ନୂଆ ଅତିଥିଙ୍କୁ ଅପେକ୍ଷା

0 83

ବାରଙ୍ଗ,୧୪।୧୦(ଏସଏସନିଉଜ)ନନ୍ଦନକାନନରେ ଆରମ୍ଭ ହୋଇଯାଇଛି ମିଳନ ଋତୁ।ଏହାଭିତରେ ବାଘ,ସିଂହ, ହରିଣ,ସମ୍ବର,ଗୁରାଣ୍ଡି,ଚଢେଇ ସମେତ ସରୀସ୍ବପ ଜାତୀୟ ଜନ୍ତୁମାନଙ୍କର ମିଳନ ଆରମ୍ଭ ହୋଇଛି।ଏମାନଙ୍କ ମଧ୍ୟରୁ କେତେକାଂଶରେ ମିଳନ ସଫଳ ହୋଇଥିବାର ଜଣାପଡିଛି। ତେବେ ନୂଆବର୍ଷରେ ନୂଆ ଅତିଥୀମାନଙ୍କ ଆଗମନକୁ ନନ୍ଦନକାନନ ଅପେକ୍ଷା କରିଥିବାର ଜଣାପଡିଛି।ଧଳାବାଘ ଓ ସାଧାରଣ ବାଘ ସମେତ ସିଂହ ଓ ସିମ୍ପାଜି ବଂଶ ବୃଦ୍ଧି ନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି କର୍ତ୍ତୃପକ୍ଷ।ଏହି ମିଳନ ଯୋଗୁ ମା ହେବାକୁ ଯାଉଛି ବାଘୁଣୀ ରୁପା।କେବଳ ବାଘୁଣୀ ରୁପା ନୁହେଁ ସିଂହୀ କଳ୍ପନା ଓ ସିମ୍ପାଜିଦୁର୍ଗା ମଧ୍ୟ ମା ହେବାକୁ ଯାଉଥିବାର ଜଣାପଡିଛି।ଧଳାବୁଘୁଣୀ ରୁପା ସହିତ ସାଧାରଣ ବାଘ ସାହିଲର ମିଳନ ହୋଇଛି।ସେହିପରି ସିମ୍ପାଜି ଜୁଲୁ ସହିତ ଦୁର୍ଗା ଓ ସିିଂହ ଜୟ ସହିତ କଳ୍ପନାର ମିଳନ ସରିଛି।ଏନେଇ କର୍ତ୍ତୁପକ୍ଷ ସଜାଗ ରହିଥିବାର ଜଣାପଡିଛି ।

Leave A Reply

Your email address will not be published.