ଆଜିର ରାଶିଫଳ

0 216

୨୦୨୩ ମସିହା ମାର୍ଚ୍ଚ ମାସ ୨୩ ତାରିଖ ଗୁରୁବାର ,ଚୈତ୍ରମାସ-କୃଷ୍ଣପକ୍ଷ ,ତିଥି-ଦ୍ବିତୀୟା ସଂ୬/୨୮ ଗତେ ତୃତୀୟା ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୨/୩୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୫୭ ,ମେଷ ରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭ ରାଶିର ଘାତବାର ,ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,କାଳବେଳା ଓ ବାରବେଳା ଦି୨/୫୬ ଗତେ ୫/୫୬ ମଧ୍ୟେ ,ଅମୃତ ବେଳା- ରାତ୍ରି ଘ୧/୮ ଗତେ ଘ୩/୩୨ ମଧ୍ୟେ ,ମାହେନ୍ଦ୍ର ବେଳା- ଦିବା ଘ୭/୨୮ ମଧ୍ୟେ , ଘ୧୦/୪୦ ଗତେ ଘ୧/୪ ମଧ୍ୟେ ,ବୋଇତିକଖାରୁ ସଂ୬/୨୮ ଗତେ ପୋଟଳ ଭକ୍ଷଣ ନିଷେଧ ।
ମେଷ-ଘରେ ଲାଗିରହିଥିବା ଅଶାନ୍ତି ଯୋଗୁଁ ଆପଣ ଚ଼ିନ୍ତିତ ହୋଇପାରନ୍ତି । ଯଦିଓ ଘରର ଅଶାନ୍ତିର କାରଣ ଆପଣ ନୁହଁନ୍ତି ତଥାପି ମାନସିକ ଶାନ୍ତି ପାଇଁ ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ।
ବୃଷ-ଆଜି ଆପଣ ଆପଣଙ୍କ ସାଙ୍ଗର ସାନିଧ୍ୟ ଲାଭ କରିବେ ।ଆଜିର ଦିନ ବହୁତ ଖୁସି କରିବାର ଦିନ ଅଟେ । ସମୟର ତାଳେ ତାଳେ ଏହି ସମ୍ପର୍କ ଆହୁରି ମଜବୁତ ହେବ । ଆଜି ଦିନରେ ସ୍ମରଣୀୟ ମୂହୁର୍ତ୍ତ ଆପଣଙ୍କ ସାଂଗରେ ସବୁବେଳେ ରହିବ ।
ମିଥୁନ-ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।
କର୍କଟ-ଆଜି ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।
ସିଂହ-ଆଜି ଆପଣ ଯାହା ନିଷ୍ପତ୍ତି ନେବେ ଭାବିଚ଼ିନ୍ତି ନିଅନ୍ତୁ ,କାରଣ ଆପଣ ନେଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ଯେପରି କରିବାକୁ ନ ପଡ଼େ । ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।
କନ୍ୟା-ଆଜି ଆପଣ ନିଜକୁ ଠିକ ଭାବରେ ପରଖିବାକୁ ଚେଷ୍ଟା କରିବେ । ଆପଣ ନିଜର ମର୍ଯ୍ୟାଦାରେ ଧ୍ୟାନ ଦିଅନ୍ତୁ ।ଏହି ମାର୍ଗରେ ଚାଲନ୍ତୁ, କାରଣ ଏଥିରେ ଆପଣଙ୍କୁ ବହୁତ ଖୁସି ମିଳିବ । ଆପଣ କୌଣସି ପବିତ୍ର ସ୍ଥାନକୁ ଯାଇପାରନ୍ତି ।
ତୁଳା-ଆଜି ଆପଣଙ୍କୁ ନିଜ ସାଙ୍ଗମାନଙ୍କ ସୁସମ୍ମାନ ପାଇଁ ଖୁସିମିଳିବା ।କିନ୍ତୁ ସାବଧାନ ରହିବେ ,କାରଣ ଆପଣଙ୍କର ହିଁ କିଛି ସାଙ୍ଗ ଆପଣଙ୍କୁ ଇର୍ଷା କରିପାରନ୍ତି ।ଏଥିପାଇଁ ଆପଣଙ୍କୁ ଟିକେ ସାବଧାନ ରହିବାକୁ ହେବ ।
