୨୦୨୩ମସିହା ଅପ୍ରେଲମାସ ୧୦ତାରିଖ ସୋମବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୬/୫୭ ,ସୂର୍ଯ୍ୟାସ୍ତ- ଘ୫/୫୯/୨୫ ,ବୈଶାଖ ମାସକୃଷ୍ଣପକ୍ଷ ,ତିଥି- ଚତୁର୍ଥୀ ଦିବା ଘ୮/୩୧ମିପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ। ଦିବା ଘ୮/୩୧ମି ପରେ ଦକ୍ଷିଣ ଦିଗରେ। ରିକ୍ତାତିଥି ଓ ବ୍ୟତିପାତ ଯୋଗ ଦୋଷ ହେତୁ ରାତ୍ରି ଘ୯/୧୧ମି ପରେ ରାତ୍ରି ଶେଷପର୍ଯ୍ୟନ୍ତ ଯାତ୍ରା ଶୁଭ। ଦକ୍ଷିଣ ଦିଗ, ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର ନାହିଁ।ମିଥୁନ ରାଶିର ଘାତବାର।ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ମୂଳା ଦିବା ଘ୮/୩୧ମି ପରେ ବେଲଭକ୍ଷଣ ନିଷେଧ। କାଳବେଳା-ଦିବା ଘ୭/୧୫ମି ରୁ ଘ୮/୪୭ମି ମଧ୍ୟେ।କାଳରାତ୍ରି- ରାତ୍ରି ଘ୧୦/୨୧ମି ରୁ ଘ୧୧/୪୯ମି ପର୍ଯ୍ୟନ୍ତ (ଅମୃତ) ସୁର୍ଯ୍ୟୋଦୟରୁ ଦିବା ଘ୭/୧୧ମି ମଧ୍ୟେ, ଘ୧୦/୨୩ମି ରୁ ଘ୧୨/୪୭ମି ମଧ୍ୟେ, ରାତ୍ରି ଘ୬/୪୮ମି ରୁ ଘ୯/୧୨ମି ମଧ୍ୟେ, ଘ୧୧/୩୬ମି ରୁ ଘ୨/୪୮ମିପର୍ଯ୍ୟନ୍ତ ।ମାହେନ୍ଦ୍ରବେଳା- ଦିବା ଘ୩/୧୧ମି ରୁ ଘ୪/୪୭ମିପର୍ଯ୍ୟନ୍ତ ।ଶୁଭକର୍ମ:- ଆବଶ୍ୟକ ସ୍ଥଳେ ଅନୁରାଧା ନକ୍ଷତ୍ରେ ଦିବା ଘ୮/୩୧ମି ଗତେ ଦିବା ଘ୨/୮ମି ମଧ୍ୟେ ବିବାହ ଓ ପାଣିଗ୍ରହଣ, ଦିବା ଘ୮/୩୧ମି ଗତେ ଦିବା ଘ୨/୮ମି ମଧ୍ୟେ ବ୍ରତୋପନୟନ, ଗୃହାରମ୍ଭ, ଗୃହ ପ୍ରବେଶ, ବାଣିଜ୍ୟ କରଣ, ବିଦ୍ୟାରମ୍ଭ, ବୃକ୍ଷରୋପଣ, ହଳପ୍ରବାହ ଓ ବୀଜବପନ, ରାଜଦର୍ଶନ, କ୍ରୟବିକ୍ରୟ, ନାମକରଣ।
ମେଷ-ଘରେ ଲାଗିରହିଥିବା ଅଶାନ୍ତି ଯୋଗୁଁ ଆପଣ ଚ଼ିନ୍ତିତ ହୋଇପାରନ୍ତି । ଯଦିଓ ଘରର ଅଶାନ୍ତିର କାରଣ ଆପଣ ନୁହଁନ୍ତି ତଥାପି ମାନସିକଶାନ୍ତି ପାଇଁ ନିଜରଭାବନାକୁ ନିୟନ୍ତ୍ରଣରେ ରଖନ୍ତୁା
