ଆଜିର ରାଶିଫଳ

0 187

୨୦୨୩ମସିହା ଅକ୍ଟୋବରମାସ ୧୫ତାରିଖ ରବିବାର। ଶ୍ରୀମନ୍ଦିରରେ ଦୁର୍ଗାମାଧବଙ୍କ ବାହାର ବିଜେ ଓ ମହାଳୟା, ଶାରଦୀୟ ନବଦିନପୂଜାରମ୍ଭ, ଶ୍ରୀବିରଜା ଦେବୀଙ୍କରଥ ପ୍ରତିଷ୍ଠା,ସୁର୍ଯ୍ୟୋଦୟ- ଘ୫/୪୪/୪୦,ସୂର୍ଯ୍ୟାସ୍ତ-ଘ୫/୨୦/୩୨ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି- ପ୍ରତିପଦ୍ ରାତ୍ରି ଘ୧୨/୨୮ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ନକ୍ଷତ୍ର-ଚିତ୍ରା ସନ୍ଧ୍ୟାଘ୬/୫୦ମିପର୍ଯ୍ୟନ୍ତ ତଦନ୍ତେ ସ୍ବାତୀନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ରାତ୍ରି ଘ୧୨/ ୨୮ମି ପରେ ଉତ୍ତରଦିଗରେ। ତିଥି,ବୈଧୃତିଯୋଗ,ରବିଯୁକ୍ତପରେ ମଙ୍ଗଳଯୁକ୍ତ ଦୋଷହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–ପ୍ରାତଃ ଘ୫/୫୭ମି ମଧ୍ୟେ ବୃଷ ରାଶିର ଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପାଣିକଖାରୁ ଭକ୍ଷଣନିଷେଧ।ଅଶୁଭ ବେଳା-ବାର ଓ କାଳବେଳା ଦିବା ଘ୧୦/୫ମି ରୁ ଘ୧୨/୫୦ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧/୫ମି ରୁ ଘ୨/୩୯ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୬/୩୪ମି ରୁ ଘ୯/୮ମି ମଧ୍ୟେ,ଘ୧୦/୨୦ମିରୁ ଘ୩/୩୨ମି ମଧ୍ୟେ,ରାତ୍ରି ଘ୭/୪୨ମି ରୁ ୯/୧୮ମି ମଧ୍ୟେ, ଘ୧୨/୪୨ମି ରୁ ଘ୧/୧୮ମି ମଧ୍ୟେ, ଘ୨/୨୬ମି ରୁ ନିଶାନ୍ତ ଘ୫/୧୮ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ଦିବା ଘ୪/୧୦ମି ରୁ ଘ୪/୫୮ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ୧ପାଦ ବାର ପୁଷ୍କରଦୋଷ।ଫଳଂ କୃଷିହାନି ଓ ଭୂମିଦାନ।ରାତ୍ରି ଘ୧୨/୨୮ମିପରେ ୨ପାଦ ବାର ଓ ତିଥି ପୁଷ୍କରଦୋଷ।ଫଳଂ କୃଷିହାନି ଓ ଗୋପଶୁ ସମ୍ପଦରବିନାଶ। ଭୂମି ଓ ଅନ୍ନବସ୍ତ୍ରଦାନ ସହିତ ହୋମାଦିଶାନ୍ତି ବିଧେୟ।