ଅମରଲଡୁ ବାଂଟିଲେ ଗରୁଡ

0 76

ଡେଲାଙ୍ଗ,୧୦ା୯(ଏସଏସନିଉଜ) ସାକ୍ଷୀଗୋପାଳ ମନ୍ଦିରରେ କାଳୀୟଦଳନପର୍ବ ଅନୁଷ୍ଠିତ ହୋଇଯାଇଛିା ଗୋଧନବାହୁଡାଧୁପପରେ ବିଜେ ପ୍ରତିମା ମଦନମୋହନଓ ଲବଣୀଚେରା ସୁସଜିତବିମାନରେ ବସି ରଙ୍ଗଣିସାହିସ୍ଥିତ ଲବଣିଖିଆମଣ୍ଡପକୁ ବିଜେ କରିଥିଲେ ।ଗୋପାଳପରିବାରର କୁଳବଧୂମାନେ ଆସି ଠାକୁରଙ୍କୁ ବନ୍ଦାପନା କରିଥିଲେ ।ଗୋପାଳ ପରିବାର ପକ୍ଷରୁ ଠାକୁରଙ୍କୁ ସର,ଲବଣୀ,ମାଖନ, ଖୁଆପେଡା,ରସାବଳୀ, ଛେନା ଆଦି କ୍ଷୀରଜାତସାମଗ୍ରୀ ସହ ଚୁଡାଘଷା,ଖଇ, ଉଖୁଡା,ଫଳମୁଳ,ତୁଳସୀ,ଚନ୍ଦନ ଆଦି ଭୋଗ ଲଗାଯାଇଥିଲା ।ଠାକୁର ଭୋଗଖାଇସାବାପରେ ଶ୍ରୀକୃଷ୍ନ କାଳନଦୀହ୍ରଦକୁ ପଦ୍ମଫୁଲତୋଳିବାକୁଯାଇଥିଲେ । ତେବେ ଏହିସବୁ ମାନବଙ୍କଦ୍ୱାରା କରାଯାଇଥିଲା ।ପରମ୍ପରା ଅନୁଯାୟୀ ବିଳମ୍ଭିତରାତିରେ ସାକ୍ଷୀଗୋପାଳ ମନ୍ଦିରର କୃଷ୍ନବେଶଧାରୀ ଜଣେ ସେବକ ପଦ୍ମଫୁଲତୋଳିବାକୁ୍‌ରାଧାକୁଣ୍ଡକୁ ଯାଇ କାଳୀନାଗର ଦଂଶନରେ ଅଚେତହୋଇପଡିଥିଲେ ।ସେହିପରି ଗରୁଡବେଶଧାରୀ ଗୋପାଳପୁରପାଟଣା ଗ୍ରାମର ଗୁଡିଆସେବକ ନାରାୟଣମହାପାତ୍ର ରାଧାକୁଣ୍ଡରେ ପହଁଚି ଠାକୁରଙ୍କ ବିଷକୁ ଅପହରଣ କରିଥିଲେ ।ତେବେ ଏହାକୁ ଦେଖିବାପାଇଁ ରାଧାକୁଣ୍ଡ ପୋଖରୀର ଚତୁପାଶ୍ୱର୍ରେ ଭକ୍ତମାନଙ୍କ ଗହଳି ଲାଗିରହିଥିଲା ।

 

Leave A Reply

Your email address will not be published.