ଆଜିର ରାଶିଫଳ

ମାଦୁର୍ଗାଙ୍କର ନବରାତ୍ରି ପୂଜାକଲେ ଦୂରହୁଏ ନବଗ୍ରହଦୋଷ......

0 190

୨୦୨୩ମସିହା ଅକ୍ଟୋବରମାସ ୨୦ତାରିଖ ଶୁକ୍ରବାର।ଶ୍ରୀମନ୍ଦିରେମହାସପ୍ତମୀ, ପୀଠଦେବୀ ଶ୍ରୀବିମଳାପୀଠେ ସପ୍ତମ୍ୟାଦି ତ୍ରିଦିନାତ୍ମକ ପୂଜାରମ୍ଭ, ତପଃଷଷ୍ଠୀ, ମୃଣ୍ମୟୀଦେବୀଙ୍କର ବିଲ୍ବାଧିବାସ ।ସୁର୍ଯ୍ୟୋଦୟ- ଘ୫/୪୬/୨୧ ,ସୂର୍ଯ୍ୟାସ୍ତ- ଘ୫/୧୬/୫୧ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ଭୃଗୁବାସ ,ତିଥି- ଷଷ୍ଠୀ ରାତ୍ରି ଘ୧୧ /୧୫ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ, ରାତ୍ରି ଘ୧୧/୧୫ମି ପରେ ବାୟବ୍ୟକୋଣରେ। ଅଗନ୍ତବ୍ୟତିଥି ଦୋଷହେତୁ ରାତ୍ରି ଘ୧୧/୧୫ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରାଶୁଭ।ବାୟବ୍ୟକୋଣ, ପଶ୍ଚିମଦିଗ ଏବଂ ନୈର୍ଋତକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର– ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧ ଖାଦ୍ୟ- ନିମ୍ବ, ରାତ୍ରି ଘ୧୧/୧୫ମି ପରେ ତାଳ ଭକ୍ଷଣନିଷେଧ।ଅଶୁଭବେଳା-ବାର ଓ କାଳବେଳା- ଦିବା ଘ୮/୩୯ମି ରୁ ଘ୧୧/୩୦ମି ପର୍ଯ୍ୟନ୍ତ।କାଳରାତ୍ରି- ରାତ୍ରି ଘ୮/୨୧ମି ରୁ ଘ୯/୫୬ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ- ସୂର୍ଯ୍ୟୋଦୟ ରୁ ଦିବା ଘ୬/୩୬ମି ମଧ୍ୟେ, ଘ୭/୨୪ମି ରୁ ଘ୯/୪୮ମି ମଧ୍ୟେ, ଘ୧୨ /୧୨ମିରୁ ଘ୩/୨୪ମି ମଧ୍ୟେ, ଘ୪/୧୩ମି ରୁ ସୂର୍ଯ୍ୟାସ୍ତ ୫/୧୭ମି ମଧ୍ୟେ, ସନ୍ଧ୍ୟା ଘ୬/୨ମି ରୁ ରାତ୍ରି ଘ୯/୧୪ମି ମଧ୍ୟେ, ଘ୧୧/୩୮ମି ରୁ ଘ୨/୫୦ମି ମଧ୍ୟେ, ଘ୩/୩୮ମି ରୁ ନିଶାନ୍ତ ଘ୫/୧୪ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ନାହିଁ। ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ରାତ୍ରି ଘ୧୧/୧୫ମି ପରେ ୧ପାଦ ତିଥି ପୁଷ୍କର ଦୋଷ।ଫଳଂ ଗୋପଶୁ ସମ୍ପଦର ବିନାଶ ଓ ଅନ୍ନବସ୍ତ୍ରଦାନ ସହିତ ହୋମାଦି ଶାନ୍ତିବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ପୁତ୍ରିଣୀ। କନ୍ୟାର ରାତ୍ରି ଘ୯/୧୦ମି ପରେ ସାତମାସ ଗଣ୍ଡଦୋଷ।ଫଳଂ ସ୍ତ୍ରୀ ବିଧବା ।ପୀତବସ୍ତ୍ର ତିଳସୁବର୍ଣ୍ଣ ତଣ୍ଡୁଳଦାନ କରଣୀୟ। ରାତ୍ରି ଘ୧୧/୧୫ମି ପର୍ଯ୍ୟନ୍ତ ତିଥିଦୋଷ ହେତୁ ଦୁର୍ଗାଙ୍କୁ ଲାଲରଙ୍ଗରପୁଷ୍ପ ଅର୍ପଣ।ଶୁଭକର୍ମ:- ୧୯ନକ୍ଷତ୍ରେ ଉଗ୍ରଦେବତାପ୍ରତିଷ୍ଠା, ବୃକ୍ଷରୋପଣ, ନୌକାଗଠନ, ଔଷଧକରଣ ଓ ସେବନ, ହଳପ୍ରବାହ, ବୀଜବପନ, ଧାନ୍ୟଚ୍ଛେଦନ ଓ ସ୍ଥାପନ।
