ଆଜିର ରାଶିଫଳ

ଗୁଡ ଖାଇଲେ ଶେଷହେବ ୩ ରୋଗ

0 200

୨୦୨୩ମସିହା ସେପ୍ଟେମ୍ବରମାସ ୧୫ତାରିଖ ଶୁକ୍ରବାର। ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା, ସାଗର ବିଜେ, ଶ୍ରୀଜୀଉଙ୍କର ସପ୍ତପୁରୀଭୋଗ, ବସ୍ତ୍ରହରଣ ଲୀଳା ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୭/୨୫ ,ସୂର୍ଯ୍ୟାସ୍ତ- ଘ୫/୪୬/୪୩ ,ଭାଦ୍ରବମାସ ,କୃଷ୍ଣପକ୍ଷ ,ଭୃଗୁବାସ ,ତିଥି- ଅମାବାସ୍ୟା ମଳ ଘ୭/୧୩ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ୍ ।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଐଶାନ୍ୟକୋଣରେ, ଦିବା ଘ୭/୧୩ମିପରେ ପୂର୍ବଦିଗରେ। ପକ୍ଷାନ୍ତ,ରବିଯୁକ୍ତ ଓ ଶନିସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକରରାଶିର ଏବଂ ଦିବାଘ୧୨/୨୨ମିପରେ ବୃଷରାଶିର ଘାତଚନ୍ଦ୍ର।ଘାତବାର–ବିଛା,ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଭାଦ୍ରବ ଶୁକ୍ଳପ୍ରତିପଦ୍ ର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ଆମିଷ, ଦିବା ଘ୭/୧୩ମିପରେ ପାଣିକଖାରୁଭକ୍ଷଣ ନିଷେଧ।ଅଶୁଭବେଳା- ବାର ଓ କାଳବେଳା ଦିବା ଘ୮/୯ମି ରୁ ଘ୧୦/୪୦ମିପର୍ଯ୍ୟନ୍ତ।କାଳରାତ୍ରି ରାତ୍ରିଘ୮/୪୧ମି ରୁ ଘ୧୦/୧୦ମିପର୍ଯ୍ୟନ୍ତ।ଶୁଭବେଳାଅମୃତ ସୂର୍ଯ୍ୟୋଦୟ ରୁ ଘ୭/୧୪ମିମଧ୍ୟେ, ଘ୮/୨ମି ରୁ ଘ୧୦/୨୬ମିମଧ୍ୟେ, ଘ୧୨/୫୦ମି ରୁ ଘ୨/୨୬ମିମଧ୍ୟେ, ଘ୪ /୧୧ମି ରୁ ଘ୫/୪୭ମିମଧ୍ୟେ, ରାତ୍ରିଘ୭/୨୨ମି ରୁ ଘ୮/୫୮ମିମଧ୍ୟେ, ଘ୨୨ମି ରୁ ଘ୪/୧୦ମିପର୍ଯ୍ୟନ୍ତ।ମାହେନ୍ଦ୍ରବେଳା-ରାତ୍ରି ଘ୧୦/୩୪ମି ରୁ ଘ୧୧/୨୨ମିମଧ୍ୟେ, ଘ୪/୧୦ମି ରୁ ରାତ୍ରିଶେଷ ଘ୫/୩୮ମି ପର୍ଯ୍ୟନ୍ତ ।ପୁଷ୍କରଦୋଷ- ମୃତବ୍ୟକ୍ତିର ପ୍ରାତଃଘ୫/୪୨ମି ପରେ ୧ପାଦ ନକ୍ଷତ୍ର ପୁଷ୍କରଦୋଷ। ଫଳଂ ଗୋତ୍ରବଂଶ ସନ୍ତାନସନ୍ତତିର ବିନାଶ ଓ ତିଳସୁବର୍ଣ୍ଣଦାନ ସହିତ ହୋମାଦି ଶାନ୍ତିବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ପ୍ରାତଃଘ୫/୪୨ମି ମଧ୍ୟେ କନ୍ୟାରସାତମାସଗଣ୍ଡଦୋଷ। ଫଳଂ ସ୍ତ୍ରୀବିଧବା। ପୀତବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳଦାନ କରଣୀୟ ଏବଂ ତିଥିଦୋଷହେତୁ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପଅର୍ପଣ ,ରଜଶ୍ଚକ୍ରେ ସୁଭଗାଲକ୍ଷ୍ମୀଯୁକ୍ତା ।ଶୁଭକର୍ମ:- ନାହିଁ।
