ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରେନ୍‌

0 130

ଢେଙ୍କାନାଳ,୨୨ା୩(ଏସଏସନିଉଜ) ମେଡିସିନ୍ ପାଇଁ ଯାଉଥିବା ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରେନ୍। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଅନୁଗୁଳ-ସୁକିନ୍ଦା ନୂତନ ରେଳପଥରେ ଏହି ଦୁର୍ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ କାମାକ୍ଷାନଗର ଥାନା ପଥରଖମ୍ବ ଗାଁର ବନିତା ବିଶ୍ୱାଳ। ବିନିତାଙ୍କୁ ୪୦ବର୍ଷ ହୋଇଥିଲା। ତାଙ୍କ ଦେହ ଅସୁସ୍ଥ ଥିବାରୁ ସେ ଆଜି ସକାଳେ ପାଖ ଗାଁରେ ଥିବା ମେଡିସିନ୍ ଦୋକାନକୁ ଔଷଧ ପାଇଁ ଯାଉଥିଲେ। ବାଟରେ ଟ୍ରେନ୍ ଲାଇନ ପାର ହେଉଥିବା ବେଳେ ବିନିତାଙ୍କ ଉପରେ ଟ୍ରେନ୍‌ଟି ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ।

Leave A Reply

Your email address will not be published.