୨୦-୪-୨୦୨୩(ଗୁରୁବାର)ରୁକ୍ମଣୀ ଅମାବାସ୍ୟା । ଦିବା ଘ୯।୫୨ଗତେ ପୂର୍ବେ ଯାତ୍ରାଦି ଶୁଭ କର୍ମ ନାସ୍ତି ।ମେଷରାଶିର ଘାତଚନ୍ଦ୍ର । ତୁଳା ଓ କୁମ୍ଭରାଶିର ଘାତବାର ।ରାତ୍ରି ଘ୧୧।୪୬ ଗତେ ଘ୧।୧୨ମଧ୍ୟେ କାଳରାତ୍ରି ।ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ସ୍ତ୍ରୀ ତୈଳବର୍ଜନ ମତ୍ସ୍ୟ ମାଂସ ଦିବା ଘ୯।୫୨ଗତେ ପାଣିକଖାରୁ ଭକ୍ଷଣ ନିଷେଧ । ରକ୍ମିଣୀଅମାବାସ୍ୟା କୃତ୍ୟ ।ଅମୃତ-ଦିବା ଘ୧।୧୪ ଗତେ ଘ୩।୩୮ ମଧ୍ୟେ ।ମାହେନ୍ଦ୍ର–ଦିବା ଘ୭।୩ ମଧ୍ୟେ ଘ୧୦।୧୫ ଗତେ ଘ୧୨।୩୯ ମଧ୍ୟେ ।
ମେଷ:-ଆପଣଙ୍କ ମନରେ ନୂଆନୂଆ ବିଚାର ସୃଷ୍ଟିହେବ। ଆଖପାଖର ଗତିବିଧି ଉପରେ ଦୃଷ୍ଟି ରଖନ୍ତୁ। ବ୍ୟବସାୟୀଙ୍କଲାଗି ଦିନଟି ସାମାନ୍ୟ ରହିବ।
ବୃଷ:-ପରିଶ୍ରମ ତୁଳନାରେ କମ୍ ଫଳ ମିଳିବ। ପୈତୃକ ସଂପତ୍ତିରୁ ଲାଭ ମିଳିପାରେ। ପାରିବାରିକ ଜୀବନ ସୁଖକର ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
ମିଥୁନ:-ଆପଣଙ୍କ ଉପରେ ଘରର ମୁରବିଙ୍କ ଆଶୀର୍ବାଦ ରହିବ। ପୂର୍ବ ସମସ୍ୟାର ସମାଧାନ ହେବ। ଜୀବନସାଥୀଙ୍କ ସହ ଆନନ୍ଦମୟ ସମୟ କାଟିବେ।
କର୍କଟ:-ସ୍ବାସ୍ଥ୍ୟ ନେଇ ସତର୍କ ରୁହନ୍ତୁ। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ।
ସିଂହ:-ନିଜ ଭାଷରେ ନିୟନ୍ତ୍ରଣ ରଖନ୍ତୁ। ବିବାଦଠୁଁ ଦୂରରେ ରୁହନ୍ତୁ। ବ୍ୟବସାୟରେ ପରିଶ୍ରମ ଅନୁସାର ସନ୍ତୋଷଜନକ ଫଳ ପାଇବେ।
କନ୍ୟା:-ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ। ଅନ୍ଲାରଇନ୍ ବ୍ୟବସାୟୀଙ୍କୁ ବଡ଼ ସୁଯୋଗ ମିଳିବ।
ତୁଳା:-ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ହେବ। ବେପାର ବୃଦ୍ଧି ଲାଗି ମନପ୍ରାଣ ଢାଳି କାମ କରିବେ। ଘରେ ଅବିବାହିତ ଲୋକଙ୍କର ବିବାହ ପ୍ରସଙ୍ଗ ଉଠିବ।
ବିଛା:-ଚାକିରିଆଙ୍କର କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। ଜୀବନସାଥୀ ସହ ସମ୍ବନ୍ଧରେ ସୁଖ ବଢ଼ିବ। ବିଦ୍ୟାର୍ଥୀଙ୍କ ମନ ଲେଖାପଢ଼ାରେ କମ୍ ଲାଗିବ।
ଧନୁ:-ବିବେକ ପ୍ରୟୋଗ କରି ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସଂପୂର୍ଣ୍ଣ କରିନେବେ। ବରିଷ୍ଠ ଆପଣଙ୍କ କାମକୁ ପ୍ରଶଂସା କରିବେ। ପ୍ରେମୀଯୁଗଳ ତର୍କ କରନ୍ତୁ ନାହିଁ।
ମକର:-ଧାର୍ମିକକାର୍ଯ୍ୟରେ ଆସ୍ଥା ବଢ଼ିବ। ଘର ସଫା କରିବାରେ ଗୃହଣୀଙ୍କର ସମୟ ବିତିବ। ବଡ଼ ବ୍ୟବସାୟ ଦଳରେ ସାମିଲ ହେବା ପାଇଁ ପ୍ରସ୍ତାବ ପାଇପାରନ୍ତି।
କୁମ୍ଭ:-କୌଣସିକାମ କରିବାପୂର୍ବରୁ ମୁରବିଙ୍କର ଆଶୀର୍ବାଦ ନିଅନ୍ତୁ। ଆପଣଙ୍କର ସୃଜନଶୀଳତା ବଢ଼ିବ। ସରକାରୀ ଚାକିରିଆଙ୍କର କାମବୋଝ ଅଧିକ ରହିବ।
ମୀନ:-ଘରୋଇ ଚାକିରିଆଙ୍କ ଲାଗି ଦିନଟି ବହୁତ ଭଲ । ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ।
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

