୨୨-୪-୨୦୨୩(ଶନିବାର)ଯୋଗିନୀ ଉତ୍ତରେ ।ବିଛାରାଶିର ଘାତଚନ୍ଦ୍ର । ବୃଷ ସିଂହ କନ୍ୟାରାଶିମାନଙ୍କର ଘାତବାର । ଦିବା ଘ୭।୧ ମଧ୍ୟେ ଘ୪।୨୯ ଗତେ ଘ୬।୩। ମଧ୍ୟେ କାଳବେଳା ।ରାତ୍ରି ଘ୭।୨୮ ମଧ୍ୟେ ଘ୪।୦ ଗତେ ଘ୫।୨୫ ମଧ୍ୟେ କାଳରାତ୍ରି । ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ପର୍ଶୁରାମଜୟନ୍ତୀ । ବୋଇତି କଖାରୁ ଦିବା ଘ୭।୩୯ ଗତେ ପୋଟଳ ଭକ୍ଷଣ ନିଷେଧ ।ଅମୃତ – ଦିବା ଘ୯।୨୬ ଗତେ ଘ୧୨।୩୮ ମଧ୍ୟେ ରାତ୍ରି ଘ୮।୨୭ ଗତେ ଘ୧୦।୫୧ ମଧ୍ୟେ ଘ୧୨।୨୭ ଗତେ ଘ୨।୩ ମଧ୍ୟେ ଘ୨।୫୧ ଗତେ ଘ୪।୨୭ ମଧ୍ୟେ।ମାହେନ୍ଦ୍ର – ନାସ୍ତି ।
ମେଷ:-ନିଜ କାମରେ ଆପଣଙ୍କୁ ଲାଭ ମିଳିପାରେ। ଆପଣଙ୍କ ସକାରାତ୍ମକ ବିଚାରରେ ଲୋକେ ପ୍ରଭାବିତ ହେବେ। ଛାତ୍ରଛାତ୍ରୀଙ୍କ ଖୁସି ଲାଗି ନୂଆ ଅବସର ଆସିବ।
ବୃଷ:-ଅତୀତ କଥା ପାସୋରି ନୂଆ କାମ ଆରମ୍ଭ କରନ୍ତୁ। ସଂଚାର ଓ ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ଉନ୍ନତି ହେବ।
ମିଥୁନ:-ଆଧ୍ୟାତ୍ମିକ ଦିଗରେ ଆପଣଙ୍କର ଅଧିକ ଧ୍ୟାନ ରହିବ। ଲୋକଙ୍କୁ ଆକର୍ଷିତ କରିବାରେ ସଫଳ ହେବେ। ପୁରୁଣା ଜମି ବିବାଦ ସମାପ୍ତ ହୋଇଯିବ। ଶିକ୍ଷକଙ୍କ ଲାଗି ଦିନଟି ଭଲ।
କର୍କଟ:-ସାରାଦିନ କାମରେ ବ୍ୟସ୍ତ ରହିବେ। ଆପଣଙ୍କର ଉଦାର ସ୍ବଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ନୂଆ କାରବାରରେ ପୁଞ୍ଜି ନିବେଶ ପୂର୍ବରୁ ପରିବାରରେ ବଡ଼ଲୋକଙ୍କ ପରାମର୍ଶ ନିଅନ୍ତୁ।
ସିଂହ:-ଆୟ ବୃଦ୍ଧିର ନୂଆ ମାର୍ଗ ଖୋଲିବ। ଅଫିସ୍ରେ ସହକର୍ମୀଙ୍କ ଉପରେ ବିରକ୍ତି ହୁଅନ୍ତୁ ନାହିଁ। ବିବାହିତା ମହିଳା ଘରର ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ।
କନ୍ୟା:-ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ। ବହୁଦିନ ପରେ ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ଫୋନ୍ରେ କଥା ହେବେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସଫଳତା ମିଳିପାରେ।
ତୁଳା:-ବ୍ୟବସାୟୀମାନଙ୍କ ଲାଗି ଦିନଟି ଭଲ ରହିବ। ବନ୍ଧୁଙ୍କଠାରୁ ଆର୍ଥିକ ସହାୟତା ମିଳିପାରେ। ଆପଣଙ୍କ ଉତ୍ତମ ବ୍ୟବହାରରେ ଅଫିସ୍ର କର୍ମଚାରୀମାନେ ପ୍ରଭାବିତ ହେବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।
ବିଛା:-ଆପଣ ନିଜ କାମ ସଂପୂର୍ଣ୍ଣ କରିପାରିବେ। ଆର୍ଥିକ ସୁଧାର ଆସିପାରେ। ପୁଅଝିଅ ଆପଣଙ୍କୁ ଭଲ ଖବର ଶୁଣାଇବେ। ଜୀବନସାଥୀଙ୍କ ସ୍ନେହ ଓ ଆଦର ପାଇବା ହେତୁ ଆନନ୍ଦିତ ହେବେ।
ଧନୁ:-ଆପଣଙ୍କ ବିଚାର ସକାରାତ୍ମକ ରଖନ୍ତୁ। କ୍ୟାରିୟର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଯାନବାହନ କିଣିବା ଲାଗି ଦିନଟି ଶୁଭ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁର ସଂପର୍କ ବଜାୟ ରହିବ।
