ଆଜିର ରାଶିଫଳ

0 187

୧୫-୩-୨୦୨୩(ବୁଧବାର)ସନ୍ଧ୍ୟା ଘ୬।୨୭ ଗତେ ପୂର୍ବେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ।ଦିବା ଘ୭।୫୩ ଗତେ ଧନୁ ମକର ମୀନ ମିଥୁନ କର୍କଟ ଉତ୍ତରାଫାଃ କନ୍ୟା ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର । କର୍କଟ ରାଶିର ଘାତବାର ।ଦିବା ଘ୮।୫୫ ଗତେ ଘ୧୦।୨୪ ମଧ୍ୟେ କାଳବେଳା । ଘ୧୧।୫୩ ଗତେ ଘ୧।୨୨ ମଧ୍ୟେ ବାରବେଳା । ରାତ୍ରି ଘ୨।୫୫ ଗତେ ଘ୪।୨୬ ମଧ୍ୟେ କାଳରାତ୍ରି ।ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ନଡ଼ିଆ ସନ୍ଧ୍ୟା ଘ୬।୨୭ ଗତେ ଲାଉ ଭକ୍ଷଣ ନିଷେଧ । ମୀନସଂକ୍ରାନ୍ତି କୃତ୍ୟ । ଦିବା ସଂକ୍ରମ ହେତୁ ଦିନାର୍ଦ୍ଧଠାରୁ ରାତ୍ରି ଘ୬।୫୦ ମଧ୍ୟେ ସଂକ୍ରାନ୍ତିର ପୂଣ୍ୟକାଳ ।
ମେଷ:-ଦିନଟି ବହୁତ ମହତ୍ତ୍ବପୂର୍ଣ୍ଣ ରହିବ। ଲାଗି ରହିଥିବା ବିବାଦର ସମାଧାନ ହେବ। ବୈବାହିକ ଜୀବନରେ ପରିସ୍ଥିତି ଅନୁକୂଳ ରହିବ।
ବୃଷ:-ଆପଣଙ୍କୁ ସରକାରୀ ଓକିଲଙ୍କ ସହଯୋଗ ମିଳିବ। ଆପଣଙ୍କର ପ୍ରେମ ଜୀବନ ସୁଖଦ ହେବ। ବେପାର ବୃତ୍ତିରେ ଆଶାଜନକ ଫଳ ପାଇବେ।
ମିଥୁନ:-ପରିଶ୍ରମ ଓ ନିଷ୍ଠାରେ ଆଗକୁ ବଢ଼ିବାର ଦିନଟିଏ। ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ। ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ।
କର୍କଟ:-କ୍ୟାରିୟର ପ୍ରସଙ୍ଗରେ ନୂଆ ସୁଯୋଗ ମିଳିପାରେ। ଅଫିସରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ସମ୍ବନ୍ଧରେ ମଧୁରତା ଆସିବ।
ସି˚ହ:-ଆପଣଙ୍କ ମନ ଶାନ୍ତ ରହିବ। ଜୀବନକୁ ଉନ୍ନତ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ପାଇବେ। ସାମାଜିକ ଯୋଗାଯୋଗର ପରିସର ବୃଦ୍ଧି ହେବ।
କନ୍ୟା:-ସବୁ ଅଶାନ୍ତି ଦୂର ହୋଇଯିବ। ବିଦେଶୀ କ˚ପାନିର ଅ˚ଶୀଦାର ହୋଇପାରନ୍ତି। ମନୋର˚ଜନ କାର୍ଯ୍ୟରେ ଅଧିକ ସମୟ ଓ ଅର୍ଥ ବ୍ୟୟ କରନ୍ତୁ ନାହିଁ।
ତୁଳା:-ବଡ଼ଙ୍କ ଠାରୁ ପ୍ରେରଣା ନେଇ କାମ କରନ୍ତୁ। ସାମାଜିକ ସ୍ତରରେ ଆପଣଙ୍କର ପ୍ରଭାବ ବଢ଼ିବ। ପ୍ରେମରେ ସଫଳତା ପାଇବେ।
ବିଛା:-ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ହୋଇପାରେ। ଲେଖକଙ୍କ ଲାଗି ଦିନଟି ବହୁତ ଭଲ। ଅଫିସରେ ସମସ୍ତଙ୍କ ସହଯୋଗ ପାଇବେ।
ଧନୁ:-ବେପାର ବୃତ୍ତିରେ ଭଲ ପରିଣାମ ପାଇବା ପାଇଁ ଅଧିକ ପରିଶ୍ରମ କରନ୍ତୁ। କୌଣସି ପ୍ରିୟ ବନ୍ଧୁଙ୍କ ସହିତ ମିଳନର ଯୋଗ ରହିଛି।
ମକର:-ଆପଣଙ୍କର ଅଧିକାଂଶ କାମ ସ˚ପୂର୍ଣ୍ଣ ହୋଇଯିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।
କୁମ୍ଭ:-ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ନିଜର ବାଣୀ ଉପରେ ସ˚ଯମ ରଖନ୍ତୁ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିପାରନ୍ତି।
ମୀନ:-ଅଧୁରା କାମ ସ˚ପୂର୍ଣ୍ଣ ହୋଇଯିବ। କାହାରି ଉପରେ ଜଲଦି ଭରସା କରନ୍ତୁ ନାହିଁ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Leave A Reply

Your email address will not be published.