ଆଜିର ରାଶିଫଳ

0 207

୨୦୨୩ ମସିହା ଫେବୃଆରୀ ମାସ ୧୫ ତାରିଖ ବୁଧବାର ,ସୁର୍ଯ୍ୟୋଦୟ- ପ୍ରାତଃ ଘ୬/୧୯/୪୫ ,ସୂର୍ଯ୍ୟାସ୍ତ- ଘ୫/୪୨/୯ ,ଫାଲ୍ଗୁନ ମାସ ,କୃଷ୍ଣ ପକ୍ଷ ,ପଣ୍ଡିତ ବାସ ,ତିଥି- ନବମୀ ଦିବା ଘ୭/୨୪ମି ପରେ ଦଶମୀ କ୍ଷୟ ନିଶାନ୍ତ ଘ୫/୧୮ମି ପର୍ଯ୍ୟନ୍ତତଦନ୍ତେ ଏକାଦଶୀ। ନକ୍ଷତ୍ର- ଜ୍ୟେଷ୍ଠା ରାତ୍ରି ଘ୧/୪ମି ପର୍ଯ୍ୟନ୍ତ ତଦନ୍ତେ ମୂଳା।ଚନ୍ଦ୍ର- ବିଛା ରାତ୍ରି ଘ୧/୪ମି ତଦନ୍ତେ ଧନୁ।ସୌର ଚଳନ- କୁମ୍ଭ ଦି୩ନ ,ଯୋଗ- ବ୍ୟାଘାତ ଦିବା ଘ୧୦/୫୦ମି ପରେ ହର୍ଷଣ ଯୋଗ।କରଣ-  ଦିବା ଘ୭/୨୪ମି ପର୍ଯ୍ୟନ୍ତ ତଦନ୍ତେ ବାଣିଜ୍ୟ କରଣ ସଂନ୍ଧ୍ୟା ଘ୬/୨୧ମି ପର୍ଯ୍ୟନ୍ତ।
ଚନ୍ଦ୍ରଶୁଦ୍ଧି–ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର ଓ କୁମ୍ଭ ଏହି ରାଶି ମାନଙ୍କର ଚନ୍ଦ୍ର ଶୁଦ୍ଧି ରାତ୍ରି ଘ୧/୪ମି ପରେ ମିଥୁନ, କର୍କଟ, କନ୍ୟା, ଧନୁ, ମକର ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ର ଶୁଦ୍ଧି।ଘାତଚନ୍ଦ୍ର–ରାତ୍ରି ଘ୧/୪ମି ପରେ ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ।ଘାତବାର–କର୍କଟ ରାଶିର ଘାତବାର।ତାରାଶୁଦ୍ଧି-୧।୨।୪।୬।୮।୧୦।୧୧।୧୩।୧୫।୧୭।୧୯।୨୦।୨୨।୨୪।୨୬ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୧/୪ମି ପରେ ୨।୩।୫।୭।୯।୧୧।୧୨।୧୪।୧୬।୧୮।୨୦।୨୧।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ତାରା ଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ–ଲାଉ ଦିବା ଘ୭/୨୪ମି ପରେ କଳମଶାଗ ଭକ୍ଷଣ ନିଷେଧ।ଅଶୁଭବେଳା-(କାଳବେଳା) ଦିବା ଘ୯/୯ମି ରୁ ଘ୧୦/୩୪ମି ପର୍ଯ୍ୟନ୍ତ।(ବାରବେଳା) ଦିବା ଘ୧୨/୦ମି ରୁ ଘ୧/୨୬ମି ମଧ୍ୟେ।(କାଳରାତ୍ରି) ରାତ୍ରି ଘ୩/୮ମି ରୁ ଘ୪/୪୨ମି ପର୍ଯ୍ୟନ୍ତ ।ଶୁଭବେଳା–(ଅମୃତ) ସୂର୍ଯ୍ୟୋଦୟରୁ ଦିବା ୭/୫୪ମି ମଧ୍ୟେ, ଘ୧୨/୪୨ମି ରୁ ଘ୨/୧୮ମି ମଧ୍ୟେ, ସଂନ୍ଧ୍ୟା ଘ୬/୩୧ମି ରୁ ରାତ୍ରି ଘ୮/୫୫ମି ମଧ୍ୟେ, ଘ୧/୪୨ମି ରୁ ନିଶାନ୍ତ ଘ୫/୪୨ମି ପର୍ଯ୍ୟନ୍ତ ।ମାହେନ୍ଦ୍ରବେଳା- ଦିବା ଘ୪/୪୨ମିରୁ ସୂର୍ଯ୍ୟାସ୍ତ ଘ୫/୪୨ମି ପର୍ଯ୍ୟନ୍ତ, ରାତ୍ରି ଘ୮/୫୫ମି ରୁ ଘ୧୦/୩୧ମି ପର୍ଯ୍ୟନ୍ତ ।
ମେଷ-ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମିତ୍ର ସୁଖ ମିଳିପାରେ । ବିଦ୍ୟାପ୍ରେମୀ ହେବେ । ଧନାଗମ ହେବ ।
