ଆଜିର ରାଶିଫଳ

୨୦୨୩ ମସିହା ଫେବୃଆରୀ ମାସ ୨୩ ତାରିଖ ଗୁରୁବାର ,ସୁର୍ଯ୍ୟୋଦୟ- ପ୍ରାତଃ ଘ୬/୧୪/୪୬ ,ସୂର୍ଯ୍ୟାସ୍ତ- ଘ୫/୪୫/୪୨ ,ଫାଲ୍ଗୁନମାସ ,ଶୁକ୍ଳପକ୍ଷ ,ବୃହସ୍ପତି ବାସ ,ତିଥି- ଚତୁର୍ଥ.ନକ୍ଷତ୍ର- ରେବତୀ ,ଘାତଚନ୍ଦ୍ର-ଧନୁରାଶିର ରାତ୍ରି ଘ୪/୨୮ମି ପରେ ମେଷରାଶିର ଘାତଚନ୍ଦ୍ର।ଘାତବାର-ତୁଳା ଓ କୁମ୍ଭ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ମୂଳା ଭକ୍ଷଣ ନିଷେଧ।ଅଶୁଭ ବେଳା-କାଳ ଓ ବାରବେଳା- ଦିବା ଘ୨/୫୨ମି ରୁ କାଳରାତ୍ରି- ରାତ୍ରି ଘ୧୧/୫୯ମି ରୁ ଘ୧/୩୨ମି ପର୍ଯ୍ୟନ୍ତ।
ମେଷ:-ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି।
ବୃଷ:-ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଦେଖାଦେଇ ପାରେ ପ୍ରତିଯୋଗିତାରେ ସଫଳତା ପାଇବେ । କୌଣସି ଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ।
ମିଥୁନ:-ଆଜି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବଜନିତ କାରଣରୁ ମନସ୍ତାପ କରିବେ । ଅବଶ୍ୟ ଆର୍ଥିକ ଦିଗରୁ ଉପକୃତ ମଧ୍ୟ ହେବେ ,ଏପରିକି ବକେୟା ମଧ୍ୟ ପାଇପାରନ୍ତି।
କର୍କଟ:-ଆଜି ହଠାତ୍ କାୈଣସି ଶୁଭଖବର ପାଇ ବିସ୍ମୟ ପ୍ରକାଶ କରିବେ । ବିଶେଷ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ।ବନ୍ଧୁମାନଙ୍କ ଆଦରକାର୍ଯ୍ୟରେ ସଫଳତା ପୃଷ୍ଠଭୂମି ହୋଇପାରେ। ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବା ସାଙ୍ଗକୁ କଳ୍ପନା ବିଳାସୀ ହୋଇପାରନ୍ତି।
ସିଂହ:-ଆଜି ଆପଣ କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମକରି ଅଭିଳଷିତ ଜିନିଷ ହାସଲ କରିବେ। ସାମାଜିକ ସ୍ତରରେ ମଧ୍ୟ ସମ୍ମାନ ଲାଭ ହେବ। ମନ ଭୁଲାଣିଆ ପଦେ ମଧୁର କଥାରେ ବିମୋହିତ ହୋଇ ଅନ୍ୟମାନଙ୍କ ଦ୍ୱାରା ସହଜରେ ପ୍ରଭାବିତ ହୋଇପାରନ୍ତି।
କନ୍ୟା:-ଆଜି ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟ ମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇବେ। ଆର୍ଥିକ ସମସ୍ୟା ଯୋଗୁ ବ୍ୟସ୍ତ ରହିବାକୁ ପଡ଼ିପାରେ।ଦୁଃଖକୁ ମନରେ ରଖି ମୁହଁରେ ହସ ଫୁଟାଇ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବେ।
