ଖୁଣ୍ଟୁଣୀ,୧୩।୨(ଏସଏସ ନିଉଜ)ପ୍ରସିଦ୍ଧଶୈବକ୍ଷେତ୍ର ବାବା ଧବଳେଶ୍ୱରଙ୍କ ମହାନଦୀ ଘାଟରେ ମହାନଦୀ ଆଳତୀ
ସୋମବାର ଆରମ୍ଭ ହୋଇଛି । ବିଭୁର୍ଣ ଅଗ୍ରଣୀ ସାମାଜିକ ଅନୁଷ୍ଠାନର ମିଳିତକ୍ରମେ ମହାନଦୀର ସୁରକ୍ଷା ପାଇଁ ଏହି ମହାନଦୀ ଆଳତୀ ଅନୁଷ୍ଠିତ ହୋଇଥିଲା । ମହାନଦୀକୁ ପ୍ରଦ୍ୟୁଷଣ ମୁକ୍ତ କରିବା ପାଇଁ ମହାନଦୀ ଭିତରକୁ ଜରି, ଅନାବନା ବର୍ଯ୍ୟ ବସ୍ତୁ କିମ୍ବା ପଚା ଶବ ଆଦି ଫିଙ୍ଗିବା ନାହିଁ । ଏଥିପାଇଁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏପରି ଏକ ପ୍ରୟାସ ଆଜିଠାରୁ ଏଠାରୁ ଆରମ୍ଭ ହୋଇଛି । ଧବଳେଶ୍ୱରଠାରୁ ମହାନଦୀ କୂଳେକୁଳେ ନରସିଂହପୁର ବାଲିପୁଟ ଦୀର୍ଘ ୧୦୦ କିଲୋମିଟର ପର୍ଯ୍ୟନ୍ତ ଏହି ମହାନଦୀ ଆଳତୀ ଚାଲିବ । ପ୍ରତେକ ମାସର ସଂକ୍ରାନ୍ତିରେ ଆଠଗଡ ସବଡିଭିଜନର ମହାନଦୀ କୂଳରେ ଥିବା ବିଭିନ୍ନ ଶୈବ ମନ୍ଦିର କୂଳରେ ଏହି ମହାନଦୀ ଆଳତୀ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବାର ଜଣାପଡିଛି।
Prev Post
Next Post