ବୃଷ-ଆଜି ଆପଣ ଆପଣଙ୍କସାଙ୍ଗର ସାନିଧ୍ୟଲାଭ କରିବେ ।ଆଜିରଦିନ ବହୁତଖୁସି କରିବାରଦିନ ଅଟେ । ସମୟର ତାଳେତାଳେ ଏହିସମ୍ପର୍କ ଆହୁରିମଜବୁତ ହେବ । ଆଜିଦିନରେ ସ୍ମରଣୀୟମୂହୁର୍ତ୍ତ ଆପଣଙ୍କ ସାଂଗରେ ସବୁବେଳେ ରହିବ ।
ମିଥୁନ-ଆଜି ହଠାତ୍ ଆପଣଙ୍କଘରକୁ ଅତିଥିଆସିପାରନ୍ତି । ସେମାନଙ୍କୁ ସ୍ୱାଗତପାଇଁ ଆପଣ ପ୍ରସ୍ତୁତ ହୋଇରୁହନ୍ତୁ । ଆଜି ଆପଣ ଯେତେବ୍ୟସ୍ତ ରହିଲେମଧ୍ୟ ସାମାଜିକଉତ୍ସବରେ ନିଶ୍ଚୟ ଭାଗନିଅନ୍ତୁ ,କାରଣ ଏମିତିସୁଯୋଗ ବାରମ୍ବାର ଆସେନାହିଁ ।
କର୍କଟ-ଆଜି ଅପଣଙ୍କପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବାପାଇଁ ଆଗେଇଆସିବେ ନିଜରଚ଼େଷ୍ଟା ଏବଂ ସ୍ନେହବଳରେ ଆପଣଙ୍କଦିନକୁ ସେମାନେ ବହୁତସୁନ୍ଦର କରିଦେବେ । ଆପଣ ସେମାନଙ୍କସ୍ନେହ ପାଇଁ ବହୁତଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେକରିବେ ।
ସିଂହ-ଆଜି ଆପଣ ଯାହାନିଷ୍ପତ୍ତି ନେବେ ଭାବିଚ଼ିନ୍ତିନିଅନ୍ତୁ ,କାରଣ ଆପଣ ନେଇଥିବାନିଷ୍ପତ୍ତି ଉପରେ ପଶ୍ଚାତାପ ଯେପରି କରିବାକୁ ନପଡ଼େ । ତରତରହୋଇ କୌଣସି ନିଷ୍ପତ୍ତି ନିଅନ୍ତୁନାହିଁ ।
କନ୍ୟା-ଆଜି ଆପଣ ନିଜକୁ ଠିକଭାବରେ ପରଖିବାକୁ ଚେଷ୍ଟାକରିବେ । ଆପଣ ନିଜର ମର୍ଯ୍ୟାଦାରେ ଧ୍ୟାନଦିଅନ୍ତୁ ।ଏହିମାର୍ଗରେ ଚାଲନ୍ତୁ, କାରଣ ଏଥିରେଆପଣଙ୍କୁ ବହୁତ ଖୁସିମିଳିବ । ଆପଣ କୌଣସି ପବିତ୍ରସ୍ଥାନକୁ ଯାଇପାରନ୍ତି ।
ତୁଳା-ଆଜି ଆପଣଙ୍କୁ ନିଜସାଙ୍ଗମାନଙ୍କ ସୁସମ୍ମାନପାଇଁ ଖୁସିମିଳିବା ।କିନ୍ତୁ ସାବଧାନରହିବେ ,କାରଣ ଆପଣଙ୍କରହିଁ କିଛିସାଙ୍ଗ ଆପଣଙ୍କୁ ଇର୍ଷାକରିପାରନ୍ତି ।ଏଥିପାଇଁ ଆପଣଙ୍କୁଟିକେ ସାବଧାନରହିବାକୁ ହେବ ।
ବିଛା-ଆଜି ଆପଣ ପରିବା ଲୋକଙ୍କ ସହିତ ସମୟକଟାଇବେ ଏବଂ ବହୁତ ଖୁସିହେବେ । କିଛି ଏମିତି କରନ୍ତୁ ଯାହାସମସ୍ତଙ୍କୁ ଖୁସିକରିବ ଏବଂ ପରସ୍ପରନିକଟତର ହୋଇପାରିବେ ।
