ସରିଲା ମେଣ୍ଢାଶାଳ ପଞ୍ଚୁଦୋଳ ମେଳଣ

0 159

ମେଣ୍ଢାଶାଳ,୧୪।୩(ଏସଏସ ନିଉଜ) ରାଜଧାନୀ ଉପକଣ୍ଠ ମେଣ୍ଢାଶାଳ ଗ୍ରାମରେ ତିନିଦିନ ଧରି ଚାଲିଥିବା ଦୋଳ ମେଳଣ ମଙ୍ଗଳବାର ଉଦଯାପିତ ଶେଷ ହୋଇଛି।ରବିବାର ବିଲମ୍ଭିତ ରାତିରେ ଜମାଣ ଉତ୍ସବ ଅନୁଷ୍ଠିତ ହୋଇ ଗ୍ରାମର ଥାନପତି ଠାକୁର ଚନ୍ଦ୍ରଶେଖର ଦେବଙ୍କ ସହ ଅନ୍ୟ ଠାକୁରମାନେ ବିମାନରେ ଆସି ବାଲୁଙ୍କେଶ୍ୱର ଦେବଙ୍କ ମେଳଣ ପଡ଼ିଆରେ ଥିବା ଦୋଳବେଦୀରେ ଏକାଠି ହୋଇଥିଲେ।ବାଜା ବାଣ,ଘଣ୍ଟ ସାଙ୍ଗକୁ ଲାଉଡି ଶୋଭାଯାତ୍ରା ରେ ଆସି ପହଞ୍ଚିଥିଲେ।ଆଜି ପୂଜର୍ଜନା ପରେ ଆରମ୍ଭ ହୋଇଥିଲା ଦୋଳ ମେଳଣ।ଏଥିରେ ଆଖପାଖ ଗାଁର ୨୨ଟି ଠାକୁର ଦୋଳବିମାନରେ ଆସି ମେଳଣରେ ସାମିଲ ହୋଇଥିଲେ। ଫଗୁ ଖେଳ ସହ ହରିବୋଲ ହୁଳହୁଳି ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ମେଳଣ ପଡିଆ।ଏହାକୁ ବାଙ୍କବିହାରି ଦାସ,ପ୍ରଫୁଲ ଶ୍ରୀଚନ୍ଦନ,ଭାରତ ଭୂଷଣ ମହାରଣା ପରିଚାଳନା କରିଥିବାବେଳେ ଶତାଧିକ ଲୋକ ଏହାକୁ ଦେଖିବା ପାଇଁ ଉପସ୍ଥିତ ହୋଇଥିଲେ।ଶେଷରେ ଘରକୁଘରକୁ ଯାଇ ଠାକୁର ଭୋଗ ଖାଇଥିଲେ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.