ମେଷ- ପୂଜାପାଠରେ ସମୟ ବିତିବ। ଆପଣ ଜୀବନସାଥୀଙ୍କ ସହିତ ବ୍ୟବସାୟ ସମ୍ବନ୍ଧରେ କଥା ହେବେ। ଡାକ୍ତର ଛାତ୍ର ବଡ଼ ମାନଙ୍କର ସାହାଯ୍ୟ ପାଇବେ।
ବୃଷ- ଶାରୀରିକ ଦୃଷ୍ଟିରୁ ଆପଣ ହୃଷ୍ଟପୁଷ୍ଟ ଅନୁଭବ କରିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଭାବିବେ। ବନ୍ଧୁ ଓ ପରିଜନଙ୍କ ସହିତ ସମ୍ବନ୍ଧରେ ଉନ୍ନତି ହେବ।
ମିଥୁନ-ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ। ଜୀବନସାଥୀଙ୍କ ଠାରୁ ଭଲ ଖବର ଶୁଣିବେ। ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।
କର୍କଟ- ଆପଣ ଭଲ କାମରେ ସହଯୋଗ କରିବେ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଯଥେଷ୍ଟ ଲାଭ ହେବ। ପ୍ରେମୀଯୁଗଳ ପରସ୍ପରଙ୍କ ଭାବନାକୁ ସମ୍ମାନ କରିବେ।
ସିଂହ-ଜମିରେ ନିବେଶ ପାଇଁ ଚିନ୍ତା କରିବେ। ଔଷଧ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପ୍ରେମିକଙ୍କ ଠାରୁ ଉପହାର ପାଇବେ।
କନ୍ୟା-ପିତା ଆପଣଙ୍କୁ ନେଇ ଗର୍ବ କରିବେ। ବଡ଼ ଭାଇ ଭଉଣୀଙ୍କର ସହଯୋଗ ପାଇବେ। ଚାକିରିଆଙ୍କ ଲାଗି ଭଲ ଦିନଟିଏ। ଘରକୁ ବନ୍ଧୁ ଆସିପାରନ୍ତି।
ତୁଳା- ଘରେ ଧାର୍ମିକ ଆୟୋଜନ ପାଇଁ ଭାବିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। କେହି ନିଜର ପିଲା ପାଇଁ ଆପଣଙ୍କ ପାଖରୁ ପରାମର୍ଶ ନେବେ।
ବିଛା- ଜନକଲ୍ୟାଣ କାର୍ଯ୍ୟରେ ସମୟ ଦେବେ। ଆର୍କିଟେକ୍ଟଙ୍କ ଲାଗି ଦିନଟି ଆରାମଦାୟକ ରହିବ। ଜୀବନସାଥୀଙ୍କୁ କିଛି ଭଲ କଥା କହିବେ।
ଧନୁ- ଆପଣ ନିଜର କାର୍ଯ୍ୟକୁଶଳତା ବୃଦ୍ଧି କରିବା ଦରକାର। ଟିକେ ଚିଡ଼ିଚିଡ଼ା ଅନୁଭବ କରିପାରନ୍ତି। କାର୍ଯ୍ୟରେ ଜୀବନସାଥୀଙ୍କର ସହଯୋଗ ମିଳିବ।
ମକର-ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିପାରନ୍ତି। ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ବଜାୟ ରହିବ। ସନ୍ତାନଙ୍କ କାମରେ ଅଧିକ ଖର୍ଚ୍ଚ କରିପାରନ୍ତି।