ମକର:-ଶାନ୍ତି ଓ ଧୈର୍ଯ୍ୟ ଧରି କାମ କଲେ ସଫଳତାର ପାହଚ ଚଢ଼ିବେ। ନୂଆ ଯାନବାହନ କିଣିବାର ଆଶା ପୂରଣ ହୋଇପାରେ। ସନ୍ଧ୍ୟାରେ କୌଣସି ବନ୍ଧୁ ବା ଜୀବନସାଥୀ ସହ ସମୟ ଅତିବାହିତ କରିବେ।
କୁମ୍ଭ:-ଅଫିସ୍ରେ କାମ କରିବାରେ ବାଧା ଆସିପାରେ। ହେଲେ ଉଚ୍ଚ ଅଧିକାରୀଙ୍କ ସହଯୋଗରେ କାମ ସଂପନ୍ନ ହେବ। ଖେଳାଳିଙ୍କର ପ୍ରଦର୍ଶନ ଭଲ ରହିବ। ଜମି ବେପାରୀଙ୍କ ଲାଗି ଦିନଟି ଶୁଭ।
ମୀନ:-ଚାକିରି ବୃତ୍ତିରେ ଅଧୁରା ସ୍ବପ୍ନ ପୂର୍ଣ୍ଣ ହୋଇପାରେ। ଧନଲାଭର ନୂଆ ମାର୍ଗ ଖୋଲିବ। ମନୋରଂଜନ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ। ବିବାହିତାଙ୍କୁ ପାରିବାରିକ ଖୁସି ମିଳିବ।

ଜୋତାଚପଲ ଓଲଟା ରଖୁଛନ୍ତି କି – ଘରର ଭିତରେ ହେଉ ଅଥବା ବାହାରେ ଜୋତାଚପଲ ଓଲଟା ଓ ଏଣେ ତେଣେ ପଡିଥବାର ଅଧିକାଂଶ ସମୟ ଦେଖିବାକୁ ମିଳିଥାଏା ଘରର ବୟୋଜ୍ୟେଷ୍ଠବ୍ୟକ୍ତିଙ୍କ ନଜରରେ ଏହା ଆସିଲେ, ସେମାନେ ଏହାକୁ ସିଧା କରିଥିବା ମଧ୍ୟ ଦେଖାଯାଏ। ଅଧିକାଂଶ ଜୋତା ଚପଲ ଓଲଟା ପଡିବା ଦ୍ୱାରା କେଉଁ ସମସ୍ୟା ସୃଷ୍ଟି ହୋଇଥାଏ। ତାହା ହୁଏତ ଜାଣିନଥିବେ। ଏହାକୁ ନେଇ ବାସ୍ତୁ ଶାସ୍ତ୍ରରେ ମଧ୍ୟ ଅନେକ ତଥ୍ୟ ବର୍ଣ୍ଣନା କରାଯାଇଛି।
ମାନ୍ୟତାଅନୁଯାୟୀ, ଯେକୌଣସି ଘରେ ଜୋତାଚପଲ ଓଳଟା କିମ୍ବା ଏଣେତେଣେ ପଡିରହିଥିଲେ, ଶନିଦେବ କ୍ରୋଧିତ ହୋଇଥାଆନ୍ତି। ଫଳରେ ପରିବାରରେ ସମସ୍ୟା ସହ ସଦସ୍ୟଙ୍କମଧ୍ୟରେ କଳହହୋଇଥାଏ। ତେଣୁ ଜୋତା ଚପଲ ସର୍ବଦା ସଠିକସ୍ଥାନରେ ରଖନ୍ତୁ।ଘରେ ଜୋତାଚପଲ ଓଲଟା ପଡିବାଦ୍ୱାରା ମାଲକ୍ଷ୍ମୀ କ୍ରୋଧିତ ହେବାସହ ଅସନ୍ତୁଷ୍ଟ ହୋଇଥାଆନ୍ତି। ଫଳରେ ଅର୍ଥ ଅଭାବ ଲାଗି ରହିବା ସହ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ। ଆର୍ଥିକ ସମସ୍ୟା ଦେଖାଦେଇଥାଏ।
ଅନେକସମୟରେ ଜୋତାଚପଲ ତଳଅଂଶରେ ମାଟିସହ ଅନ୍ୟାନ୍ୟ ଅପରିଷ୍କାରଜିନିଷ ଲାଗିଥିବା ଦେଖାଯାଏ। ଏହା ଓଲଟାଅବସ୍ଥାରେ ରହିବାଦ୍ୱାରା ଏହି ଅପରିଷ୍କାରଜିନିଷ ଦେଖିଲେ ଦିନଯାକ ଭଲରେ ଅତିବାହିତ ହୋଇନଥାଏ। ମନ ଚିଡଚିଡା ହୋଇଥାଏ। ତେଣୁ ଏହାକୁ ସର୍ବଦା ସିଧାରଖନ୍ତୁ।ଯେଉଁଘରେ ଜୋତାଚପଲ ଓଲଟାଥାଏ, ସେଠାରେ ବିନାକୌଣସି କାରଣରେ ପରିବାରସଦସ୍ୟଙ୍କ ମଧ୍ୟରେ କଳହହୋଇଥାଏ। ଆର୍ଥିକ ସମସ୍ୟା ଲାଗିରହିଥାଏ। ରୋଜଗାରକଲେ ମଧ୍ୟ ସଞ୍ଚୟ ହୋଇପାରିନଥାଏ।ବାସ୍ତୁଶାସ୍ତ୍ର ଅନୁଯାୟୀ, ଜୋତା ଚପଲ ଓଲଟା ରଖିବାଦ୍ୱାରା ଘରେ ନକରାତ୍ମକଶକ୍ତି ପ୍ରବେଶ କରିଥାଏ। ଘରେ ସୁଖସମୃଦ୍ଧି ରହିନଥାଏ। ସୁଖଶାନ୍ତି ଦୂରେଇ ଯାଏ!!ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ, ଜୟସୋମନାଥ, ଜୟ ମା ଯୋଗମାୟା!!