ପ୍ରଥମରଜୋଦର୍ଶନେ- ରଜଶ୍ଚକ୍ରେ ଭିକ୍ଷାସିନୀ (ମତାନ୍ତରେବିପୁତ୍ରା)। ବାରଦୋଷ ହେତୁ (ଶିବଙ୍କଠାରେ ଜଳାଭିଷେକ)ରାତ୍ରିଘ୧୨/୩୦ମି ପର୍ଯ୍ୟନ୍ତ ବାର ଓ ତିଥିଦୋଷ ହେତୁ (ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପଅର୍ପଣ)ତାପରେ ବାରଦୋଷ ହେତୁ (ଶିବଙ୍କଠାରେଜଳାଭିଷେକ)।ଶୁଭକର୍ମ:-ଅତ୍ୟାବଶ୍ୟକସ୍ଥଳେ ବାଣିଜ୍ୟକରଣ, ନାମକରଣ, ହଳପ୍ରବାହ, ବୀଜବପନ, ଦୂରଯାତ୍ରା।
ମେଷ-ଆପଣଙ୍କୁ କ୍ରୋଧଉପରେ ନିୟନ୍ତ୍ରଣ ରଖିବାପାଇଁ ପରାମର୍ଶ।ମାନସିକରୂପରେ ଅଣନିଶ୍ୱାସୀହେବାର କାରଣରୁ କୌଣସିକାର୍ଯ୍ୟରେ ଆପଣଙ୍କମନ ନ ଲାଗିପାରେ।ସ୍ଵାସ୍ଥ୍ୟ ମଧ୍ୟ କିଛିମାତ୍ରାରେ ଭଲଖରାପ ରହିବ।କୌଣସି ଧାର୍ମିକସ୍ଥଳ ଅଥବା ମାଙ୍ଗଳିକପ୍ରସଙ୍ଗରେ ଉପସ୍ଥିତରହିବା ପାଇଁ ନିମନ୍ତ୍ରଣମିଳିବ।
ବୃଷ-ଶାରୀରିକରୂପରେ ଅସୁସ୍ଥ ରହିବାରୁ ଏବଂ କାର୍ଯ୍ୟରେ ସଫଳତାପ୍ରାପ୍ତି କରିବାରେ ବିଳମ୍ବହେବାରୁ ଆପଣନିରାଶ ହୋଇପାରନ୍ତି।ଆଜିକୌଣସି ନୂଆ କାର୍ଯ୍ୟର ଶୁଭାରମ୍ଭ କରନ୍ତୁନାହିଁ।ଖାଦ୍ୟପେୟରେ ଉଚିତଅନୁଚିତର ବିବେକରଖିବେ।ଆଜି କାର୍ଯ୍ୟଭାର ଅଧିକରହିବ।ସେଥିପାଇଁ ସୁସ୍ଥତା ରହିବ। ଯାତ୍ରାରେ ମଧ୍ୟ ବିଘ୍ନ ଉପସ୍ଥିତ ହେବ। ଭଲ ହେବ, ଯଦି ଆଜି କୌଣସି କାର୍ଯ୍ୟ ପଛରେ ମାନସିକ ସୁଖ ଶାନ୍ତି ନ ନଷ୍ଟକରି ଯୋଗ, ଧ୍ୟାନ ଏବଂ ଆଧ୍ୟାତ୍ମିକତାର ଆଶ୍ରୟ ନେବେ।
ମିଥୁନ-ଆଜିର ଦିନ ଆମୋଦ-ପ୍ରମୋଦରେ ବିତିବ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଖୁସି ଅନୁଭବ କରିବେ। ମିତ୍ର ଏବଂ ପରିଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନ ସ୍ଥଳକୁ ବୁଲିବାକୁଯାଇ ଆନନ୍ଦ ଉଠାଇ ପାରନ୍ତି। ସ୍ଵାଦିଷ୍ଟ ଭୋଜନର ସ୍ଵାଦ ନେଇ ପାରିବେ ଏବଂ ନୂଆ ବସ୍ତ୍ର ମଧ୍ୟ କ୍ରୟ କରିବେ। ବାହନ ସୁଖ ମଧ୍ୟ ମିଳିବ। ଆପଣଙ୍କ ମାନ-ସମ୍ମାନ ଏବଂ ଲୋକପ୍ରିୟତାରେ ମଧ୍ୟ ବୃଦ୍ଧି ହେବାର ସଂକେତ ଅଛି।