ଧନୁ-ଯଦି ଆପଣଙ୍କର ନିକଟବର୍ତ୍ତୀସମ୍ପର୍କୀୟଙ୍କ ସାଙ୍ଗରେ କୌଣସିମତଭେଦ ଅଛି ତାହା ସୁସମ୍ପର୍କରେ ପରିଣତହେବା ଆପଣ ଦେଖିବାକୁପାଇବେ । ଏହି ସୁସମ୍ପର୍କ ଦୁଇପକ୍ଷର ଚ଼େଷ୍ଟାର ପରିଣାମସୂରୂପ ହେବ ।
ମକର-ଆଜି ଆପଣଙ୍କଜୀବନରେ ଗତିପଥ ସମାନ୍ ନୁହେଁ । ଏମିତିଲାଗୁଛି ଯେପରି ଆପଣଙ୍କର ଆଖପାଖରପରିସ୍ଥିତି ଖରାପଆଡ଼କୁ ଗତିକରୁଛି । ଆପଣଙ୍କକାର୍ଯ୍ୟସ୍ଥଳରେ କିଛି ଅଦରକାରୀ ପରିବର୍ତ୍ତନ ହୋଇପାରେ ।
କୁମ୍ଭ-ଆଜି ସାହିତ୍ୟପଢ଼ିଲେ ଆପଣଙ୍କୁ ବହୁତଲାଭ ମିଳିବ । ବୋଧହୁଏ ଆପଣଙ୍କୁ ଏମିତିଲାଗିବଯେ ଆପଣ ଯାହାପଢ଼ିଛନ୍ତି ସେହିପାଠ ଆପଣଙ୍କ ବ୍ୟକ୍ତିଗତଉନ୍ନତିରେ ସହାୟକ ହେବ ।
ମୀନ-ଖାସକରିକି ସତ୍ତାଧାରୀଲୋକମାନଙ୍କ ସାଙ୍ଗରେ ଯୁକ୍ତିନକରିଲେ ଭଲହେବ । ଖାସକରି ଯଦି ଆପଣ ତାଙ୍କଠାରୁ କିଛିକାମ ବାହାରକରିବାକୁଚ଼ାହୁଁଛନ୍ତି , ସରକାରୀସମ୍ବନ୍ଧ କାର୍ଯ୍ୟଗୁଡ଼ିକୁ କରାଇବା ପାଇଁ ଆପଣଙ୍କୁଟିକେ ଧର୍ଯ୍ୟ ସହିତ କାମକରିବାକୁ ହେବ ।

ନୀତିବାଣୀ-ଲୁଣଭଳି କଡା ଜ୍ଞାନ ଦେଉଥିବାବ୍ୟକ୍ତି ହିଁ ପକୃତବନ୍ଧୁ । କାରଣ ଇତିହାସ ସାକ୍ଷୀଅଛି ଲୁଣରେ ଆଜିଯାଏ କେବେ ପୋକ ପଡିନାହିଁ ।
ବାସ୍ତୁଟିପ୍ପଣୀ-ଜାଣନ୍ତୁ ବାସ୍ତୁଅନୁସାରେ ଘରେ ଶୁଆରଖିବା ଠିକ କି ଠିକନୁହଁ, ନିଶ୍ଚୟ ଜାଣିରଖନ୍ତୁ ଘରର ଅନେକ ସମସ୍ୟା ହେଇଯିବ ଦୁର-
ଶୁଆ ସବୁପକ୍ଷୀ ଅପେକ୍ଷା ବୁଦ୍ଧିମାନ ହେଇଥାଏ । ଏହି କାରଣରୁ ଶୁଆ ଶୀଘ୍ର ମନୁଷ୍ୟର ଭାଷାକୁ ମଧ୍ୟ ବୁଝିପାରିଥାଏ ଏବଂ କହିବାରେ ମଧ୍ୟ ସକ୍ଷମ ହେଇଥାଏ । ଆମଦେଶରେ ଶୁଆପାଳିବା ବେଆଇନ ଅଟେ କିନ୍ତୁ କିଛି ବିଦେଶୀପକ୍ଷୀ ପାଳିବାରେ କୌଣସି ପ୍ରତିବନ୍ଧକ ନାହିଁ । କିନ୍ତୁ ବାସ୍ତୁଅନୁସାରେ ଘରେ ଶୁଆପାଳିବା ଶୁଭକି ଅଶୁଭ ଏହା ଆଜି ଆମେ ଆଲୋଚନା କରିବା ।