ବିଛା-ଆଜି ଆପଣ ପରିବାର ଲୋକଙ୍କ ସହିତ ସମୟ କଟାଇବେ ଏବଂ ବହୁତ ଖୁସି ହେବେ । କିଛି ଏମିତି କରନ୍ତୁ ଯାହା ସମସ୍ତଙ୍କୁ ଖୁସି କରିବ ଏବଂ ପରସ୍ପର ନିକଟତର ହୋଇ ପାରିବେ ।
ଧନୁ-ଯଦି ଆପଣଙ୍କର ନିକଟବର୍ତ୍ତୀ ସମ୍ପର୍କୀୟଙ୍କ ସାଙ୍ଗରେ କୌଣସି ମତଭେଦ ଅଛି ତାହା ସୁସମ୍ପର୍କରେ ପରିଣତ ହେବା ଆପଣ ଦେଖିବାକୁ ପାଇବେ । ଏହି ସୁସମ୍ପର୍କ ଦୁଇ ପକ୍ଷର ଚ଼େଷ୍ଟାର ପରିଣାମ ସୂରୂପ ହେବ ।
ମକର-ଆଜି ଆପଣଙ୍କ ଜୀବନରେ ଗତିପଥ ସମାନ୍ ନୁହେଁ । ଏମିତି ଲାଗୁଛି ଯେପରି ଆପଣଙ୍କର ଆଖପାଖର ପରିସ୍ଥିତି ଖରାପ ଆଡ଼କୁ ଗତିକରୁଛି । ଆପଣଙ୍କକାର୍ଯ୍ୟସ୍ଥଳରେ କିଛି ଅଦରକାରୀ ପରିବର୍ତ୍ତନ ହୋଇପାରେ ।
କୁମ୍ଭ-ଆଜି ସାହିତ୍ୟ ପଢ଼ିଲେ ଆପଣଙ୍କୁ ବହୁତ ଲାଭ ମିଳିବ । ବୋଧହୁଏ ଆପଣଙ୍କୁ ଏମିତି ଲାଗିବ ଯେ ଆପଣ ଯାହା ପଢ଼ିଛନ୍ତି ସେହି ପାଠ ଆପଣଙ୍କ ବ୍ୟକ୍ତିଗତ ଉନ୍ନତିରେ ସହାୟକ ହେବ ।
ମୀନ-ଖାସକରିକି ସତ୍ତାଧାରୀ ଲୋକମାନଙ୍କ ସାଙ୍ଗରେ ଯୁକ୍ତି ନକରିଲେ ଭଲ ହେବ । ଖାସକରି ଯଦି ଆପଣ ତାଙ୍କଠାରୁ କିଛି କାମ ବାହାରକରିବାକୁ ଚ଼ାହୁଁଛନ୍ତି , ସରକାରୀ ସମ୍ବନ୍ଧକାର୍ଯ୍ୟ ଗୁଡ଼ିକୁ କରାଇବା ପାଇଁ ଆପଣଙ୍କୁ ଟିକେ ଧର୍ଯ୍ୟ ସହିତ କାମ କରିବାକୁ ହେବ ।
ନିତୀବାଣୀ-ଲୁଣଭଳି କଡା ଜ୍ଞାନ ଦେଉଥିବା ବ୍ୟକ୍ତି ହିଁ ପକୃତ ବନ୍ଧୁ । କାରଣ ଇତିହାସ ସାକ୍ଷୀଅଛି ଲୁଣରେ ଆଜି ଯାଏ କେବେ ପୋକ ପଡିନାହିଁ ।
ବାସ୍ତୁଟିପ୍ପଣୀ-ଜାଣନ୍ତୁ ବାସ୍ତୁଅନୁସାରେ ଘରେ ଶୁଆରଖିବା ଠିକ କି ଠିକନୁହଁ, ନିଶ୍ଚୟ ଜାଣିରଖନ୍ତୁ ଘରର ଅନେକ ସମସ୍ୟା ହେଇଯିବ ଦୁର ।
ଶୁଆ ସବୁ ପକ୍ଷୀଅପେକ୍ଷା ବୁଦ୍ଧିମାନ ହେଇଥାଏ । ଏହି କାରଣରୁ ଶୁଆ ଶୀଘ୍ର ମନୁଷ୍ୟର ଭାଷାକୁ ମଧ୍ୟ ବୁଝିପାରିଥାଏ ଏବଂ କହିବାରେ ମଧ୍ୟ ସକ୍ଷମ ହେଇଥାଏ । ଆମ ଦେଶରେ ଶୁଆପାଳିବା ବେଆଇନଅଟେ କିନ୍ତୁ କିଛି ବିଦେଶୀପକ୍ଷୀ ପାଳିବାରେ କୌଣସି ପ୍ରତିବନ୍ଧକନାହିଁ । କିନ୍ତୁ ବାସ୍ତୁଅନୁସାରେ ଘରେ ଶୁଆପାଳିବା ଶୁଭ କି ଅଶୁଭ ଏହା ଆଜି ଆଲୋଚନା କରିବା ।