ମେଷ-ଆଜି ଆକସ୍ମିକ ଧନଲାଭଯୋଗ ରହିଛି।ସାହାଯ୍ୟପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟମାନେ ଉପସ୍ଥିତ ହେବାଯୋଗୁଁ ଆନନ୍ଦିତହେବେ। ଆଜି ସେମାନେ ଆପଣଙ୍କଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।
ବୃଷ-ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟିଯାକ ମିଶିକରି ଆପଣଙ୍କୁ ସଫଳତାଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସରଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟମାନଙ୍କର ନିର୍ଣ୍ଣୟଠାରୁ ଅଧିକ ଗୁରୁତ୍ତ୍ୱ ହେବ ।
ମିଥୁନ-ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ ।ସେମାନଙ୍କ ଛୋଟଛୋଟ ଚ଼େଷ୍ଟା ଆପଣଙ୍କମନକୁ ଛୁଇଁଯିବ ।ସେମାନଙ୍କ ସାହାଯ୍ୟ ଏବଂ ଭଲପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।
କର୍କଟ-ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାରବାଟ ସାହାଯ୍ୟକରିବ । ଆପଣ ଏହାଦ୍ୱାରାଜାଣି ଖୁସିହେବେଯେ ଆପଣଙ୍କୁ ସାହାଯ୍ୟ କରିବାପାଇଁ ଆପଣଙ୍କରପୁତ୍ରମାନେ ଆଗେଇଆସିବେ ।
ସିଂହ-ଆଜି ଧନଲାଭ ହେବାସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବାପାଇଁ ଆଗେଇ ଆସିବେ ନିଜରଚ଼େଷ୍ଟା ଏବଂ ସ୍ନେହବଳରେ ଆପଣଙ୍କ ଦିନକୁ ସେମାନେ ବହୁତସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହପାଇଁ ବହୁତ ଖୁସିହେବେ ଏବଂ ନିଜକୁ କୃତାର୍ଥ ମନେକରିବେ ।
କନ୍ୟା-ଆପଣ ଯେଉଁଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରିପାରିବ । କୌଣସି ଘରୋଇକଳିକଜିଆ ଯେଉଁଟାକି ଆପଣଙ୍କର ଅଶାନ୍ତିରକାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷହୋଇଯିବ ।
ତୁଳା-ଆଜି ଆପଣଙ୍କ ମନକରିବଯେ ,ଆପଣ ଆପଣଙ୍କ ସବୁକାମ ଏକପାର୍ଶ୍ୱରେ ରଖି ନିଜପରିବାର ଓ ବନ୍ଧୁମାନଙ୍କସହ ଭଲସମୟ ବ୍ୟତିତକରନ୍ତୁ । ନିଜ ପସନ୍ଦରଖାଦ୍ୟ ଓ ପୁରାତନ ଘନିଷ୍ଠବନ୍ଧୁମାନଙ୍କ ସହ ମିଳାମିସାକରିବାର ସୁଯୋଗମିଳିବ।