ଘରେ ଶୁଆପାଳିବା ଅଶୁଭ –ଲାଲକିତାବ ଅନୁସାରେ ଘରେ ଶୁଆପାଳିବା ଅଶୁଭହେଇଥାଏ । ଅନେକ ଭଵିଷ୍ୟଵାକ୍ତଙ୍କ ଅନୁସାରେ ଘରେ ଶୁଆପାଳିବା ଉଚିତନୁହେଁ । ଶୁଆ ଓ ଶୁଆପରି କୌଣସିବି ପକ୍ଷୀଙ୍କୁ ଘରେ ପିଞ୍ଜରାରେ କୈଦକରି ରଖିବା ଉଚିତନୁହେଁ । ଏହା ଆପଣଙ୍କର ଦୁର୍ଭାଗ୍ୟର କାରଣ ହେଇପାରେ ।ତେଣୁ ଲାଲ କିତାବଅନୁସାରେ କୌଣସି ପକ୍ଷୀକୁ ପିଞ୍ଜରାରେ କୈଦକରି ରଖିବା ଉଚିତନୁହେଁ ।
ଏହାପଛର ଏହାକି ଶୁଆ ମନୁଷ୍ୟର କଥାକୁ ଅବିକଳନକଲ କରିଥାଏ । ତେବେ ଯଦିଆପଣ ଘରେ କିଛି ଅପଶବ୍ଦର ବ୍ୟବହାର କରିଥାନ୍ତି ତେବେଶୁଆ ଏହାକୁ ମଧ୍ୟ ଅନୁସରଣ କରିଥାନ୍ତି । ଯାହାଦ୍ୱାରାକି ଘରେ ନକାରାତ୍ମକଉର୍ଜା ଆସିଥାଏ ।
ଘରେ ଶୁଆରଫୋଟୋ ଲଗାଇବା ହେଇଥାଏଶୁଭ –ଘରେ ଶୁଆପାଳିବା ଅଶୁଭହେଇଥାଏ କିନ୍ତୁ ଶୁଆର ଫୋଟୋଲଗାଇବା ଶୁଭହେଇଥାଏ । ଶୁଆହେଇଥାଏ ପ୍ରେମର ପ୍ରତୀକ ଓ ଶୁଭାଗୟର ପ୍ରତୀକ । ଯେଉଁଘରେ ପତି ପତ୍ନୀଙ୍କର ସମ୍ପର୍କ ଭଲ ରହିନଥାଏ ସେହିଘରେ ଶୋଇବାଘରେ ଆପଣ ଶୁଆଙ୍କର ଯୋଡିଥିବା ଫୋଟୋ ଲଗାଇ ପାରିବେ । ଏହାଦ୍ୱାରା ଦାମ୍ପତ୍ୟଜୀବନ ସୁଖମୟ ହେଇଥାଏ ।ଘରେ ଶୁଆର ଫୋଟୋ ଉତ୍ତରଦିଗରେ ଲଗାଇବା ଉଚିତ । ଏହି ଫୋଟୋକୁ ଲିଭିଂରୁମରେ ଲଗାଇବା ଦ୍ୱାରା ରୋଗ , ନିରାଶ , ଦରିଦ୍ରତା ଓ ଦୁଃଖର ନାଶ ହେଇଥାଏ । ଯଦି ପିଲାମାନେ ପାଠପଢାରେ କମଜୋର ଅଟନ୍ତି ତେବେ ଶୁଆର ଫୋଟୋ ଘରେରଖିବା ଉଚିତ ।
ଯଦି ଆପଣ ଶୁଆପାଳନ କରିଛନ୍ତି –ଯଦି ଆପଣ ଏହିସବୁ ନିୟମ ବିଷୟରେ ଜାଣିନାହାନ୍ତି ଓ ଶୁଆ ପୂର୍ବରୁ ରଖି ଦେଇଛନ୍ତି ତେବେ ଯଥାଶୀଘ୍ର ଏହି ଶୁଆକୁ ଆପଣ ପିଞ୍ଜରାରୁ ମୁକ୍ତ କରିଦିଅନ୍ତୁ । ଧ୍ୟାନରଖିବେ କୌଣସିଶୁଆ ବୁଲୁଥିବା ପରିବେଶରେ ମୁକ୍ତକରିବେ ଯାହାଦ୍ୱାରାକି ଅନ୍ୟଶୁଆଙ୍କ ସହ ମିଶି ସେ ବଂଚିପାରିବ ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!
