ନୂଆ ଅତିଥିଙ୍କୁ ଅପେକ୍ଷା

ବାରଙ୍ଗ,୧୪।୧୦(ଏସଏସନିଉଜ)ନନ୍ଦନକାନନରେ ଆରମ୍ଭ ହୋଇଯାଇଛି ମିଳନ ଋତୁ।ଏହାଭିତରେ ବାଘ,ସିଂହ, ହରିଣ,ସମ୍ବର,ଗୁରାଣ୍ଡି,ଚଢେଇ ସମେତ ସରୀସ୍ବପ ଜାତୀୟ ଜନ୍ତୁମାନଙ୍କର ମିଳନ ଆରମ୍ଭ ହୋଇଛି।ଏମାନଙ୍କ ମଧ୍ୟରୁ କେତେକାଂଶରେ ମିଳନ ସଫଳ ହୋଇଥିବାର ଜଣାପଡିଛି। ତେବେ ନୂଆବର୍ଷରେ ନୂଆ ଅତିଥୀମାନଙ୍କ ଆଗମନକୁ ନନ୍ଦନକାନନ ଅପେକ୍ଷା କରିଥିବାର ଜଣାପଡିଛି।ଧଳାବାଘ ଓ ସାଧାରଣ ବାଘ ସମେତ ସିଂହ ଓ ସିମ୍ପାଜି ବଂଶ ବୃଦ୍ଧି ନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି କର୍ତ୍ତୃପକ୍ଷ।ଏହି ମିଳନ ଯୋଗୁ ମା ହେବାକୁ ଯାଉଛି ବାଘୁଣୀ ରୁପା।କେବଳ ବାଘୁଣୀ ରୁପା ନୁହେଁ ସିଂହୀ କଳ୍ପନା ଓ ସିମ୍ପାଜିଦୁର୍ଗା ମଧ୍ୟ ମା ହେବାକୁ ଯାଉଥିବାର ଜଣାପଡିଛି।ଧଳାବୁଘୁଣୀ ରୁପା ସହିତ ସାଧାରଣ ବାଘ ସାହିଲର ମିଳନ ହୋଇଛି।ସେହିପରି ସିମ୍ପାଜି ଜୁଲୁ ସହିତ ଦୁର୍ଗା ଓ ସିିଂହ ଜୟ ସହିତ କଳ୍ପନାର ମିଳନ ସରିଛି।ଏନେଇ କର୍ତ୍ତୁପକ୍ଷ ସଜାଗ ରହିଥିବାର ଜଣାପଡିଛି ।

- Advertisement -

Leave A Reply

Your email address will not be published.