ବିଛା-ଆପଣ ଏପରିସ୍ଥିତିରେ ଅଛନ୍ତିଯେ ଆପଣଙ୍କୁ ଅନେକଅଧିକାର ଓ କ୍ଷମତାମିଳିବ । ଏଥିରେ ଆପଣଙ୍କୁ ବହୁତଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନରଖିବା ଉଚ଼ିତ୍ ଯେ ଏହି ଅଧିକାରସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।
ଧନୁ-ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟଦୃଷ୍ଟିରୁ ବାହାରକୁଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।
ମକର-ଏହି ସମୟ ନିଜ ସାଙ୍ଗସାଙ୍ଗରେ କୌଣସି କଳିକଜିଆରେ ପଡ଼ନ୍ତୁନାହିଁ । ବୋଧହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନହୋଇଛନ୍ତି, ଯାହାରକାରଣ ଚ଼ିନ୍ତାରପରିବେଶ ସୃଷ୍ଟିହୋଇଛି । ପ୍ରତିକ୍ଷେତ୍ରରେ ସତର୍କରହି କାର୍ଯକରିବା ବୁଦ୍ଧିମାନର କାର୍ଯହେବ।
କୁମ୍ଭ-ଅନ୍ୟଲୋକ ଆପଣଙ୍କ ଦୟାକୁ ଭୂଲବାଟରେ ନେବାପାଇଁ ଚ଼େଷ୍ଟାକରିବେ । ମନେରଖ ଜୀବନରେ ପ୍ରତ୍ୟେକଜିନିଷର ସନ୍ତୁଳିତହେବା ଆବଶ୍ୟକଅଟେ ଏଥିପାଇଁ ଆବଶ୍ୟକତାଠାରୁ ଅଧିକ ଦୟାକରିବା ମଧ୍ୟ ଠିକ୍ ନୁହେଁ ।
ମୀନ-ଆପଣଙ୍କର କୌଣସି ପ୍ରିୟଜନସହିତ ସମ୍ପର୍କ ଖରାପହୋଇଯାଇଛି । ଏହିସମୟ ଆପଣ ନିଜକ୍ରୋଧକୁ ଆୟତ୍ତରେରଖିବାର ସମୟଅଟେ । ଆପଣ ଏହିସମୟରେ ପୁରୁଣାମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱଦେବା ଉଚ଼ିତ୍ ହେବ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

ରାତିରେ ଶୋଇବାପୂର୍ବରୁ ଗୁଡଖାଇ ପିଅନ୍ତୁଗରମପାଣି , ଜଡରୁ ଶେଷହୋଇଯିବ ଏହି ତିନୋଟିରୋଗ-
ଏହିଦୁନିଆଁରେ ନାନାପ୍ରକାରର ଲୋକ ରହିଥାନ୍ତି , ଏମାନଙ୍କମଧ୍ୟରୁ କିଛିଲୋକେ ଲୁଣିଆଖାଇବାକୁ ପସନ୍ଦ କରନ୍ତି , ତୋ ଆଉକିଛିଲୋକେ ମିଠାଖାଇବା ,  ଚିନିବଦଳରେ ଗୁଡରେ ତିଆରିଜିନିଷ ଖାଇବାକୁ ପସନ୍ଦକରନ୍ତି ।ଏହାରଖାସିୟତ ଏହାକି ଏହା ମିଠାହୋଇଥାଏ କିନ୍ତୁ ଡାଇବେଟିଜ୍ ପରିରୋଗର ଆଶଙ୍କାକମ୍ ହୋଇଥାଏ । ଯେଉଁଲୋକଙ୍କୁ ମିଠାଖାଇବା ମନାକରାଯାଇଛି , ସେ ଗୁଡରସେବନ କରିପାରିବେ । ଗୁଡରଭିତର ସ୍ତରଗରମ ହୋଇଥାଏ । ଏଥିପାଇଁ ଶୀତଦିନରେ ଲୋକେ ଏହାକୁ ଚାହା ଓ କ୍ଷୀରକୁ ଅଧିକା ପ୍ରାଧ୍ୟାନ୍ୟ ଦେଇଥାନ୍ତି । ଏହା ପେଟସଫା ରଖିଥାଏ ଓ ଅନେକରୋଗ ସହ ଲଢିବାରେ ସାହାଯ୍ୟ କରିଥାଏ । ସେମିତିଯଦି ଗୁଡ ଖାଇବା ପରେ ଗରମପାଣିପିଇଲେ ଏହାରଫାଇଦା ଦୁଇଗୁଣାବଢିଯାଏ ।ଆଜି ଗୁଡଖାଇସାରିବାପରେ ଗରମପାଣି ପିଇଲେ କଣଫାଇଦା ହୋଇଥାଏ ସେହି ବିଷୟରେ ଜାଣିବା ।