କର୍କଟ- ବ୍ୟବସାୟରେ ଆଜିରଦିନ ଲାଭହେବ।କାର୍ଯ୍ୟାଳୟସହିତ କାମକରୁଥିବା ଲୋକଙ୍କର ସହଯୋଗମିଳିବ।ପରିଜନମାନେ ଆପଣଙ୍କସହିତ ଆଜି ଆନନ୍ଦ ପୂର୍ବକ ସମୟବିତାଇବେ।ମାନସିକରୂପରେ ମଧ୍ୟ ଆପଣ ସଂପୂର୍ଣ୍ଣସୁସ୍ଥ ଅନୁଭବକରିବେ।ପ୍ରତିଦ୍ୱନ୍ଦ୍ୱୀମାନଙ୍କଉପରେ ବିଜୟ ମିଳିବ। କାର୍ଯ୍ୟରେ ଯଶ ପ୍ରାପ୍ତି ହେବ।
ସିଂହ- ଆଜି ସୃଜନାତ୍ମକତା ଏବଂ କଳାସମ୍ବନ୍ଧୀତ ପ୍ରବୃତ୍ତିଗୁଡ଼ିକପାଇଁ ଦିନ ଶ୍ରେଷ୍ଠଅଟେ।ବିଦ୍ୟାର୍ଥୀଅଭ୍ୟାସରେ ନିଜର ଭଲପ୍ରଦର୍ଶନ କରିପାରିବେ। ସ୍ନେହୀ ଜନମାନଙ୍କ ଏବଂ ମିତ୍ରମାନଙ୍କସହିତ ସାକ୍ଷାତହେବ।ଶାରୀରିକସ୍ଵାସ୍ଥ୍ୟ ମଧ୍ୟ ଭଲରହିବ।ତଥାପି କ୍ରୋଧଉପରେ ନିୟନ୍ତ୍ରଣରଖିବେ,ଏହାଦ୍ୱାରା ମାନସିକ ଏକାଗ୍ରତା ବନି ରହିବ।
କନ୍ୟା-ଆଜିରଦିନ ପ୍ରତିକୂଳତାରେଭରା ରହିବ।ଶାରୀରିକଫୁର୍ତ୍ତିର ଆଜି ଅଭାବହୋଇପାରେ ଏବଂ ମାନସିକରୂପରେ ମଧ୍ୟ ଚିନ୍ତାରହିପାରେ।ପତ୍ନୀଙ୍କ ସହିତ କଲହରପ୍ରସଙ୍ଗ ବନିପାରେ ଅଥବା ମନମାଳିନ୍ୟହୋଇପାରେ।ମାତାଙ୍କରସ୍ଵାସ୍ଥ୍ୟର ଚିନ୍ତାହୋଇପାରେ।ସମ୍ବନ୍ଧିମାନଙ୍କସହିତ ମନମାଳିନ୍ୟର ପ୍ରସଙ୍ଗ ବନିପାରେ।
ତୁଳା-ଆଜିର ଦିନ ଆନନ୍ଦରେ ବିତିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସାମନାରେ ବିଜୟର ସ୍ଵାଦ ପ୍ରାପ୍ତି କରି ପାରିବେ। ସ୍ଵଜନମାନଙ୍କ ସହିତ ଆଜି ଭେଟ ହେବ। ମାନସିକ ରୂପରେ ପ୍ରସନ୍ନତା ବନି ରହିବ। ଧାର୍ମିକ ଯାତ୍ରାରେ ମନରେ ଆନନ୍ଦ ଅନୁଭବ କରିବେ। ସମ୍ବନ୍ଧରେ ଉଠୁଥିବା ଭାବନା ଆପଣଙ୍କ ମନକୁ ଚିନ୍ତାଶୀଳ କରିବ।
ବିଛା-ଆଜି ସ୍ଵାସ୍ଥ୍ୟ ନରମ ରହିପାରେ। ବୈଚାରିକ ମତଭେଦ କାରଣରୁ ମାନସିକ ଚିନ୍ତା ରହିବ। ମଧ୍ୟାହ୍ନ ପରେ ଆପଣ ଶାରୀରିକ ଏବଂ ମାନସିକ ରୂପେ ଅନୁକୂଳତା ଅନୁଭବ କରିବେ। ଅଚାନକ ଧନପ୍ରାପ୍ତିର ଯୋଗ ଅଛି। ବ୍ୟାବସାୟୀମାନଙ୍କୁ ଲାଭ ମିଳିବ। ବୈଚାରିକ ରୂପରେ ନକାରାତ୍ମକତା ଆପଣ ଉପରେ ପ୍ରଭୁତ୍ଵ ନଜମାଉ ଏହାର ଧ୍ୟାନରଖିବେ।
