ଆଜିର ରାଶିଫଳ

0 230

୨୦୨୩ମସିହା ମାର୍ଚ୍ଚମାସ ୨୬ ତାରିଖ ରବିବାର ,ଚୈତ୍ରମାସ-ଶୁକ୍ଳପକ୍ଷ ,ତିଥି-ପଞ୍ଚମୀ ଦି୪/୧୪ ଗତେ ଷଷ୍ଠୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୯/୪୩ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୩୩ ,ବିଛାରାଶିର ଘାତଚନ୍ଦ୍ର ,ମେଷରାଶିର ଘାତବାର ,ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଅମୃତ ବେଳା- ଘ୬/୩୬ ଗତେ ଘ୯/୪୭ ମଧ୍ୟେ , ରାତ୍ରି ଘ୭/୩୨ ଗତେ ଘ୯/୮ ମଧ୍ୟେ ,ରାତ୍ରି ଘ୧୨/୧୯ ଗତେ ଘ୧/୫୫ ମଧ୍ୟେ , ରାତ୍ରି ଘ୨/୪୩ ଗତେ ଘ୪/୧୯ ମଧ୍ୟେ ,ମାହେନ୍ଦ୍ର ବେଳା- ଘ୬/୩୬ ମଧ୍ୟେ , ଦି ଘ୧/୦ ଗତେ ଘ୧/୪୮ ମଧ୍ୟେ ,ରାତ୍ରି ଘ୬/୪୪ ଗତେ ଘ୭/୩୨ ମଧ୍ୟେ , ରାତ୍ରି ଘ୧୨/୨୦ ଗତେ ଘ୩/୩୨ ମଧ୍ୟେ ,ମୂଳା ଦି୪/୧୩ ଗତେ ନଡ଼ିଆ ଭକ୍ଷଣ ନିଷେଧ ।
ମେଷ-ଚାକିରି କ୍ଷେତ୍ରରେ ଶୃଙ୍ଖଳା ଦେଖାଦେବ। ସୁସମ୍ବାଦ ପାଇବେ। ଅଯଥା ବିବାଦରୁ ଦୂରେଇ ରହନ୍ତୁ। ଜୀବନସାଥୀ ସହ ସମୟ ଅତିବାହିତ କରିବାର ସୁଯୋଗ ପାଇବେ।
ବୃଷ-ଘରେ ଖୁସିର ପରିବେଶ ରହିବ। ଔଷଧ ବ୍ୟବସାୟୀ ଯଥେଷ୍ଟ ଲାଭବାନ ହେ‌େବ। ଚାକିରିଆଙ୍କ ଲାଗି ଦିନଟି ଭଲ ରହିବ। ସ୍କୁଲ୍‌ ଜୀବନର ସାଙ୍ଗ ସହିତ ବାର୍ତ୍ତାଳାପ ହେବ।
ମିଥୁନ-କିଛି ବିଶେଷ କାର୍ଯ୍ୟ କରିବା ଲାଗି ଦିନଟି ଭଲ। ଆପଣଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ସମାଜରେ ସୁନାମ ଆସିବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ପ୍ରେମ ଜୀବନ ମଧୁର ରହିବ।
କର୍କଟ-ଆପଣଙ୍କୁ ଯାହା ଆବଶ୍ୟକ ଥିଲା ତାହା ପାଖଲୋକଙ୍କ ମାଧ୍ୟମରେ ପାଇଯିବେ। ଉପରିସ୍ଥ କର୍ତ୍ତୃପକ୍ଷ ଆପଣଙ୍କ ଉପରେ ବହୁତ ଆଶା ରଖିବେ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ।
ସିଂହ-ସକାରାତ୍ମକ ଭାବନା ବଜାୟ ରଖନ୍ତୁ। ବିବାଦରୁ ଦୂରରେ ରହନ୍ତୁ। ପରିଶ୍ରମର ଫଳ ନିଶ୍ଚୟ ପାଇବେ। ଘରୋଇ କଂପାନିରେ ଚାକିରି କରୁଥିବା ଲୋକଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ।
କନ୍ୟା-ଆପଣଙ୍କୁ କୌଣସି ବଡ଼ ସଫଳତା ମିଳିବ। ଲୁଗା ବ୍ୟବସାୟୀ ଯଥେଷ୍ଟ ଲାଭବାନ ହେ‌େବ। ଜୀବନସାଥୀ ସହିତ ଭଲ ସମ୍ବନ୍ଧ ରହିବ। ବିଜ୍ଞାନ ଛାତ୍ର କିଛି ନୂଆ ଶିକ୍ଷାଲାଭ କରିବେ।
ତୁଳା-ଯୋଜନା ତିଆରି ଏବଂ କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରିବେ। କମ୍ ପରିଶ୍ରମରେ ଉପର ସ୍ତରକୁ ଉଠି ପାରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ତାଙ୍କ ଲାଗି ଦିନଟି ଭଲ ରହିବ।
ବିଛା-ଦୀର୍ଘଦିନର ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ। ଆପଣଙ୍କ ସଫଳତା ମାର୍ଗରେ କାହାକୁ ଆସିବାକୁ ଦିଅନ୍ତୁ ନାହିଁ। ଆର୍ଥିକ ମାମଲାରେ ସଫଳ ହୋଇପାରନ୍ତି। ଘରକୁ ବନ୍ଧୁ ଆସିବେ।
ଧନୁ-ଆର୍ଥିକ ଲାଭର ସମ୍ଭାବନା ରହିଛି। ପୂର୍ବ ଅପେକ୍ଷା ସ୍ବାସ୍ଥ୍ୟ ଭଲ ରହିବ। ଆପଣଙ୍କ ନେତୃତ୍ବ ନେବାର ଭୂମିକା ନିର୍ବାହ କରିପାରନ୍ତି। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।
ମକର-ଘରେ ବଡ଼ମାନଙ୍କଠାରୁ ସହଯୋଗ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜ ସାଥୀର ମନପସନ୍ଦ ଜିନିଷ ତିଆରି କରି ଖୁଆନ୍ତୁ।
କୁମ୍ଭ-ଓକିଲଙ୍କର ସମାଜରେ ଖ୍ୟାତି ବଢ଼ିବ। କୌଣସି ବନ୍ଧୁ ମାଧ୍ୟମରେ ଧନଲାଭ ହେବ। ଜମିରେ ପୁଞ୍ଜି ନିବେଶ ଲାଗି ଦିନଟି ଭଲ। ଅଫିସ୍‌ରେ ଆପଣଙ୍କ କାମ ଦେଖି ସମସ୍ତେ ଖୁସି ହେବେ।
ମୀନ-ଅଧୁରା କାମ ସ˚ପୂର୍ଣ୍ଣ ହୋଇଯିବ। ସାଙ୍ଗମାନଙ୍କ ସହିତ ନୂଆ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

