ଆଜିରଦିନଟି କିପରିକଟିବ ଜାଣନ୍ତୁ ଆଜିରରାଶିଫଳ

0 167

୧୧-୯-୨୦୨୩(ସୋମବାର)ଅଦ୍ୟ ସିଂହ ଦି୬ନ, ଭାଦ୍ରବ କୃଷ୍ଣଦ୍ଵାଦଶୀ ଦ୪୫।୧୦ରାଘ ୧୧।୪୧,ପୁଷ୍ୟା ଦ୩୭।୨୭ ରାଘ୮।୩୬,କର୍କଟ ଚନ୍ଦ୍ର ଦ୬୦ନିଶାନ୍ତ।ଯୋଗିନୀନୈଋତେ । ରାତ୍ରି ଘ୧୧।୪୧ଗତେ ଦକ୍ଷିଣେ । ଯାତ୍ରାନାସ୍ତି । ଅଦ୍ଯ ଦେବତାଗଠନ, ନୌକାଗଠନ,ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ । ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ରଶୁଦ୍ଧି ।ରାତ୍ରି ଘ୮।୩୬ ଗତେ ମଘାପୂର୍ବାଫାଃ ହସ୍ତା ସ୍ବାତୀଅନୁରାଧା ମୂଳାପୂର୍ବାଷାଢ଼ା ଶ୍ରବଣାଶତଭିଷା ଉତ୍ତରଭାଦ୍ର ଅଶ୍ବିନୀଦ୍ଵିଜା ରୋହିଣୀ ଆର୍ଦ୍ରାପୁଷ୍ୟା ଏ ନକ୍ଷତ୍ରମାନଙ୍କରତାରାଶୁଦ୍ଧି । ମିଥୁନରାଶିର ଘାତବାର।ଦିବା ଘ୭।୮ ଗତେ ଘ୮।୩୯ ମଧ୍ୟେ କାଳବେଳା।ଘ୨।୪୬ ଗତେ ଘ୪।୧୭ ମଧ୍ୟେ ବାରବେଳା । ରାତ୍ରି ଘ୧୦।୧୫ ଗତେ ଘ୧୧।୪୬ ମଧ୍ୟେ କାଳରାତ୍ରି । ମୃତେ ରାତ୍ରି ଘ୧୧।୪୧ ମଧ୍ୟେ ପାଦ ଦୋଷ । ଫଳଂ ପଶୁ ହାନି ଓ ଅନ୍ନ ଦାନ । ପ୍ରଥମ ରଜୋଦର୍ଶନେ ରାତ୍ରି ଘ୮।୩୬ ଗତେ ସମ୍ବତ୍ସର ଗଣ୍ଡଦୋଷ । ସ୍ବର୍ଣ୍ଣ ଓ ପୀତବସ୍ତ୍ର ଦାନ । ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ପୋଇଭକ୍ଷଣ ନିଷେଧ ।ଅମୃତ –ଦିବା ଘ୭।୧୩ ମଧ୍ୟେ ଘ୧୦।୨୫ ଗତେ ଘ୧୨।୪୯ ମଧ୍ୟେ ରାତ୍ରି ଘ୬।୩୫ ଗତେ ଘ୮।୫୯ ମଧ୍ୟେ ଘ୧୧।୨୩ ଗତେ ଘ୨।୩୫ ମଧ୍ୟେ । ମାହେନ୍ଦ୍ର –ଦିବା ଘ୩।୧୩ ଗତେ ଘ୪।୪୯ ମଧ୍ୟେ ।
ମେଷ:-ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ଦୀର୍ଘ ଦିନରୁ ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟାର ଅନ୍ତ ହେବ। କୌଣସି ଧାର୍ମିକ କାର୍ଯ୍ୟ କରିବାର ସୁଯୋଗ ପାଇବେ।