ଧନୁ-ଆଜି ଧାର୍ମିକଯାତ୍ରା ହୋଇପାରେ।ଆପଣ ନିର୍ଦ୍ଧାରିତକାର୍ଯ୍ୟଗୁଡ଼ିକୁ ଆଜି ସଂପନ୍ନକରି ପାରିବେ।ଶାରୀରିକ ଏବଂ ମାନସିକସୁସ୍ଥତା ରହିବ, ଏହାଦ୍ୱାରା ଫୁର୍ତ୍ତି ଏବଂ ପ୍ରସନ୍ନତାରହିବ।ପରିବାରରେ ମାଙ୍ଗଳିକପ୍ରସଙ୍ଗ ବନିବ।ସ୍ଵଜନମାନଙ୍କସହିତ ହୋଇଥିବାସାକ୍ଷାତରେ ମନ ପ୍ରସନ୍ନରହିବ।ସାମାଜିକରୂପରେ ଆପଣଙ୍କ ମାନପ୍ରତିଷ୍ଠାରେ ବୃଦ୍ଧି ହେବ।
ମକର-ଆଜି ଧାର୍ମିକ ଏବଂ ଆଧ୍ୟାତ୍ମିକ ବିଷୟଗୁଡ଼ିକରେ ରୁଚି ରହିବାରୁ ସେହି କାର୍ଯ୍ୟଗୁଡ଼ିକ ପଛରେ ବ୍ୟସ୍ତତା ରହିବ ତଥା ତାଙ୍କ ପଛରେ ଖର୍ଚ୍ଚ ମଧ୍ୟ ହୋଇପାରେ। କୋର୍ଟ-କଚେରୀ ସମ୍ବନ୍ଧିତ କାର୍ଯ୍ୟ ଉପସ୍ଥିତ ହେବ। ବ୍ୟବସାୟ କାର୍ଯ୍ୟଗୁଡ଼ିକରେ ବିଘ୍ନ ଉପସ୍ଥିତ ହେବ। ସ୍ନେହୀଜନଙ୍କର ପ୍ରତିଷ୍ଠାରେ ହାନି ହେବ। ଶାରୀରିକ ଫୁର୍ତ୍ତି ତଥା ମାନସିକ ପ୍ରସନ୍ନତାରେ ଅଭାବର ଅନୁଭବ ହେବ।
କୁମ୍ଭ-ଆଜିରଦିନ ଲାଭଦାୟୀଅଟେ।ଭାଗ୍ୟ ବହୁତ ସାଥୀଦେବ। ବ୍ୟବସାୟକ୍ଷେତ୍ରରେ ଆପଣଙ୍କପାଇଁ ଆଜି ଲାଭଦାୟୀଦିନ ଅଟେ।ମିତ୍ରମାନଙ୍କସହିତ ଭେଟ ହେବାରୁ ମନରେ ଆନନ୍ଦରହିବ।ତାଙ୍କସହିତ ଯାତ୍ରାରଆୟୋଜନ ମଧ୍ୟ ହୋଇପାରେ।ନୂଆକାର୍ଯ୍ୟର ଶୁଭାରମ୍ଭ ଆପଣଙ୍କପାଇଁ ଲାଭଦାୟୀରହିବ।ବିବାହ ଇଚ୍ଛୁକ ବ୍ୟକ୍ତିମାନଙ୍କୁ ବିବାହ ସମ୍ବନ୍ଧିତ ଆୟୋଜନ ହୋଇପାରେ।
ମୀନ-ବ୍ୟବସାୟ ଦୃଷ୍ଟିରେ ଆଜି ଆପଣଙ୍କପାଇଁ ଲାଭଦାୟୀ ଦିନ ଅଟେ। ଆପଣଙ୍କକାର୍ଯ୍ୟ ସଫଳତାର କାରଣରୁ ଉପରିସ୍ଥ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ବ୍ୟବସାୟରେ ଉତ୍ଥାନର ମଧ୍ୟ ଯୋଗ ଅଛି। ବ୍ୟାପାରିମାନଙ୍କୁ ବ୍ୟାପାରରେ ଲାଭ ହେବ ତଥା ତାଙ୍କର କାର୍ଯ୍ୟ କ୍ଷେତ୍ରରେ ବୃଦ୍ଧି ମଧ୍ୟ ହେବ। ପିତାଙ୍କଠାରୁ ଲାଭ ହେବ। ପରିବାରର ବାତାବରଣ ଆନନ୍ଦଦାୟୀ ରହିବ। ମାନପ୍ରତିଷ୍ଠାରେ ବୃଦ୍ଧି ହେବ।

ପିତୃପକ୍ଷର ଅନ୍ତିମଦିବସ ମହାଳୟା-ଆଜିଠାରୁ ମାତୃପକ୍ଷର ଅୟମାରମ୍ଭ….
