ପଦ୍ମକେଶରୀପୁରରୁ ୧୬ଗିରଫ

0 621

ଚନ୍ଦ୍ରଶେଖରପୁର,୭ା୯(ଏସଏସନିଉଜ) ମଞ୍ଚେଶ୍ଵରଥାନା ଅଧିନସ୍ଥ ପଦ୍ମକେଶରୀପୁରରେ ପୂର୍ବ ବିବାଦକୁ କେନ୍ଦ୍ର କରି ଉପୁଜିଥିବା ଗଣ୍ଡଗୋଳ ଘଟଣାରେ ପୋଲିସ ଆଜି ଉଭୟପକ୍ଷରୁ ୧୬ଜଣଙ୍କୁଗିରଫ କରି କୋର୍ଟଚାଳଣ କରିଛି ।ଗତ ତା ୦୧.୦୯.୨୦୨୩ ରିଖ ଓ ତା.୦୨.୦୯.୨୦୨୩ ରିଖ ଦିନ ପଦ୍ମକେଶରୀପୁରରେ ଦୁଇଗୋଷ୍ଠି ମଧ୍ୟରେ ବିବାଦ ଦେଖାଦେଇଥିଲା ।ଏଥିରେ ଘରେ ଜୋରଜବରଦସ୍ତ ପଶି ପରିବାର ସଦସ୍ୟଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଗୃହପଯୋଗୀ ଆସବାବପତ୍ର ସବୁକୁ ଫୋପଡାଫିଙ୍ଗା ହୋଇଥିଲା । ଏପରିକି ମହିଳା ସଦସ୍ୟଙ୍କ ପ୍ରତି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ସହିତ ଅନ୍ୟ ସଦସ୍ୟମାନଙ୍କୁ ବିଭିନ୍ନ ମରଣାସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣପ୍ରତିଆକ୍ରମଣ ମଧ୍ୟରେ କୌଶଳକ୍ରମେ ଘରୁ ଟଙ୍କା ମଧ୍ୟ ଚୋରିକରି ନେଇଯାଇଥିଲେ । ଉଭୟ ଘଟଣାର ଅଭିଯୋଗକୁ ଭିତ୍ତିକରି ମଞ୍ଚେଶ୍ଵର ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହେବା ପରେ ପୁଲିସ ତଦନ୍ତ କରି ଉଭୟ ମାମଲାରେ ସମ୍ପୃକ୍ତି ଥିବା ୧୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତମାନେ ନିଜ ଅପରାଧ ସ୍ଵୀକାର କରିଥିଲେ । ଏହି ମାମଲାର ଅଧିକ ତଦନ୍ତ ଜାରି ରହିଥିବା ସ୍ଥଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ଉଦ୍ୟମ ଜାରି ରହିଛି ।

 

Leave A Reply

Your email address will not be published.