ତୁଳା:-ଆଜି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍ ମାର୍ଗର ଅନୁସରଣ କଲେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।ବିବାଦୀୟ ଘଟଣାର ସମାଧାନରୁ ଆଶ୍ୱସ୍ତି ଲାଭ କରିବେ।
ବିଛା:-ଆଜି ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ କରିପାରନ୍ତି। ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ନୈରାଶ୍ୟ ଜନକ ସ୍ଥିତିରୁ ମାନସିକ କଷ୍ଟ ଅନୁଭବ କରିବେ। ବନ୍ଧୁ ମାନଙ୍କ ଅସଂଯତ କାର୍ଯ୍ୟକଳାପ  ଆପଣଙ୍କ ପାଇଁ ସମସ୍ୟାକୁ ବଢ଼ାଇଦେବ।
ଧନୁ:-ଆଜି ଅତୀତ ସ୍ମୃ ତି ରୋମନ୍ଥନ କରି ମାନସିକ ଅବସାଦ ବୃଦ୍ଧି ପାଇବା ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ମାନସିକ ଅସୁସ୍ଥତାର ଅନ୍ୟ ଏକ କାରଣ ହୋଇପାରେ। ଆପଣଙ୍କକାର୍ଯ୍ୟ ଓ ଚିନ୍ତାଧାରା ନିଜ ଲୋକମାନଙ୍କ ମନରେ ଭିନ୍ନ ଭାବ ପୋଷଣ କରିପାରେ।
ମକର:-ଆଜି ପରିବାରରେ ଭୁଲ୍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବା ଆଶଙ୍କା ରହିଛି । ଭ୍ରମଣ ସୁଯୋଗ ଲାଭ ହେବ। ଇଚ୍ଛାବିରୋଧୀ ପରିସ୍ଥିତିର ସମ୍ମୁଖୀନ ହୋଇ ଆପଣଙ୍କ କଠୋର ବାକ୍ୟ ନିଜ ଲୋକମାନଙ୍କୁ ଆଘାତ ଦେଇପାରେ ।ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।
କୁମ୍ଭ:-ଆଜି ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି।ନିକଟସମ୍ପର୍କୀୟ ମାନଙ୍କ ଦ୍ୱାରା ସାହାଯ୍ୟ ଲାଭକରି ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରିପାରିବେ । ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର ଉଧାର କରିବାକୁ ପଡ଼ିପାରେ।
ମୀନ:-ଆଜି ଭଲ ସମ୍ପର୍କ ନ ଥିବା ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପ୍ରତିକୂଳ ମନ୍ତବ୍ୟ ପ୍ରଦାନ କରିବେ।ସ୍ବାସ୍ଥ୍ୟର କ୍ରମୋନ୍ନତି ସାଙ୍ଗକୁ ଇଚ୍ଛା ମୁତାବକ ମୂଲ୍ୟବାନ ଜିନିଷ ପ୍ରାପ୍ତ ହୋଇ ସାମୟିକ ଆନନ୍ଦ ଅନୁଭବ କରିପାରନ୍ତି। ଆପଣ ଭୋଗବିଳାସ ପ୍ରତି ଆକୃଷ୍ଟ ହେବୋ