ମାତୃପକ୍ଷ ବା ଦେବୀପକ୍ଷ-ଆଜି ପବିତ୍ରମହାଳୟା ପିତୃପକ୍ଷର ଅନ୍ତିମଦିବସ ଏବଂ ମାତୃପକ୍ଷ ବା ଦେବୀପକ୍ଷର ଅୟମାରମ୍ଭ।ଭଗବତୀ ଜଗତଜନନୀ ଜଗଦିଶ୍ବରୀଙ୍କର ନବଦିନାତ୍ମକ ଆରାଧନା ମାର୍ଗ ଆରମ୍ଭହେବେ।ଏ ନବଦିନାତ୍ମକ ଆରାଧନା ଭଗବତୀଙ୍କର ନବଦୁର୍ଗା ରୁପର ଏକ ଐକପ୍ରାଣ କ୍ରମବିବର୍ଦ୍ଧ ଚେତନା। ମା ଭଗବତୀ ଜଗତଜନନୀଙ୍କୁ ପ୍ରାଣୀକେବେ ସାଧନକରିବା ସମ୍ଭବନୁହେଁ, କାରଣ ଭଗବତୀ ହିଁ ଏ ଜଗତକୁ ଜନ୍ମମୃତ୍ୟୁର ଚକ୍ରରେ ସାଧନ କରୁଛନ୍ତି ।ତେଣୁ ପ୍ରାଣୀ କେବଳ ଶରଣାପନ୍ନ ହୁଏ।
ମାତୃକୃପା କେବଳମ୍, ନାସ୍ତିନାସ୍ତି ଅନ୍ୟଥା। ସମଗ୍ରବ୍ରହ୍ମାଣ୍ଡରେ ମା କଣକଣ ବ୍ୟାପିବ୍ୟାପ୍ତ ହୋଇଛନ୍ତି । କିନ୍ତୁ ମା ଏପକ୍ଷରେ ସନ୍ତାନର ସମସ୍ତଦୋଷକୁ ପରିହାରକରି ବାସ୍ଛଲ୍ୟସ୍ନେହ ପ୍ରଦାନ କରିଥାନ୍ତି। ଶରଣର ମାର୍ଗ ଶିକ୍ଷାଦାନ କରିଥାନ୍ତି।ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁସ୍ମାଣ୍ଡା,ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରି, ମହା ଗୈାରୀ ଓ ସିଦ୍ଧିଦାତ୍ରୀ, ଏସବୁ ଶିକ୍ଷା ସୋପାନ ର ଗୋଟିଏଗୋଟିଏ ଅବସ୍ଥା। ମେଋସ୍ଥଳରୁ ସହସ୍ରାସାର, ନବଅବସ୍ଥା, ଏବଂ ଏହି ପର‌୍ୟ୍ୟାୟରେ ସପ୍ତମଅବସ୍ଥା ଅତ୍ୟନ୍ତ ଘୋରପର‌୍ୟ୍ୟାୟ, ଘୋରଅନ୍ଧକାର, କାଳରାତ୍ରି,ମହାରାତ୍ରୀ, ମୋହରାତ୍ରୀ, ଦାରୁଣ ରାତ୍ରୀ। ସେହି ୭/୪କଥା ଉଡ୍ଡୀୟାନେ ସପ୍ତାବରଣେ ଚର୍ତୂର୍ଦ୍ଧାମୂର୍ତି।
ସପ୍ତମ ଅବସ୍ଥାକୁ ଅତିକ୍ରମ କରିଗଲେ ମହାଗୈାରୀଙ୍କୁ ଦର୍ଶନକରି ଜନନୀର ସର୍ବଶ୍ରେଷ୍ଠ ସିଦ୍ଧିଦାତ୍ରୀ ସୁଭଦ୍ରା ଏକନଂଶା ମହାଲକ୍ଷ୍ମୀ ରୁପକୁ ଦର୍ଶନ କରିବ।
ଯେତେବେଳେ ଭଗବତୀ ଶ୍ରୀପୀଠ ଉପରେ ସୁରମାନଙ୍କଦ୍ଵାରା ଆରାଧିତ ହେଉଥିବେ, ଯାହାଙ୍କର କଟାକ୍ଷମାତ୍ରକେ ସମସ୍ତଅରିକୁଳ ଭୟରେ ତ୍ରସ୍ଥହେଉଥିବେ, ଏବଂ ମସ୍ତକରେ ବିରାଜମାନ ସୁଧାବର୍ଷି ଚନ୍ଦ୍ରମା ଆନନ୍ଦପ୍ଭକ୍ତି, ସିଦ୍ଧି,ରିଦ୍ଧି ଓ ମୁକ୍ତି ପ୍ରଦାନ କରୁଥିବେ। ମା ଜନନୀ ସାକ୍ଷାତ ପରଂବ୍ରହ୍ମ ସ୍ବରୁପା ଏବଂ ସମସ୍ତ କୁଳ,ଅକୁଳର ଦୁଷ୍ଟଙ୍କ ନିମିତ୍ତ ଅତ୍ୟନ୍ତଭୟଙ୍କରୀ। ଏ ଦେବୀପକ୍ଷରେ‌ ମା ତ୍ରୈଲୋକ୍ୟ ଜନନୀ ସମସ୍ତ ସନ୍ତାନର ମଙ୍ଗଳ କରନ୍ତୁ।ଜଗତ୍ ଜନନୈ ଶରଣମ୍ ପ୍ରପଦ୍ୟାମି।ଓଁ ଦୁଂ ଦୁର୍ଗାୟୈ ନମଃ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.