ଚୋରୀ ବିଦ୍ୟୁତତାର ସହ ଅଟୋ ଜବତ,ଦୁଇ ଗିରଫ

0 175

 

ବାରଙ୍ଗ,୧୦|୯ (ଏସଏସନିଉଜ)ବିଦ୍ୟୁତତାର ଏବଂ ଜିଆଇପୋଲ ଚୋରି ଘଟଣାରେ ଫେରାର ଦୁଇ ଅଭିଯୁକ୍ତଙ୍କୁ ଗିରଫକରିଛି ବାରଙ୍ଗଥାନା ପୋଲିସ। ସେମାନେହେଲେ କଟକ ଲାଲବାଗଥାନା ଜଗନ୍ନାଥ ବଲ୍ଲଭଅଞ୍ଚଳର କାଳିଆମହାପାତ୍ର(୨୫) ଏବଂ ଅଲିଶା ବଜାରର ସୋମନାଥବେହେରା ଓରଫ କାଳନ୍ଦୀ (୧୯)। ଏଥିସହ ଚୋରୀରେ ବ୍ୟବହୃତ ଅଟୋ ସମେତ ତାରକୁ ଜବତକରିଛି ପୋଲିସ।

ପ୍ରକାଶଯେ, ବାରଙ୍ଗରୁ ଗୋଡ଼ିସାହି ପର୍ଯ୍ୟନ୍ତ ପୁରୀ ମୁଖ୍ୟକେନାଲ ରାସ୍ତାରେ ନୂତନ ବିଦ୍ୟୁତସଂଯୋଗ ପାଇଁ ଭୁବନେଶ୍ୱର ବଡ଼ଗଡ଼ଅଞ୍ଚଳର ଇଶ୍ଵରଚନ୍ଦ୍ର ପରିଡ଼ା ଟେଣ୍ଡରନେଇ କାମ କରୁଥିଲେ। ତେବେ ଗତ ଜୁଲାଇ ୨୦ତାରିଖରାତିରେ କାମ ଚାଲିଥିବାସ୍ଥାନରୁ ୪ଟିଜିଆଇ ପୋଲ ଏବଂ ଦୁଇକିମିଲମ୍ବର କଣ୍ଡକ୍ଟର ତାର ଚୋରୀହୋଇଥିବା ନେଇ ପରଦିନଥାନାରେ ଅଭିଯୋଗ କରିଥିଲେ। କେସନଂ୨୭୨/୨୩ରେ ଅଭିଯୋଗକୁ ଭିତ୍ତିକରି ବାରଙ୍ଗଥାନା ଏସଆଇ ହେମନ୍ତକୁମାରସେଠୀ ତଦନ୍ତକରି ଏହି ଘଟଣାରେ ସଂପୃକ୍ତଥିବା ୫ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ରବିବାର ଗିରଫ କରିଛନ୍ତି। ଏଥିସହ ଚୋରୀରେ ବ୍ୟବହୃତ ହୋଇଥିବା ଓଡ଼ି୦୨ଏୟୁ୧୧୩୧ ପସେଞ୍ଜର ଅଟୋ, ୩ଟି ବଣ୍ଡଲରେ ଥିବା ୪୫୦ ମିଟର ତାର ଏବଂ ୩ଟି ମୋବାଇଲ ଜବତ କରିଛି ପୋଲିସ। ଏନେଇ ଉଭୟ ଅଭିଯୁକ୍ତଙ୍କୁ ରବିବାର କୋର୍ଟଚାଲଣ କରାଯାଇଛି।(ଗୌତମ ରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.