‼’ମା’ସ୍କନ୍ଧମାତା ‼
ମାଙ୍କ ନବଦିନାତ୍ମକ ପୂଜାର ଆଜି ହେଉଛି ୫ମଦିବସ। ଆରମ୍ଭ ହୋଇଯାଇଛି ପାର୍ବଣରଋତୁ ।ଧରାବତରଣ କରିସାରିଛନ୍ତି ମାଦୁର୍ଗତିନାଶିନୀଦୁର୍ଗା।ପୃଥିବୀର ସବୁଶକ୍ତିଅପେକ୍ଷା ମାତୃଶକ୍ତିଶ୍ରେଷ୍ଠ । ମାଦୁର୍ଗା ଏହି ମାତୃଶକ୍ତିରପ୍ରତୀକ ।ଜଗତଜନନୀ ମାଆଦୁର୍ଗା ପୃଥିବୀକୁ ସତ୍ୟ-ଶିବ-ସୁନ୍ଦରରେ ପରିଣତ କରିଛନ୍ତି ।ବିଶ୍ୱର କଲ୍ୟାଣମୟୀସେ ।ଜଗତଜନନୀ, ସିଂହବାହିନୀ, ଶକ୍ତିପ୍ରଦାୟିନୀ, ବୁଦ୍ଧି, ନିଦ୍ରା, ଛାୟା,ତୃଷ୍ଣା,ଶ୍ରଦ୍ଧା,ଲକ୍ଷ୍ମୀ,ଦୟା, ଭ୍ରାନ୍ତିରୂପରେ ସେ ସଂସ୍ଥିତା। ଆଜି ହେଉଛି ମହାମାୟୀଙ୍କ ନବଦିନାତ୍ମକ ପୂଜାର ୫ମଦିନସ୍କନ୍ଧମାତା ରୂପରେମାଆ ଆଜି ଆରାଧିତା ହେବେ
ସ୍କନ୍ଧମାତା:-ନବରାତ୍ର ପଞ୍ଚମଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନାକରାଯାଏ। କୁମାର କାର୍ତ୍ତିକେୟଙ୍କମାତା ହୋଇଥିବାରୁ ତାଙ୍କୁ ସ୍କନ୍ଧମାତା କୁହାଯାଏ। ଦେବୀଚତୁର୍ଭୂଜା ଓ ସିଂହଉପରେ ବିରାଜମାନ। ଏହିରୂପରେ ମାତା ପୁତ୍ରସ୍କନ୍ଧକୁ କୋଳରେ ବସାଇଥାନ୍ତି ।ଏହି ୯ଦିନରେ ପ୍ରଥମଦିନ ଶୈଳପୁତ୍ରୀପୂଜା, ଦ୍ଵିତୀୟଦିନବ୍ରହ୍ମଚାରିଣୀପୂଜା, ତୃତୀୟଦିନ ଚଣ୍ଡଘଣ୍ଟାଙ୍କପୂଜା, ଚତୁର୍ଥ ଦିନ କୁଷ୍ମାଣ୍ଡା ଦେବୀ, ପଞ୍ଚମଦିନସ୍କନ୍ଧମାତା, ଷଷ୍ଠଦିନକାତ୍ୟାୟନିପୂଜା, ସପ୍ତମଦିବସରେ କାଳରାତ୍ରି, ଅଷ୍ଟମଦିବସ ରେମହାଗୌରୀ ଓ ନବମଦିବସରେସିଦ୍ଧିଦାତ୍ରୀପୂଜା ଅନୁଷ୍ଠିତ ହେବାର ବିଧିରହିଛି ।ଆଜିର ଦିନଟି ମଙ୍ଗଳମୟ ହେଉା !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!“ଜୟମାଦୁର୍ଗା’!!

 

 

 

 

Leave A Reply

Your email address will not be published.