ବୃଷ:-ଆପଣ ଚିନ୍ତା ମୁକ୍ତ ରହିବେ। ଚାକିରିଆଙ୍କୁ ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ପାରିବାରିକ ଜୀବନ ସୁଖକର ହେବ। ବାଣିଜ୍ୟ ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ।
ମିଥୁନ:-କାର୍ଯ୍ୟକ୍ଷେତ୍ରରେ କିଛି ଲୋକଙ୍କର ସାମନା କରିବାକୁ ପଡ଼ିପାରେ। ଘର କାମରେ ବଡ଼ ଭାଇଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଆର୍ଥିକ ଲାଭ ହୋଇପାରେ।
କର୍କଟ:-ବଡ଼ଙ୍କ ପରାମର୍ଶ ନେଲେ ସ୍ଥଗିତ କାମ ସଂପୂର୍ଣ୍ଣ ହେବ। ବ୍ୟବସାୟରେ ବିସ୍ତାର କରିପାରନ୍ତି। ବିବାହିତ ଲୋକଙ୍କୁ ଦାମ୍ପତ୍ୟ ସୁଖ ମିଳିବ। ସମସ୍ୟାର ଅନ୍ତ ହେବ।
ସିଂହ:-ଭାବିଥିବା କାମ ଅତିଶୀଘ୍ର ସଂପୂର୍ଣ୍ଣ କରିଦେବେ। ଅନ୍ୟମାନେ କଥା କହୁଥିବା ବେଳେ କିଛି କହନ୍ତୁ ନାହିଁ। ଗଣମାଧ୍ୟମରେ କାର୍ଯ୍ୟରତ ଲୋକଙ୍କ ଲାଗି ଦିନଟି ଉତ୍ତମ।
କନ୍ୟା:-ରାଜନୀତିରେ ଥିବା ଲୋକଙ୍କୁ ଉଚ୍ଚ ପଦବି ମିଳିପାରେ। ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ। ଜମିରେ ନିବେଶ କରନ୍ତୁ, ଯଥେଷ୍ଟ ଲାଭ ପାଇବେ।
ତୁଳା:-ବ୍ୟବସାୟ ମାନ୍ଦା ହୋଇପାରେ। ଆର୍ଥିକ ସ୍ଥିତି ଚିନ୍ତାଜନକ ହେବ। କୌଣସି କଥାକୁ ନେଇ ଚିନ୍ତିତ ଥିଲେ ସାଥୀଙ୍କୁ ଜଣାନ୍ତୁ, ମନ ହାଲୁକା ହେବ।
ବିଛା:-ଅଧୁରା କାମ ସଂପୂର୍ଣ୍ଣ ହେବ। ସି‌ନେ କଳାକାରଙ୍କ ଲାଗି ଭଲ ଦିନଟିଏ। ବିବାହ ଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।
ଧନୁ:-ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ଭଲ ହେବ। ଜମି କିଣାବିକା ଲାଭଦାୟକ ହେବ। ଘରେ କୌଣସି ଧାର୍ମିକ ଆୟୋଜନ କରିପାରନ୍ତି।
ମକର:-ଜୀବନରେ ନୂଆ ଲକ୍ଷ୍ୟ ହାସଲ କରିବେ। ସଙ୍ଗୀତ ନିର୍ଦେଶକ ଓ କଣ୍ଠଶିଳ୍ପୀଙ୍କୁ ପ୍ରସିଦ୍ଧି ମିଳିବ। ବେପାର ଆରମ୍ଭ କରିବା ଲାଗି ଦିନଟି ଭଲ।
