ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୯ତାରିଖ ଶନିବାର, ଶ୍ରୀମନ୍ଦିର ରେ ଶ୍ରୀଜୀଉମାନଙ୍କର ବଣଭୋଜିବେଶ, କୋଳିବିକା ଓ ବକାସୁର ଏବଂ ଅଘାସୁରବଧ ପ୍ରସ୍ତାବ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୬/୧୪,ସୂର୍ଯ୍ୟାସ୍ତ- ଘ୫/୫୨/୮,ଭାଦ୍ରବମାସ,କୃଷ୍ଣପକ୍ଷ,ଶୌରିବାସ,ତିଥି- ଦଶମୀ ରାତ୍ରି ଘ୭/୦ମି ପର୍ଯ୍ୟନ୍ତ ତଦନ୍ତେଏକାଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, ରାତ୍ରି ଘ୭/୦ମି ପରେ ଆଗ୍ନେୟ କୋଣରେ। ଶନିବାର, ବିଷ୍ଟିକରଣ, ବ୍ୟତିପାତଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର– କନ୍ୟାରାଶିର ଘାତଚନ୍ଦ୍ର।ଘାତ ବାର–ବୃଷ, ସିଂହ ଓ କନ୍ୟା ରାଶିରଘାତବାର।
ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-କଳମଶାଗ ରାତ୍ରି ଘ୭/୦ମି ପରେ ଶିମ୍ବ ଭକ୍ଷଣ ନିଷେଧ।ଅଶୁଭବେଳା- କାଳ ବେଳା ପ୍ରାତଃ ଘ୫/୩୬ମି ରୁ ଘ୭/୮ମି ମଧ୍ୟେ, ଦିବା ଘ୪/୨୦ମି ରୁ ଘ୫/୫୨ମି ପର୍ଯ୍ୟନ୍ତ।କାଳରାତ୍ରି ଅସ୍ତ ଘ୫/୫୨ମି ରୁ ଘ୭/୧୬ମି ମଧ୍ୟେ, ରାତ୍ରି ଘ୪/୯ମି ରୁ ନିଶାନ୍ତ ଘ୫/୩୬ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୯/୩୭ମି ରୁ ଘ୧୨/୪୯ମି ମଧ୍ୟେ, ରାତ୍ରି ଘ୮/୧୩ମି ରୁ ଘ୧୦/୩୭ମି ମଧ୍ୟେ, ଘ୧୨/ ୧୩ମି ରୁ ଘ୧/୪୯ମି ମଧ୍ୟେ, ଘ୨/୩୭ମି ରୁ ଘ୪/୧୩ମି ପର୍ଯ୍ୟନ୍ତ।ମାହେନ୍ଦ୍ର ବେଳା- ନାହିଁ।ପୁଷ୍କରଦୋଷ- ମୃତବ୍ୟକ୍ତିର ୧ ପାଦ ବାରପୁଷ୍କର ଦୋଷ। ଫଳଂ କୃଷିହାନି ଓ ଭୂମିଦାନ। ଦିବା ଘ୨/୫୨ମିପରେ ୨ପାଦ ବାର ଓ ନକ୍ଷତ୍ର ପୁଷ୍କର ଦୋଷ। ଫଳଂ କୃଷିହାନି ଓ ଗୋତ୍ର ବଂଶ ସନ୍ତାନ ସନ୍ତତିର ବିନାଶ।ଭୂମି ଓ ତିଳ ସୁବର୍ଣ୍ଣ ଦାନ ସହିତ ହୋମାଦି ଶାନ୍ତିବିଧେୟ।ଶୁଭକର୍ମ:- ଯାନକ୍ରୟ, ଯାନପୂଜା।
🐏ମେଷ👉ଘରେ ଲାଗି ରହିଥିବାଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାରକାରଣ ।ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବାପାଇଁ ଚ଼େଷ୍ଟାକରନ୍ତୁ ଯେ ଭୁଲକାହାର ଏବଂ କେଉଁଠି ହୋଇଛି ।ନିଜତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।
🐮ବୃଷ👉ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।ବ୍ୟବସାୟ ବାଣିଜ୍ୟରେ ଆସାତିତ ଲାଭ ହେବ।
👩‍❤️‍👨ମିଥୁନ👉ପୂର୍ବରୁ ବିରୁଦ୍ଧରେ ଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେରହିବ।ଏବେ ଆପଣ ଙ୍କୁ ଆପଣଙ୍କ ଉଦ୍ୟମରଫଳ ମିଳିପାରିବ ।ଶତ୍ରୁ ଅପସରି ଯିବେ ।କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।
🦀କର୍କଟ👉କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ ।ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।
🦁ସିଂହ👉ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତାଆଣିବାକୁ ଚ଼େଷ୍ଟା କରିବେ।ଆପଣ ସେହିକାର୍ଯ୍ୟ କରନ୍ତୁ ଯାହାଆପଣଙ୍କର ବହୁତ ଦିନରୁକରିବାର ଇଚ୍ଛାଥିଲା।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନକରନ୍ତୁ ।
🙎‍♀️କନ୍ୟା👉 ଅବାଞ୍ଛିତ ଭାବେ ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟକରିବେ।ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତାହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତଜଣାନ୍ତୁ।ତାଙ୍କୁ କାର୍ଯ୍ୟାଳ ୟର ପରିବେଶଟିକୁ ଭଲ କରିବାକଥା କୁହନ୍ତୁ ।
⚖️ତୁଳା👉ଆଜି ବ୍ୟୟବୃଦ୍ଧି ହେଲେହେଁ ଆପଣଙ୍କର ପରିବାରଲୋକଙ୍କପାଇଁ ଖୁସିର ଦିନଅଟେ କାରଣ ଆପଣ ଆଜି ସେମାନଙ୍କସହିତ ସମୟ କଟାଇବେ ।ପରିବାରର ସମସ୍ତେ ଏକହେବାର ଏବେ ସମୟ ଅଟେ।ବୋଧହୁଏ ଆପଣ ବାହା ରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି।
🦂ବିଛା👉ଆପଣ ଆସୁ ବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତାଧାରା ବଜାୟ ରଖନ୍ତୁ ।ଯାହା ଆପଣ ହୋଇ ପାରିବେନାହିଁ ତାହା ହେବାପାଇଁ ଚ଼େଷ୍ଟା କରନ୍ତୁନାହିଁ ।
🏹ଧନୁ👉ଆଜି ଶାରୀରିକ କଷ୍ଟ ସହ ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।
🐊ମକର👉ଆଜିର ଦିନ ଆୟ ବର୍ଦ୍ଧକ ସହ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ ।
🏺କୁମ୍ଭ👉ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇ ପଡ଼ିପାରେ । ଆପଣଙ୍କର ସବୁ କଥାରେ ବାଧା ରହିବ ଓ ଆକସ୍ମିକ ଅର୍ଥବ୍ୟୟ ହେବାର ଯୋଗ ରହିଛି ।
🐟ମୀନ👉ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି!!
ଜୟଜଗନ୍ନାଥ,ଜୟସୋମନାଥ,ଜୟମା ଯୋଗମାୟା!!

- Advertisement -

Leave A Reply

Your email address will not be published.