ବନ୍ଧତଳକୁ ଖସିଲା ପିକ୍‌ଅପ୍‌ଭ୍ୟାନ

0 93

ବାରଙ୍ଗ,୧୪।୧୦(ଏସଏସନିଉଜ)ନନ୍ଦନକାନନ ଥାନା ଅନ୍ତର୍ଗତ ଗଣ୍ଡରପୁର ଯାତ୍ରାପଡିଆ ନିକଟ ମଞ୍ଚେଶ୍ବର ସାଇପନ ମୁଖ୍ୟରାସ୍ତାରେ ଆସୁଥିବା ଏକ କୁକୁଡା ଦାନା ବୋଝେଇ ପିକ୍‌ଅପ୍‌ଭ୍ୟାନ ଶନିବାରଦିନ ନଦୀବନ୍ଧରାସ୍ତାରୁ ତଳକୁ ଖସି ପଡିଛି।ତେବେ ସୌଭାଗ୍ୟବସତ ପିକଅପଭ୍ୟାନ
ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି।
ପ୍ରକାଶଯେ,ମଞ୍ଚେଶ୍ବର ପଟୁ ଏକ କୁକୁଡାଦାନା ବୋଝେଇ ପିକ୍‌ଅପ୍‌ଭ୍ୟାନଟି ଗଣ୍ଡରପୁରକୁ ଆସୁଥିବାବେଳେ ଗଣ୍ଡରପୁର ଗାଁମୁଣ୍ଡ ଯାତ୍ରାପଡିଆ ନିକଟରେ ଗାଡି ଆଗପଛ କଲାବେଳେ ଭାରସାମ୍ୟ ହରାଇ ବନ୍ଧ ତଳକୁ ତିନି ପଲଟାମାରି ଖସିପଡି ଥିଲା।ଖବରପାଇ ନନ୍ଦନକାନନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରି କାଗଜପତ୍ର ଯାଞ୍ଚ କରୁଥିବା ଜଣାପଡିଛି।

Leave A Reply

Your email address will not be published.