କୁମ୍ଭ:-ସାରାଦିନ ମନରେ ପ୍ରସନ୍ନତା ରହିବ। ସରକାରୀ ଚାକିରିଆଙ୍କୁ ସହକର୍ମୀଙ୍କ ସାହାଯ୍ୟ ମିଳିବ। ଜମି ଦଲାଲଙ୍କୁ ଆଶାଠୁଁ ଅଧିକ ଧନଲାଭ ହେବ।
ମୀନ:-ଲେଖକଙ୍କ ବିଚାରର ସମ୍ମାନ ହେବ। ପାରିବାରିକ ଜୀବନରେ ସୁଖୀ ରହିବେ। ସାମାଜିକ କ୍ଷେତ୍ରରେ ଥିବା ଲୋକଙ୍କୁ ପଦ ଓ ପ୍ରତିଷ୍ଠା ମିଳିବ।

!ସାବଧାନ! ଓସ୍ତଗଛକୁ ଛୁଉଁଛନ୍ତିକି,ମାଡିଆସିବ ର୍ଦୁଭାଗ୍ୟ…
ଓସ୍ତଗଛକୁ ହିନ୍ଦୁଧର୍ମରେ ପବିତ୍ର କୁହାଯିବାସହ ଏହାର ଅନେକପ୍ରକାର ପୂଜା ମଧ୍ୟ କରାଯାଇଥାଏ। ଶାସ୍ତ୍ରଅନୁଯାୟୀ ଶନିବାରଦିନ ଓସ୍ତଗଛରେ ଅନେକଦେବାଦେବୀ ବାସକରିଥାନ୍ତି। ଏହାବ୍ୟତୀତ ଶନିଦେବତା ମଧ୍ୟ ଓସ୍ତଗଛରେ ବାସକରୁଥିବାରୁ ଶନିବାରଦିନ ଲୋକମାନେ ନିଜର ଶନିଦୋଷ ଦୂରକରିବାପାଇଁ ଏହିଗଛରେ ଜଳଲାଗି କରିବାସହ ଦୀପଲଗାଇଥାନ୍ତି। କିନ୍ତୁ ଆପଣମାନେଜାଣିଛନ୍ତିକି ଏହିଗଛ ପୂଜା କରିବାରେ ଅନେକନିୟମ ମଧ୍ୟରହିଛି। ସପ୍ତାହରେ ଏଭଳି ଏକଦିନଅଛି ଯେଉଁଦିନଓସ୍ତଗଛ ପୂଜାକରିବାର ଲାଭପରିବର୍ତ୍ତେ କ୍ଷତିହୋଇଥାଏ। ଏହାବ୍ୟତୀତ ଏହିଦିନ ଓସ୍ତଗଛ ଛୁଇବାମାତ୍ରେ ହିଁ ଦୁର୍ଭାଗ୍ୟବଢିଥାଏ।ଶାସ୍ତ୍ରଅନୁଯାୟୀ ଓସ୍ତଗଛରେ ଦିନସମୟରେ ମାଲକ୍ଷ୍ମୀ ବାସକରିଥାନ୍ତି। କାରଣ ଏହିଗଛରେ ରାତିସମୟରେ ମାଲକ୍ଷ୍ମୀଙ୍କଭଉଣୀ ଅଲକ୍ଷ୍ମୀ ବାସକରିଥାନ୍ତି। ସେହିପରି ରବିବାରଦିନ ଏହିବୃକ୍ଷରେ କୌଣସିଦେବାଦେବୀ ବାସ କରିନଥାନ୍ତି।ଏହିକାରଣରୁ ରବିବାରଦିନଅଲକ୍ଷ୍ମୀ ଦିନରାତିଗଛରେ ବାସକରିଥାନ୍ତି। ଏହିଦିନ ଓସ୍ତବୃକ୍ଷକୁ ପୂଜାକରିବାଦ୍ବାରା ସୁଖସମୃଦ୍ଧି କ୍ଷୟ ହୋଇଥାଏ। ଜ୍ୟୋତିଷଶାସ୍ତ୍ରଅନୁଯାୟୀ ଶନିଦେବତାଙ୍କ ସହ ଓସ୍ତବୃକ୍ଷର ସଂଯୋଗରହିଛି। କିନ୍ତୁ ରବିବାରଦିନର ସ୍ବାମୀଭଗବାନସୂର୍ଯ୍ୟ ହୋଇଥିବାରୁ ଏହିଦିନଓସ୍ତଗଛ ପୁଜାକରିବା ଶୁଭ ହୋଇନଥାଏ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.