ଘରେ ଶୁଆପାଳିବାଅଶୁଭ-ଲାଲକିତାବ ଅନୁସାରେ ଘରେ ଶୁଆପାଳିବା ଅଶୁଭ ହେଇଥାଏ । ଅନେକ ଭଵିଷ୍ୟଵାକ୍ତଙ୍କ ଅନୁସାରେ ଘରେ ଶୁଆପାଳିବା ଉଚିତନୁହେଁ । ଶୁଆ ଓ ଶୁଆ ପରି କୌଣସିବି ପକ୍ଷୀଙ୍କୁ ଘରେ ପିଞ୍ଜରାରେ କୈଦକରି ରଖିବା ଉଚିତନୁହେଁ । ଏହା ଆପଣଙ୍କର ଦୁର୍ଭାଗ୍ୟର କାରଣ ହେଇପାରେ । ତେଣୁ ଲାଲ କିତାବ ଅନୁସାରେ କୌଣସି ପକ୍ଷୀକୁ ପିଞ୍ଜରାରେ କୈଦକରି ରଖିବା ଉଚିତନୁହେଁ ।ଶୁଆ ମନୁଷ୍ୟର କଥାକୁ ଅବିକଳ ନକଲ କରିଥାଏ । ତେବେ ଯଦି ଆପଣ ଘରେ କିଛି ଅପଶବ୍ଦର ବ୍ୟବହାର କରିଥାନ୍ତି ତେବେ ଶୁଆ ଏହାକୁ ମଧ୍ୟ ଅନୁସରଣ କରିଥାନ୍ତି । ଯାହା ଦ୍ୱାରାକି ଘରେ ନକାରାତ୍ମକ ଉର୍ଜା ଆସିଥାଏ ।
ଘରେ ଶୁଆର ଫୋଟୋ ଲଗାଇବା ହେଇଥାଏ ଶୁଭ-ଘରେ ଶୁଆପାଳିବା ଅଶୁଭ ହେଇଥାଏ କିନ୍ତୁ ଶୁଆର ଫୋଟୋ ଲଗାଇବା ଶୁଭହେଇଥାଏ । ଶୁଆ ହେଇଥାଏ ପ୍ରେମର ପ୍ରତୀକ ଓ ଶୁଭାଗୟ ପ୍ରତୀକ । ଯେଉଁ ଘରେ ପତି ପତ୍ନୀଙ୍କର ସମ୍ପର୍କ ଭଲ ରହିନଥାଏ ସେହି ଶୋଇବାଘରେ ଆପଣ ଶୁଆଙ୍କର ଯୋଡିଥିବା ଫୋଟୋ ଲଗାଇ ପାରିବେ । ଏହାଦ୍ୱାରା ଦାମ୍ପତ୍ୟଜୀବନ ସୁଖମୟ ହେଇଥାଏ ।ଘରେ ଶୁଆର ଫୋଟୋ ଉତ୍ତରଦିଗରେ ଲଗାଇବା ଉଚିତ । ଏହି ଫୋଟୋକୁ ଲିଭିଂ ରୁମରେ ଲଗାଇବାଦ୍ୱାରା ରୋଗ , ନିରାଶ , ଦରିଦ୍ରତା ଓ ଦୁଃଖର ନାଶ ହେଇଥାଏ । ଯଦି ପିଲାମାନେ ପାଠପଢାରେ କମଜୋର ଅଟନ୍ତି ତେବେ ଶୁଆର ଫୋଟୋ ଘରେ ରଖିବା ଉଚିତ ।
ଯଦି ଆପଣ ଶୁଆପାଳନ କରିଛନ୍ତି-ଯଦି ଆପଣ ଏହିସବୁ ନିୟମ ବିଷୟରେ ଜାଣିନାହାନ୍ତି ଓ ଶୁଆ ପୂର୍ବରୁ ରଖି ଦେଇଛନ୍ତି ତେବେ ଯଥାଶୀଘ୍ର ଶୁଆକୁ ଆପଣ ପିଞ୍ଜରାରୁ ମୁକ୍ତ କରିଦିଅନ୍ତୁ । ଧ୍ୟାନ ରଖିବେ କୌଣସି ଶୁଆ ବୁଲୁଥିବା ପରିବେଶରେ ମୁକ୍ତ କରିବେ ଯାହାଦ୍ୱାରାକି ଅନ୍ୟ ଶୁଆଙ୍କ ସହ ମିଶି ସେ ବଂଚିପାରିବ ।
ଆଜିର ଦିନଟି ମଙ୍ଗଳମୟ ହେଉ -ଆରମ୍ଭ ହୋଇଛି ବାସନ୍ତୀକ ଚୈତ୍ର ନବରାତ୍ର-ବ୍ରହ୍ମଚାରିଣୀ:-ବ୍ରହ୍ମଚାରିଣୀ ସ୍ୱରୂପରେ ନବରାତ୍ରର ଦ୍ୱିତୀୟଦିବସରେ ମାତାଦୁର୍ଗାଙ୍କୁ ଭକ୍ତମାନେ ଉପାସନା କରିଥାନ୍ତି। ମାଙ୍କର ଅନ୍ୟ ଦୁଇନାମହେଲା ଅପର୍ଣ୍ଣା ଓ ଉମା। ଦେବୀଙ୍କ ଏହିରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ। ତାଙ୍କ ଡାହାଣହାତରେ ମନ୍ତ୍ରଜପାମାଳି ଓ ବାମହାତରେ କମଣ୍ଡଳୁ ଶୋଭାପାଏ। ଭକ୍ତ ନିଜ ମନକୁ ସ୍ୱାଧିଷ୍ଠାନ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି। !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

 

 

 

 

Leave A Reply

Your email address will not be published.