ଭାଉଜକୁ ଆକ୍ରମଣକରି ଗିରଫହେଲେ ଦିଅର

0 74

ମେଣ୍ଢାଶାଳ,୧୪।୧୦(ଏସଏସନିଉଜ)ଏକ ଜମି ବିବାଦକୁ କେନ୍ଦ୍ର କରି ଭାଉଜକୁ ଆକ୍ରମଣ କରି ଦିଅର ଶନିବାରଦିନ ଗିରଫ ହୋଇ କୋର୍ଟଚାଳଣ ହୋଇଛନ୍ତି।ଗିରଫ ଦିଅର ହେଲେ ମଳିପଡାର ସରୋଜ ମହାକୁଡ଼କୁ(୩୪)।
ପ୍ରକାଶଯେ,ସରୋଜଙ୍କ ଘରପାଖରେ ତାଙ୍କ ଭାଉଜ ଲତାମହାକୁଡ଼ ରହୁଛନ୍ତି।ଦିଅର ଭାଉଜଙ୍କ ମଧ୍ୟରେ ଏକ ଜମିବାଡିକୁ ନେଇ ଗତକିଛି ଦିନ ହେବ ବିବାଦ ଲାଗି ରହିଥିଲା। ଏହାକୁ କେନ୍ଦ୍ର କରି ଉଭୟ ପରିବାର ସଦସ୍ୟ ସର୍ବଦା ପରସ୍ପର ସହ ଝଗଡା କରିଆସୁଥିଲେ । ଗତ ତା ୧୯.୦୬.୨୦୨୩ ରିଖ ସକାଳ ସମୟରେ ହଠାତ ସରୋଜ ରାଗିଯାଇ ଏକ ଲୁହାରଡରେ ଭାଉଜଙ୍କୁ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ଭାଉଜ ଗୁରୁତର ଆହତ ହେବା ସହ ତାଙ୍କର ଡାହାଣ ହାତର ଆଙ୍ଗୁଠି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ବୋଲି ଲତା ଚନ୍ଦକା ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଥିଲେ । ଏନେଇ ପୋଲିସ ୨୦୭/୨୩କେଶନମ୍ବର ରେ ଏକ ମକଦମା ରୁଜୁକରି ମଳିପଡାର ସରୋଜ ମହାକୁଡ଼କୁ ଗିରଫ କରି ଶନିବାର ଦିନ କୋର୍ଟଚାଳଣ କରିଛି।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.