ଆୟୁର୍ବେଦିକଗ୍ରନ୍ଥରେ ଗୁଡକୁ ଏକ ରୋଗନାଶକତତ୍ତ୍ୱ ବୋଲି କୁହାଯାଇଛି ।ଏହା ଶରୀରରେ ଏସିଡ୍ କୁ କମ୍ କରିଥାଏ ଓ ଛାତିରେ ଜଳାପୋଡାକୁ କମ୍ କରିଥାଏ । ଏହାର ନିୟମିତରୁପରେ ସେବନକଲେ ଆମର ସ୍ୱାସ୍ଥ୍ୟ ଭଲରହିଥାଏ ଓ ତାହାସହ ପାଚନତନ୍ତ୍ରବି ମଜବୁତରହିଥାଏ । ସେଥିପାଇଁ ଗୁଡସହ ଗରମପାଣିକୁ ଅମୃତ ସମାନବୋଲି ମାନିଛେ । ଆପଣଯଦି ରାତିରେ ଶୋଇବାପୁର୍ବରୁ ପ୍ରଥମେ ଗୁଡଖାଆନ୍ତି ଓ ତାପରେ ଗରମ ପାଣି ପିଅନ୍ତି ତେବେ ଏହାନା କେବଳ ଭଲନିଦ ଆସିଥାଏ ବରଂ ଆପଣଙ୍କମଧ୍ୟରେଥିବା ତିନୋଟି ରୋଗରୁ ମୁକ୍ତି ଦେବାରେ ସାହାଯ୍ୟ କରେ ।
ଆୟୁର୍ବେଦିକବିଶେଷଜ୍ଞ ଡାଃ ରାଜୀବଦୀକ୍ଷିତଙ୍କ ଅନୁସାରେ ଶୀତଦିନରେ ଗୁଡରସେବନ କଲେ ଓ ତାପରେ ଗରମପାଣି ପିଇଲେ ଆମ ଶରୀରପାଇଁ ଏହା ଅମୃତସମାନ ହୋଇଥାଏାକାରଣ ଏହିଥିରେ ମିନେରାଲ୍ସ, ଓ ଆଣ୍ଟି ଅକ୍ସିଡେଣ୍ଟ ମହଜୁତଥାଏ । ଯାହା ରୋଗଗୁଡିକ ଶେଷ କରିବାପାଇଁ ରୋଗନିରୋଧକ ଭାବେ କାମ କରିଥାଏ । ଯଦି ଆପଣଙ୍କୁ ଥଣ୍ତା ଓ ନାକବନ୍ଦ ହୋଇଯାଇଛି ତେବେ ଚିନ୍ତିତଅଛନ୍ତି ଏହା ଏକ ଉତ୍ତମଉପାୟ ହୋଇପାରେ । ଏହାକୁ ଆପଣାଇବାର କିଛିସମୟ ମଧ୍ୟରେ ଆଶ୍ୱସ୍ତିପ୍ରାପ୍ତି କରିବେ ।ଆମେ ବଜାରରୁ ଅଧିକା ମସଲାଯୁକ୍ତଖାଦ୍ୟକୁ ସେବନକରିଲେ ଏହା ଗ୍ୟାସଟିକ ର ରୂପ ନେଇଯାଏ ।ଏହିସବୁ ସିଧାପ୍ରଭାବ ଆମର ପାଚନପ୍ରଣାଳୀଉପରେ ପଡିଥାଏ । ଯାହାଦ୍ୱାରା ପେଟରେଗ୍ୟାସ କିମ୍ବା କବ୍ଜ ସମସ୍ୟାରହିଥାଏ ଏହିସମସ୍ୟାରୁ ଚିନ୍ତିତ ଅଛନ୍ତି , ତେବେ ପ୍ରଥମେ ଗୁଡଖାଇନିଅନ୍ତୁ ଓ ଗରମପାଣିର ସେବନକରନ୍ତି । ଆପଣଙ୍କ ପେଟ ସଫା ହୋଇଯିବ ଓ ପାଚନକ୍ରିୟା ନିୟନ୍ତ୍ରିତହୋଇଯିବ । ଆପଣଚାହିଁଲେ ବି ଏହାକୁ ଶୋଇବାପୂର୍ବରୁ ରାତିରେ ଗରମପାଣିରସହ ସେବନକରିପାରିବେ । ଏମିତିକରିଲେ କିଛିଦିନ ମଧ୍ୟରେ ଆପଣଙ୍କଗ୍ୟାସ ଓ ପେଟ ସହ ଯୋଡିହୋଇଥିବା ସବୁସମସ୍ୟାରୁ ମୁକ୍ତିପାଇପାରିବେ ।ସବୁଦିନରାତିରେ ଶୋଇବାପୁର୍ବରୁ ଗୁଡସହ ଗରମ ପାଣିର ସେବନକଲେ ତ୍ୱଚାସଂବନ୍ଧିତ ଅନେକଫାଇଦା ମିଳିଥାଏ । ଏଥିରେ ନାକେବଳ ଚେହେରାକୁ ଉଜ୍ଜଳକରିଥାଏ , ବରଂ ତ୍ୱଚାସଂବନ୍ଧିତରୋଗକୁଜଡରୁ ଶେଷ କରିଦେଇଥାଏ । ଗୁଡରେ ତ୍ୱଚାରେଥିବା ଟକ୍ସିନ୍ କୁ ବାହାରକୁ ବାହାରକରିଦିଏ ଯାହାଦ୍ୱାରା ଚେହେରାରେ ଚମକ ଆସିଥାଏ ଓ ଚର୍ମରୋଗ ଦୂର ହୋଇଯାଏ ।

Leave A Reply

Your email address will not be published.