ନିତୀବାଣୀ-ଗୋଟିଏହସ ହଜାରହଜାର ଦୁ୍ଃଖକୁ ଭୁଲାଇ ଦେଇଥାଏ ଜୀବନ ରାସ୍ତାରେ ସମ୍ଭାଳିକରି ଚାଲିବ ବନ୍ଧୁ କାହିଁକିନା ଗୋଟିଏଭୁଲ ହଜାରହଜାର ସ୍ବପ୍ନକୁ ପୋଡି ପାଉଁଶରେ ପରିଣତ କରିଦିଏ।
ମହାଦେବଙ୍କ ପ୍ରିୟପୁଷ୍ପ-ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭକାମ, ପୂଜାପାଠରେ ଫୁଲ ବ୍ୟବହାର କରାଯାଏ। ବିଭିନ୍ନ ଦେବଦେବୀଙ୍କୁ ଭିନ୍ନଭିନ୍ନ ପୁଷ୍ପ ଅର୍ପଣକରାଯାଏ। ଏହିକ୍ରମରେ ମହାଦେବଙ୍କୁ କେଉଁଫୁଲ ଅର୍ପଣକଲେ ଶୁଭଫଳ ମିଳିଥାଏ ଆସନ୍ତୁ ଜାଣିବା।
ଦୁଦୁରା-ଶିବଲିଙ୍ଗରେ ନିୟମିତ ଦୁଦୁରାଫୁଲ ସହ ବେଲପତ୍ର ଓ ଦୂବ ଅର୍ପଣକଲେ ଧନପ୍ରାପ୍ତି ହୋଇଥାଏ। ସନ୍ତାନପ୍ରାପ୍ତି ଉଦ୍ଦେଶ୍ୟରେ ମହାଦେବଙ୍କୁ ଏହିଫୁଲ ଅର୍ପଣ କଲେ ମନୋକାମନା ପୂର୍ଣ୍ଣ ହୋଇଥାଏ।
ଅରଖ-ଅରଖଫୁଲ ଅର୍ପଣ କରିବାଦ୍ୱାରା କର୍ମକ୍ଷେତ୍ରରେ ସଫଳତା ମଳିବାସହ, ଆର୍ଥିକ ଉନ୍ନତି ଘଟିଥାଏ । ବିଦ୍ୟାର୍ଥୀମାନେ ଶିବଲିଙ୍ଗରେ ଅରଖଫୁଲ ଅର୍ପଣକଲେ ବିଦ୍ୟା କ୍ଷେତ୍ରରେ ଉନ୍ନତି ହୋଇଥାଏ। ଯେଉଁବ୍ୟକ୍ତି ନିୟମିତ ଅରଖଫୁଲ ଅର୍ପଣକରେ, ତାର ମୃତ୍ୟୁପରେ ତାକୁ ଶିବଲୋକପ୍ରାପ୍ତ ହୋଇଥାଏବୋଲି କୁହାଯାଏ।
କନିଅର- ଏହିଫୁଲ ଭଗବାନଶିବଙ୍କର ଖୁବ ପ୍ରିୟଅଟେ। ଏହାକୁ ନିୟମିତ ଅର୍ପଣକଲେ ନିଜ ଇଚ୍ଛାଅନୁଯାୟୀ ଭଲ ଜୀବନସାଥୀ ପ୍ରାପ୍ତି ହୋଇଥାଏ। ଶିବପୁରାଣରେ ଏହି ଫୁଲର ବିଶେଷତ୍ବ ବର୍ଣ୍ଣନା କରାଯାଇଛି। ଶାସ୍ତ୍ରରେ କୁହାଯାଇଛିଯେ, ଏକଲକ୍ଷ କନିଅରଫୁଲ ଶିବଙ୍କୁ ଅର୍ପଣକଲେ ସମସ୍ତରୋଗ ଓ ଶୋକ ନାଶହୋଇଥାଏ।
ଅଗସ୍ତି-ଏହାକୁ ଅର୍ପଣକଲେ ସମାଜରେ ମାନସମ୍ମାନ ଓ ଖ୍ୟାତିପ୍ରାପ୍ତି ହୋଇଥାଏ। ଯେଉଁବ୍ୟକ୍ତି ଅଗସ୍ତିଫୁଲ ମହାଦେବଙ୍କୁ ଅପର୍ଣକରେ, ସେ ଶ୍ରୀହରିଙ୍କ ମଧ୍ୟ ପ୍ରିୟ ହୋଇଥାଏ।
ସେଫାଳି-ଭଗବାନଶିବଙ୍କୁ ସେଫାଳି ଅର୍ପଣକଲେ ମାନସିକ ଶାନ୍ତିମିଳିବା ସହ ଜୀବନରେଥିବା ସମସ୍ତକଷ୍ଟ ଦୂର ହୋଇଥାଏ। ମହାଦେବଙ୍କୁ ଏହିଫୁଲ ଅତ୍ୟନ୍ତପ୍ରିୟ, ତେଣୁ ଏହାକୁ ଅର୍ପଣକଲେ ମୋକ୍ଷପ୍ରାପ୍ତି ହୋଇଥାଏ
ଆଜିର ଦିନଟି ମଙ୍ଗଳମୟ ହେଉା !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

 

- Advertisement -

Leave A Reply

Your email address will not be published.