ଆଜିର ରାଶିଫଳ

0 184

ହୋଲି ଉତ୍ସବ ,୮-୩-୨୦୨୩(ବୁଧବାର)ଦିବା ଘ୮।୫୫ ଗତେ କନ୍ୟା ବିଛା ଧନୁ ମକର ମୀନ ମେଷ କର୍କଟ ସିଂହ ଏ ରାଶିମାନଙ୍କର ।ଚନ୍ଦ୍ରଶୁଦ୍ଧି । ବୃଷରାଶିର ଘାତଚନ୍ଦ୍ର । କର୍କଟରାଶିର ଘାତବାର ।ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ପାଣି କଖାରୁ ରାତ୍ରି ଘ୮।୫ ଗତେ ବୋଇତି କଖାରୁ ଭକ୍ଷଣ ନିଷେଧ ।  ଶ୍ରୀମନ୍ଦିରେ ହୋଲି ଉତ୍ସବ ।
ମେଷ:-କର୍ମ କ୍ଷେତ୍ରରେ ସମସ୍ୟାର ସମାଧାନ ପାଇଁ ଆଜି ମାର୍ଗ ଖୋଜିବେ। ଚାକିରିଜୀବୀଙ୍କୁ ଲାଭ ମିଳିବ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ବହୁତ ଆନନ୍ଦ ପାଇବେ।
ବୃଷ:-ଆପଣଙ୍କ ସାମନାକୁ ନୂଆ ସୁଯୋଗ ଆସିବ। ସମାଜରେ ଆଦର ସମ୍ମାନ ପାଇବେ। ଅଫିସରେ ସହକର୍ମୀଙ୍କ ସହିତ ଭଲ ତାଳମେଳ ରହିବ।
ମିଥୁନ:-ଗୁରୁତ୍ବପୂର୍ଣ୍ଣ କଥାବାର୍ତ୍ତା ଦ୍ବାରା ସଫଳତା ମିଳିବାର ସମ୍ଭାବନା ଅଛି। ରାଜନୀତି ପ୍ରତି ଆଗ୍ରହ ବଢ଼ିବ। ବ୍ୟବସାୟରେ ସବୁ କିଛି ଭଲ ହେବ।
କର୍କଟ:-ଯେଉଁ କାମ ହାତକୁ ନେବେ ନିଶ୍ଚିତ ଲାଭ ପାଇବେ। କୌଣସି ଖୁସି ଖବର ପାଇବେ। ଅଫିସରେ ଆପଣଙ୍କ ମତ ରଖିବାର ସୁଯୋଗ ପାଇବେ।
ସି˚ହ:-ସାମାଜିକକାର୍ଯ୍ୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। କୃଷିଜୀବୀଙ୍କୁ ଧନଲାଭ ହେବ। ଚାକିରି ସମ୍ବନ୍ଧରେ ଭଲ ଖବର ପାଇବେ।
କନ୍ୟା:-ଆପଣଙ୍କ କାମକୁ ନେଇ ଉପରିସ୍ଥ କର୍ମଚାରୀ ଅସନ୍ତୁଷ୍ଟ ହୋଇପାରନ୍ତି। କାରବାରରେ ଆପଣଙ୍କୁ ଲାଭ ହେବ। ପରିବାରରେ ନିବିଡ଼ତା ସହିତ ବିଶ୍ବାସ ବି ବଢ଼ିବ।
ତୁଳା:-ଜରୁରୀ କାମ ଶେଷ କରିବା ଲାଗି ଯୋଜନା କରିବେ। ବନ୍ଧୁଙ୍କର ସହଯୋଗ ମିଳିବ। ଜମି ଦଲାଲଙ୍କୁ ଜମି ବିକ୍ରିରୁ ଯଥେଷ୍ଟ ଲାଭ ହେବ।
ବିଛା:- କାର୍ଯ୍ୟକ୍ଷେତ୍ରରେ ପୁରୁଣା ପରିଚୟରୁ ଲାଭ ପାଇବେ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ଦାମ୍ପତ୍ୟ ଜୀବନରେ ସୁଖର ମାତ୍ରା ବଢ଼ିବ।
ଧନୁ:-ଆପଣଙ୍କ ମନ ଧର୍ମ ଦିଗରେ ଆକର୍ଷିତ ହେବ। ବାଲ୍ୟ ବନ୍ଧୁଙ୍କ ସହିତ ସାକ୍ଷାତ୍ ହେବ। କୌଣସି ନୂଆ ସୁଯୋଗ ମିଳିପାରେ। ବେପାର ଉଦ୍ୟୋଗରେ ଉନ୍ନତି କରିବେ।
ମକର:-ଆପଣଙ୍କ ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ମଧୁରତାରେ ବଦଳିଯିବ। ଧନଲାଭର ସୁଯୋଗ ପାଇବେ। ଜୀବନସାଥୀଙ୍କୁ ଉପହାର ଦେଇପାରନ୍ତି।
କୁମ୍ଭ:-ନିଜକୁ ସୁସ୍ଥ ଓ ସବଳ ଅନୁଭବ କରିବେ। ନିଜର ଲକ୍ଷ୍ୟ ହାସଲ ଲାଗି ଠୋସ୍ ଯୋଜନା କରିବେ। ଭଲ ଲୋକଙ୍କ ସହାୟତାରେ ଧନଲାଭ ହେବ।
ମୀନ:-ଅଫିସରେ ଏଭଳି ସୁଯୋଗ ମିଳିବ ଯାହା ଦ୍ବାରା ଆପଣଙ୍କୁ ଯଥେଷ୍ଟ ଲାଭ ହେବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.