ନନ୍ଦନକାନନକୁ ଆଇଜଲ୍ ରୁ ଆସିଲା ୫ନୂଆଜନ୍ତୁ

0 131

ବାରଙ୍ଗ,୮।୯(ଏସଏସନିଉଜ) ପ୍ରାଣିଉଦ୍ୟାନ ନନ୍ଦନକାନନକୁ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଶୁକ୍ରବାରରାତିରେ ୫ନୂଆ ଅତିଥିଆସି ପହଁଚିଛନ୍ତି । ମିଜୋରାମର ଆଇଜଲ୍ ଚିଡିଆଖାନାରୁ ଆସିଥିବା ନୁଆ ଅତିଥିମାନଙ୍କ ମଧ୍ୟରେ ରହିଛି କୁକଟି ନାମକ୪ବର୍ଷର ଅଣ୍ଡିରା ହୁଲକ ଗିବନ ଓ ୧୩ବର୍ଷର ସାଲବୀନ ନାମକ ମାଈ ହୁଲକ ଗିବନ,୭ବର୍ଷ ବୟସର ହଳେ ଘୁଷୁରିଲାଞ୍ଜ ମାକାକ,୧୧ବର୍ଷର ଦିୱାଲୀ ନାମକ ମାଈ ହିମାଳୟ କଳାଭାଲୁ । ଏହାର ପ୍ରତିବଦଳ ରେ ନନ୍ଦନକାନନ କର୍ତ୍ତୁପକ୍ଷ ଆଗରୁ ଅର୍ଥାତ ଗତ ମାର୍ଚ୍ଚମାସ ୨୭ତାରିଖରେ ଗୋଟିଏ ୫ବର୍ଷର ଅଣ୍ଡିରା ସାଧାରଣବାଘ କୁନ୍ଦନ , ୫ବର୍ଷର ମାଈ ସାଧାରଣବାଘୁଣୀ ଆଦ୍ୟାଶାକୁ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଆଇଜଲ୍ ଚିଡିଆଖାନାକୁ ପଠାଇସାରିଥିଲେ । ନୂତନ ଅତିଥି ଜୀବଜନ୍ତୁ ଆଣିବାକୁ

ନନ୍ଦନକାନନର ୬ଜଣିଆ ଟିମ ୨୮ତାରିଖରେ ମିଜୋରାମ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।ନନ୍ଦନକାନନରେ ୩ଟି ହୁଲକ୍ ଗିବନ୍ ଓ ୩ଟି ହିମାଳୟ କଳାଭାଲୁ ଥିବାବେଳେ ଘୁଷୁରି ଲାଞ ମାକେକ୍ ନନ୍ଦନକାନନ ପାଇଁ ନୁଆ ପ୍ରଜାତିର ହୋଇଥିବାରୁ ଏହା ପର୍ଯ୍ୟଟକଙ୍କଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବବୋଲି ଅନୁମାନ କରାଯାଉଛି ।ନୁତନ ଅତିଥି।ଆସିବାପରେ କେନ୍ଦ୍ରୀୟ ଚିଡ଼ିଆଖାନାର ନିୟମାନୁସାରେ ଏମାନଙ୍କୁ ୧ମାସ ପାଇଁ କ୍ବାରେଣ୍ଟଟାଇନରେ ଡାକ୍ତର ମାନଙ୍କ ନଜରବନ୍ଦୀରେ ସ୍ୱାସ୍ତ୍ୟ ପରୀକ୍ଷା ପାଇଁ ରଖାଯିବ ବୋଲିବୋଲି ଉପନିର୍ଦ୍ଦେଶକ ସନଥ୍ କୁମାର ନାରାୟଣ କହିଛନ୍ତି।

Leave A Reply

Your email address will not be published.