ବୃଷ-ଆଳସ୍ୟ ପରାୟଣ ହେଲେ ବି ଆୟ ଆଶାନୁରୂପ ହେବ।ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମାଲିମୋକଦ୍ଦମାରେ ବିଜୟୀ ହେବେ । ମୋକଦ୍ଦମା ଖର୍ଚ୍ଚ ମିଳିବ । ଧନ, ସମ୍ପଦ,ଭରପୂର ରହିବ । ସୁସ୍ଥ ଓ ନିରାମୟ ରହିବେ ।
ମିଥୁନ-ଅର୍ଥ ପ୍ରାପ୍ତ ହେବେ; ମାତ୍ର ବ୍ୟୟ ବୃଦ୍ଧି ହେବାର ସୂଚନା ମିଳୁଛି । କର୍ମଚଞ୍ଚଳ ରହିବେ । ମଧୁର କଥା କହି ପରକୁ ଆପଣାର କରିପାରନ୍ତି । ଧାର୍ମିକ ପ୍ରକୃତିର ହେବେ ।ସାହସୀ ଓ ଜ୍ଞାନୀ ହେବେ । ଗୁପ୍ତବିଦ୍ୟାରେ ରୁଚି ରହିବ ।
କର୍କଟ-ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି ।ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି ।କର୍ମଚଞ୍ଚଳ ରହିବେ ।ସରକାରୀ ସ୍ତରରେ ସମ୍ମାନିତ ହେବେ ।ଗୃହସୁଖ ସହିତ ଯାନବାହନ ସୁଖ ମିଳିବ । ବହୁବିଦ୍ୟା ପାରଙ୍ଗମ ହେବେ।
ସିଂହ-ଆୟ ଆଶାନୁରୂପ ହେବ । କୁଳ ପ୍ରଦୀପ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ ।ନିଜ ପରିବାର ପ୍ରତି ସ୍ନେହ ଶ୍ରଦ୍ଧା ଅତୁଟ ରହିବ ।
କନ୍ୟା-ଶ୍ରମ ସାର୍ଥକ ହେବ । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ ।ଉଦ୍ୟୋଗୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।ବିନୟୀ ଭାବର ହେବେ ।
ତୁଳା- କାର୍ଯ୍ୟ ବିଳମ୍ବିତ ହୋଇପାରେ। ଈର୍ଷା ପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଶତ୍ରଭାବ ବୃଦ୍ଧି ହେବ । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଜଳଯାତ୍ରା କରିବା ଭଲ।
ବିଛା-ବହୁ ସୁଖର ଅଧୁକାରୀ ହୋଇପାରନ୍ତି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି । ସ୍ଵକର୍ମ ପାଇଁ ମନରେ ଅହଂ ଭାବ ଆସିପାରେ। ଶାନ୍ତ ଓ ଧୈର୍ଯ୍ୟବାନ ହେବେ । ପତ୍ନୀଙ୍କଠାରୁ ପରାମର୍ଶ ମିଳିବ।
ଧନୁ-ଲୋକ ସଂପର୍କ ଅଧୁକତର ହେବ । ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ । ଚକ୍ଷୁରେ ଯନ୍ତ୍ରଣା ଅନୁଭବ କରିପାରନ୍ତି ।ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଶକ୍ତିମାନ୍ ଓ ଶତୃହନ୍ତା ହୋଇପାରନ୍ତି । ଚାକିରିରେ ସୁନାମ ଅର୍ଜନ କରିବେ।
