ଆଜିର ରାଶିଫଳ

0 194

୧୦-୫-୨୦୨୩(ବୁଧବାର)ରାତ୍ରି ଘ୧୦।୨୫ ଗତେ ମକର କୁମ୍ଭ ମୀନ କର୍କଟ ତୁଳା ବିଛା ଏ ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି । ସିଂହ ରାଶିରଘାତଚନ୍ଦ୍ର । କର୍କଟ ରାଶିର ଘାତବାର । ଦିବା ଘ୮।୨୮ ଗତେ ଘ୧୦।୫ ମଧ୍ୟେ କାଳବେଳା । ଘ୧୧।୪୨ ଗତେ ଘ୧।୧୭ ମଧ୍ୟେ ବାରବେଳା । ରାତ୍ରି ଘ୨।୨୭ ଗତେ ଘ୩।୫୨ ମଧ୍ୟେ କାଳରାତ୍ରି ।ମୃତେ ଦିବା ଘ୪।୪୭ ଗତେ ପାଦ ଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ପ୍ରଥମ ରଜୋଦର୍ଶନେ ଦିବା ଘ୪।୪୭ ମଧ୍ୟେ ସାତମାସ ଗଣ୍ଡଦୋଷ । ସ୍ଵର୍ଶ ଓ ପୀତ ବସ୍ତ୍ର ଦାନ ।ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଓ ଷଷ୍ଠୀର ପାର୍ବଣଶ୍ରାଦ୍ଧ । ବେଲ ଦିବା ଘ୧।୪୮ ଗତେ ନିମ୍ବ ଭକ୍ଷଣ ନିଷେଧ । ରାତ୍ରି ଘ୧୦।୨୫ ଗତେ ଶରଣ ପଞ୍ଚକ ଦୋଷ ।ତୃଣ କାଷ୍ଠ ଛେଦନ ନିଷେଧ ।ଅମୃତ– ଦିବା ଘ୬।୫୨ ମଧ୍ୟେ ଘ୧୧।୪୦ ଗତେ ଘ୧।୧୬ ମଧ୍ୟେ ରାତ୍ରି ଘ୬।୫୮ ଗତେ ଘ୯।୨୨ ମଧ୍ୟେ ଘ୨।୧୦ ଗତେ ଘ୫।୧୭ ମଧ୍ୟେ ।ମାହେନ୍ଦ୍ର – ଦିବା ଘ୩।୪୦ ଗତେ ଘ୫।୧୬ ମଧ୍ୟେ ରାତ୍ରି ଘ୯।୨୨ ଗତେ ଘ୧୦।୫୮ ମଧ୍ୟେ ।
ମେଷ:- ଦିନଟି କାର୍ଯ୍ୟ ବ୍ୟସ୍ତତାରେ କଟିବ। ନୂଆ କାର୍ଯ୍ୟ କୌଶଳ ନେଇ ବିଚାର କରିବେ। ଆଇନ ମାମଲାରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଶିକ୍ଷାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।‌
ବୃଷ:- ଅଫିସ କାମ ସଂପୂର୍ଣ୍ଣ କରିବାରେ ଅଧିକ ସମୟ ଲାଗିବ। ବ୍ୟବସାୟରେ ପ୍ରଗତି ହେବ। ପରିବାରରେ ସୁଖ ଶାନ୍ତି ବଢ଼ିବ। ମନରେ ନୂଆ ନୂଆ ବିଚାରର ସମାବେଶ ହେବ।
ମିଥୁନ:-ଧର୍ମ କାର୍ଯ୍ୟରେ ଅଧିକ ସମୟ ବିତିବ। ଅର୍ଥ ଦିଆନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଅଫିସରେ କରିଥିବା କାମର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ।
କର୍କଟ:- ନିଜ ବ୍ୟବହାରରେ ଟିକେ ପରିବର୍ତ୍ତନ ଆଣନ୍ତୁ। ନୂଆ ଲୋକଙ୍କ ସହ ସଂପର୍କରୁ ଲାଭ ପାଇବେ। କଳାକାରଙ୍କ ଲାଗି ଦିନଟି ଭଲ। ପାରିବାରିକ ଜୀବନ ସୁଖମୟ ହେବ।
ସିଂହ:-ଚାକିରିରେ ଅତ୍ୟଧିକ ସଫଳତା ପାଇପାରନ୍ତି। ଉପାର୍ଜନ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ବୈବାହିକ ଜୀବନ ଓ ସ୍ବାସ୍ଥ୍ୟ ଭଲ ରହିବ। ପରୀକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।‌
କନ୍ୟା:-ଦାମ୍ପତ୍ୟ ସମ୍ବନ୍ଧକୁ ଆହୁରି ଭଲ କରିବା ଲାଗି ଚେଷ୍ଟା କରନ୍ତୁ। ଅଫିସରେ ଜରୁରୀ କାମ କରିବାରେ ସହକର୍ମୀଙ୍କ ସହଯୋଗ ପାଇବେ। ଖେଳାଳିମାନଙ୍କ ଲାଗି ଦିନଟି ଭଲ।
ତୁଳା:- ବ୍ୟବସାୟରେ ପୁଞ୍ଜି ନିବେଶ କରନ୍ତୁ ଲାଭ ହେବ। ନିଜ ପରିଶ୍ରମର ଭଲ ପରିଣାମ ପାଇବେ। କଳାକ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନ ମିଳିବ।
ବିଛା:-ଆପଣଙ୍କ ଆତ୍ମବିଶ୍ବାସ ପ୍ରଗାଢ଼ ହେବ। ଉନ୍ନତି ପାଇଁ ସୁଯୋଗ ପାଇବେ। ପାରିବାରିକ ସ୍ତରରେ ଖୁସି ବଢ଼ିବ। ସନ୍ତାନର ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା ଅଛି।
ଧନୁ:-ଲାଗି ରହିଥିବା ସମସ୍ୟାର ସମାଧାନ ଲାଗି ମାର୍ଗ ବାହାର କରିନେବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ଛାତଛାତ୍ରୀଙ୍କୁ କୌଣସି ଶୁଭ ଖବର ମିଳିବ।
ମକର:-ନୂଆ କାମରେ ଆପଣଙ୍କୁ ଭାଗ୍ୟର ସହଯୋଗ ମିଳିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଚାକିରିରେ ପଦୋନ୍ନତି ସହ ବଦଳି ହେବାର ସମ୍ଭାବନା ଅଛି। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
କୁମ୍ଭ:-ବନ୍ଧୁ ସହଯୋଗରେ ଅଧୁରା କାମ ପୂରା ହୋଇଯିବ। ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।

ମୀନ:-ଯେଉଁ କାମ ଆରମ୍ଭ କରିବେ ତାହା ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ପିଲାମାନଙ୍କ ସହିତ ବସି ତାଙ୍କ ସମସ୍ୟାର ସମାଧାନ କରିବେ।!!ଜୟଜଗନ୍ନାଥ, ଜୟ ସୋମନାଥ, ଜୟମା ଯୋଗମାୟା!!

 

Leave A Reply

Your email address will not be published.