ବିସ୍କୁଟ୍ ନଦେବାରୁ ଆକ୍ରମଣ

0 115

ମେଣ୍ଢାଶାଳ,୯।୫(ଏସଏସନିଉଜ )ରାଜଧାନୀ ଉପକଣ୍ଠ ଜଟଣୀବ୍ଲକ ଅଧିନସ୍ଥ ମଦନପୁର ପଞ୍ଚାୟତର ବଡରଘୁନାଥପୁର ଠାରେ ଏକ  ଦୋକାନୀକୁ ଫାଉଡାରେ ଆକ୍ରମଣ କରିଥିବା ଦୃର୍ବୁତ ଆଜି କୋର୍ଟ ଚାଲାଣ ହୋଇଛି । ବଡରଘୁନାଥପୁର ଠାରେ ଥିବା ଏକ ଘରୋଇ ଶିକ୍ଷ୍ୟାନୁଷ୍ଟାନ ନିକଟରେ ତେଜରାତି ଦୋକାନ କରି ନିଜ ପରିବାର ପୋଷଣ କରୁଥିବା କେନ୍ଦ୍ରପଡା ଅଞ୍ଚଳର ମେଘନାଦ ଦାସ (୩୫) ଯେ କି ମଦନପୁର ପଞ୍ଚାୟତର କାଇମାଟିଆଠାରେ ଏକ ଆପାର୍ଟମେଣ୍ଟରେ ରୁହନ୍ତି । ଗତ ସୋମବାର ୮ ତାରିଖ ଅପରାହ୍ନ ୫ ଘଟିକା ସମୟରେ କାଇମାଟିଆର ଦିପକ ପରିଡା (୩୦)ଓରଫ ଦିପୁ ଏକ ବିସ୍କୁଟ କିଣିବା ପାଇଁ ମେଘନାଦଙ୍କ ଦୋକାନକୁ ଯାଇଥିଲା।ସେ ଚାହୁଁଥିବା ବିସ୍କୁଟ ନଥିବାରୁ କାହିଁକି ରଖିନାହଁ କହି ଦିପୁ ପ୍ରଥମେ ଯୁକ୍ତିତର୍କ ଆରମ୍ଭ କରିଥିଲା।ପରେ ଏହାକୁନେଇ ହାତାହାତି ଓ ଠେଲାପେଲା ଆରମ୍ଭ ହୋଇଥିଲା । ଅତି ଉତକ୍ଷିପ୍ତ ହୋଇ ଦିପୁ ଦୋକାନ ବାହାରେ ଥିବା ଏକ ଫାଉଡାରେ ଦୋକାନୀଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରି ସେଠାରୁ ଫେରାର ହୋଇଯାଇଥିଲା । ଯାହା ଫଳରେ ଦୋକାନୀ ମେଘନାଦ ଘଟଣା ସ୍ଥଳରେ ସଂଞାହିନ ହୋଇପଡିଥିଲେ । ଏହା ଦେଖି ଘଟଣା ସ୍ଥଳକୁ ମେଘନାଦଙ୍କ ସ୍ତ୍ରୀ ଓ ଆଖପାଖର ଲୋକ ଦୌଡି ଆସି ତାଙ୍କୁ ପ୍ରଥମେ ଏମ୍ସ ଡାକ୍ତରଖାନା ଓ ପରେ ଏକ ବେସରକାରୀ ଡାକ୍ତରଖାନାରେ ଭର୍ତି କରିଥିଲେ । ସୋମବାର ତାଙ୍କ ମୁଣ୍ଡରେ ଅସ୍ତ୍ରୋପଚାର ହୋଇଥିଲେ ବି ଗୁରୁତ୍ବର ଅବସ୍ଥାରେ ଚିକିସ୍ରିତ ହେଉଥିଲା ବେଳେ ପୋଲିସ ଦୋକାନୀଙ୍କ ସ୍ତ୍ରୀ ଦେଇଥିବା ଅଭିଯୋଗ ଆଧାରରେ ୧୩୪/୨୩କେଶ ନମ୍ବରରେ ଏକ ମକଦମା ରୁଜୁକରି ଦିପୁକୁ ପୋଲିସ କୋର୍ଟ ଚାଲଣ କରିଛି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.