାଟିରେ ମିଶିଯିବାପରେ ଡେରସ ଫାର୍ମକେନ୍ଦ୍ରର ଇଡକୋଦ୍ୱାରା ନିର୍ମିତ ଏକ ନୁତନ ସ୍ୱାସ୍ଥ୍ୟକେନ୍ଦ୍ର ବାରାଣ୍ଡାରେ ଦୁଇମାସ ପର୍ଯ୍ୟନ୍ତ ଫାଣ୍ଡି ଚାଲିଥିଲା ।ପରେ ଗ୍ରାମପଂଚାୟତକାର୍ଯ୍ୟାଳୟ ନିକଟରେ ଥିବା ଖାଲି ୟୁପିସ୍କୁଲଗୃହକୁ ସ୍ତାନାନ୍ତର କରାଯାଇ ଏବେ ସେଠାରେ ଫାଣ୍ଡି କାର୍ଯ୍ୟ କରୁଅଛି ।ଫାଣ୍ଡି ପାଇଁ ସରକାରଙ୍କ ତରଫରୁ ସ୍ଥାୟୀ ଜାଗାପ୍ରଦାନ କରାଯାଇନଥିବାରୁ ଏବେବି ଫାଣ୍ଡିଟି ସ୍କୁଲଗୃହରେ ଚାଲୁଛି ।ନିକଟରେ ଗୋଠପାଟଣାରେ ନୁତନଫାଣ୍ଡି ପ୍ରତିଷ୍ଠାକରାଯାଇ ନୁତନଗୃହ ନିର୍ମାଣ କରାଯାଉଥିବାବେଳେ ୩୫ବର୍ଷପରେ ମଧ୍ୟ ମେଣ୍ଢାଶାଳ ଫାଣ୍ଡିପାଇଁ ସ୍ଥାୟୀ ଗୃହନିର୍ମାଣ କରାଯାଇପାରିନାହିଁ ।ଏଥି୍‌ପ୍ରତି ସରକାର ତୁରନ୍ତ ଦୃଷ୍ଟିଦେବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.