ମକର-କ୍ରୋଧ ସମ୍ବରଣ କଲେ ମାନ୍ୟତା ପ୍ରାପ୍ତ ହେବେ ।କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି ।କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ । ଆର୍ଥିକ ସ୍ରୋତ ବହିବ ।
କୁମ୍ଭ-ତେଜିୟାନ୍ ଓ କଡ଼ା ମିଞ୍ଜାସର ହୋଇପାରନ୍ତି । ଉଦାର ଭାବ ପ୍ରଦର୍ଶନ କରିପାରନ୍ତି । ଦାନ-ଧର୍ମକୁ ଶ୍ରେୟ ମଣିପାରନ୍ତି ।ବ୍ୟକ୍ତିତ୍ଵର ବିକାଶ ଘଟିବ । ସୁସ୍ଥ ଓ ନିରାମୟ ରହିବେ । କୃଷି କର୍ମକାରୀ ହୋଇପାରନ୍ତି । ପ୍ରେମୀ ଓ ବୁଦ୍ଧିମାନ୍ ହେବେ ।
ମୀନ-ବିବାଦୀୟ ଘଟଣାରେ ବିଜୟୀ ହେବେ । ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ । ମଧୁରଭାଷୀ ହୋଇପାରନ୍ତି ।ପ୍ରେମୀ ଓ ସାହସୀ ହେବେ ।ସାନଭାଇମାନଙ୍କଠାରୁ ଆଦର, ସମ୍ମାନ ମିଳିବ। ଧାର୍ମିକ ଓ ବନ୍ଧୁପ୍ରେମୀ ହେବେ ।

ନିତୀବାଣୀ-ନିଜର ବ୍ୟବହାରକୁ ପବିତ୍ରରଖିଲେ ବଦନାମକୁ ଭୟ କରିବାର ଆବଶ୍ୟକତା ନାହିଁ । କାରଣ ମଇଳା କାନ୍ଥରେ ଲାଗିପାରେ ମାତ୍ର ଶଙ୍ଖମର୍ମର ପ୍ରସ୍ତରରେ ତାହା ଲାଗି ପାରିବ ନାହିଁ ।
ବାସ୍ତୁ ଟିପ୍ପଣୀ-ଏପରି ମାନ୍ୟତା ରହିଛିକି ଯେଉଁଘରେ ଶଙ୍ଖରହିଥାଏ ସେହିଘରେ ମାତା ଲକ୍ଷ୍ମୀଙ୍କର ବାସ ରହିଥାଏ । ଧାର୍ମିକ ଶାସ୍ତ୍ର ଅନୁସାରେ ଶଙ୍ଖକୁ ମାତା ଲକ୍ଷ୍ମୀଙ୍କର ଭାଇ ବୋଲି କୁହାଯାଇଛି । କାରଣ ମାତାଲକ୍ଷ୍ମୀଙ୍କ ପରି ଶଙ୍ଖର ମଧ୍ୟ ସମୁଦ୍ରରୁ ହିଁ ଜନ୍ମ ହେଇଚି ।ଶଙ୍ଖ ଏହି କାରଣରୁ ମଧ୍ୟ ଶୁଭା କାରଣ ମାତାଲକ୍ଷ୍ମୀ ଓ ଭଗବାନବିଷ୍ଣୁ ଦୁହେଁ ନିଜନିଜ ହାତରେ ଶଙ୍ଖ ଧାରଣକରିଥାନ୍ତି ।ପ୍ରତୋକ ପୂଜାପାଠରେ ବାତାବରଣକୁ ପବିତ୍ର କରିବାପାଁଇ ଶଙ୍ଖ ଫୁଙ୍କା ଯାଇଥାଏ । ଏହି ଶଙ୍ଖଧ୍ୱନିରେ ମନୁଷ୍ୟ ମନରେ ସକାରାତ୍ମକ ବିଚାର ଆସିଥାଏ ଏବଂ ଉତ୍ତମ ବିଚାରର ଫଳ ମଧ୍ୟ ଉତ୍ତମ ହେଇଥାଏ ।ଶଙ୍ଖରେ ଜଳନେଇ ଶିବ ଓ ଲକ୍ଷ୍ମୀଙ୍କର ଅଭିଷେକ କରାଯାଇଥାଏ ଏବଂ ଏହାଦ୍ୱାରା ଭଗବାନ ପ୍ରସନ୍ନ ହେଇଥାନ୍ତି । ବ୍ରହ୍ମାବେବର୍ତ୍ତ ପୁରାଣରେ ଉଲେଖ ରହିଛିକି ଶଙ୍ଖରେ ଜଳ ରଖିବା ଓ ସେହି ଜଳକୁ ଘରେ ଛିଞ୍ଚିବା ଦ୍ୱାରା ବାତାବରଣରେ ସକାରାତ୍ମକ ଉର୍ଜାର ସଂଚାର ହେଇଥାଏ । ଆଜିର ଦିନଟି ମଙ୍ଗଳମୟ ହେଉ ।
!! ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Leave A Reply

Your email address will not be published.