ପଟିଆ ଡିଗ୍ରୀକଲେଜକୁ ନାକ୍ ର ବିପ୍ଲସ ମାନ୍ୟତା

0 257

ବାରଙ୍ଗ,୯ା୨(ଏସଏସନିଉଜ) ପଟିଆସ୍ଥିତ ରାଜା ମଧୁସୂଦନଦେବ ଡିଗ୍ରୀମହାବିଦ୍ୟାଳୟକୁ ରାଷ୍ଟ୍ରୀୟ ମୂଲ୍ୟାଙ୍କନ ଓ ମାନ୍ୟତା ପରିଷଦ (ନାକ୍)ର ତିନିଜଣିଆ ଉଚ୍ଚପଦସ୍ଥ ପ୍ରତିନିଧି ଦଳ ଗତ ସପ୍ତାହରେ ଦୁଇଦିନଧରି ପରିଦର୍ଶନକରି ଅନୁଷ୍ଠାନକୁ ବି+ ମାନ୍ୟତା ପ୍ରଦାନ କରିଛନ୍ତି। ଭିତ୍ତିଭୂମି, ଶିକ୍ଷାଦାନପ୍ରଣାଳୀ, ଅନୁସନ୍ଧାନ, ନବୀକରଣ, ବିସ୍ତୃତିକରଣ, ଶିକ୍ଷାଦାନର ଉତ୍ସ, ବିଦ୍ୟାର୍ଥୀପ୍ରଗତୀ ଓ ସହାୟତା, ପ୍ରବନ୍ଧନ, ଗବେଷଣା ,ନେତୃତ୍ଵ ଓ ପ୍ରଶାସନ , ସଂସ୍ଥାଗତମୂଲ୍ୟବୋଧ ଓ ଶ୍ରେଷ୍ଠ କାର‌୍ୟ୍ୟପଦ୍ଧତି ଆଦି ୭ଟି ଭିନ୍ନଭିନ୍ନ ବିଷୟ କୁ ଅନୁଧ୍ୟାନ କରିବାପରେ ଉକ୍ତ ପ୍ରତିନିଧିଦଳ କଲେଜକୁ ଏହି ମାନ୍ୟତା ପ୍ରମାଣପତ୍ର ଆସନ୍ତା ୫ବର୍ଷପାଇଁ ପ୍ରଦାନ କରିଛନ୍ତି। ସୂଚନଯୋଗ୍ୟଯେ ପ୍ରଥମଥରପାଇଁ ନାକ୍ ପ୍ରତିନିଧିଦଳ ଏହି କଲେଜକୁ ପରିଦର୍ଶନରେ ଆସିଥିଲେ। ୧୯୯୩ରୁ ପ୍ରତିଷ୍ଠା କରାଯାଇଥିବା ପଟିଆ ଡିଗ୍ରୀକଲେଜ ଏହି ମାନ୍ୟତାପ୍ରାପ୍ତ ହେଲାପରେ, ରାଜଧାନୀରେ ଉଚ୍ଚଶିକ୍ଷାକ୍ଷେତ୍ରରେ ଏକ ଅଗ୍ରଣୀ ମହାବିଦ୍ୟାଳୟରେ ପରିଣତହୋଇ ରଜ୍ୟରେ ସୁନାମ ଅର୍ଜନ କରିବବୋଲି କଲେଜଅଧକ୍ଷ ପ୍ରଶାନ୍ତରାଉତ ମତ ରଖିଛନ୍ତି। ଏହି ସଫଳତା ପାଇଁ ପରିଚାଳନାସମିତି ଅଧ୍ୟକ୍ଷ ତଥା ଭୁବନେଶ୍ୱରଉପଜିଲ୍ଲାପାଳ ଦେବବ୍ରତସାହୁ, ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରୀଛାତ୍ର, ଅଭିଭାବକ, ପୁରାତନବିଦ୍ୟାର୍ଥୀ ମାନଙ୍କୁ ଅଧକ୍ଷ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.