କୁମ୍ଭ-ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣ କାହାରିକୁ ମନର କଥା କହିପାରନ୍ତି। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।
ମୀନ-ଆପଣ ନିଜ କାମରେ ସର୍ତକତା ଅବଲମ୍ବନ କରନ୍ତୁ। କାହାରି ଉପରେ ଅଧିକ ଭରସା କରନ୍ତୁ ନାହିଁ। ସନ୍ଧ୍ୟାରେ ପରିବାର ଲୋକଙ୍କ ସହିତ ହସଖୁସିର ସମୟ ବିତିବ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

ସିଂହାସନଗତା ନିତ୍ୟଂ
ପଦ୍ମାଶ୍ରିତକରଦ୍ୱୟା
ଶୁଭଦାସ୍ତୁ ସଦା ଦେବୀ
ସ୍କନ୍ଦମାତା ଯଶସ୍ୱିନୀ।ଦେବୀସ୍କନ୍ଦମାତା ହେଉଛନ୍ତି ମାଦୁର୍ଗାଙ୍କ ପଞ୍ଚମଅବତାର।ନବରାତ୍ରୀର ପଞ୍ଚମଦିନରେ ଦେବୀସଂସ୍ଥାପିତ ହୋଇଥାନ୍ତି। ମାଙ୍କ ଆରଧନା କରିବାଦ୍ୱାରା ଜୀବନରେ ସୁଖ ଓ ଶାନ୍ତି ଲାଗିରହିଥାଏ।ସିଂହବାହିନୀନାମରେ ପ୍ରଖ୍ୟାତଦେବୀ ମାସ୍କନ୍ଦମାତା ନିଜଭକ୍ତଙ୍କୁ ମୋକ୍ଷପ୍ରଦାନ କରିଥାନ୍ତି!! ଜୟମାସ୍କନ୍ଦମାତା!! ମାଦୁର୍ଗାଙ୍କର ନବରାତ୍ରି ପୂଜାକଲେ ଦୂରହୁଏ ନବଗ୍ରହଦୋଷ……
ହିନ୍ଦୁଧର୍ମରେ ମାଦୁର୍ଗାଙ୍କ ନବରାତ୍ରୀପୂଜା ଅତ୍ୟନ୍ତ ଶୁଭ ଏବଂ ଫଳପ୍ରଦବୋଲି ବିବେଚନା କରାଯାଏ ।ନବରାତ୍ରୀଙ୍କ ୯ଦିନରେ ମା’ ଦୁର୍ଗାଙ୍କ ଆଶୀର୍ବାଦପାଇବା ପାଇଁ ଭକ୍ତମାନେ ଶ୍ରଦ୍ଧାଭକ୍ତିର ସହ ଉପବାସକରି ନବରାତ୍ରୀବ୍ରତ ପାଳନକରିଥାନ୍ତି ।ମାଦୁର୍ଗାଙ୍କ ଆଶୀର୍ବାଦ ବର୍ଷସାରା ଶକ୍ତି ଭକ୍ତମାନଙ୍କ ଉପରେ ରହିଥାଏ ।ସେମାନେ ସବୁପ୍ରକାର ଅସୁବିଧାରୁ ରକ୍ଷାପାଇଥାନ୍ତି ।ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ନବରାତ୍ରିର ଏହି ୯ଦିନରେ ଦେବୀଙ୍କଉପାସନା ମାଧ୍ୟମରେ ଆପଣ ନବଗ୍ରହଦୋଷ ମଧ୍ୟ ଦୂର କରିପାରିବେ ।
ଶୈଳପୁତ୍ରି- ବିଶ୍ୱାସ କରାଯାଏଯେ, ନବରାତ୍ରିର ପ୍ରଥମଦିନରେ ପର୍ବତରାଜା ହିମାଳୟରକନ୍ୟା ମାଶୈଳପୁତ୍ରିଙ୍କୁ ପୂଜା କରିବାଦ୍ୱାରା ଆପଣଙ୍କରାଶିରେ ମଙ୍ଗଳଦୋଶ ଦୂରହୋଇଥାଏ ।ଫଳରେ ଏହି ଗ୍ରହଦ୍ୱାରା ସୃଷ୍ଟି ହୋଇଥିବା ବାଧାବିଘ୍ନରୁ ମୁକ୍ତିମିଳିଥାଏ ଏବଂ ଶୀଘ୍ର ବିବାହହୁଏ ।
ବ୍ରହ୍ମଚାରିଣୀ- ନବରାତ୍ରୀର ଦ୍ୱିତୀୟଦିନରେ ମାତାବ୍ରହ୍ମଚରିଣୀଙ୍କୁ ପୂଜାକରିବାର ପରମ୍ପରାଅଛି ।ବିଶ୍ୱାସରହିଛିଯେ, ଦେବୀଦୁର୍ଗାଙ୍କର ଏହି ପବିତ୍ରରୂପକୁ ପୂଜାକଲେ ଭକ୍ତଙ୍କରାଶିରେ ଛାୟା ଗ୍ରହରାହୁଙ୍କ ଦୋଷ ଦୂରହୋଇଯାଏ ।
ଚନ୍ଦ୍ରଘଣ୍ଟା – ଦେବୀଦୁର୍ଗାଙ୍କର ଏହି ପବିତ୍ରରୂପରେ ତାଙ୍କକପାଳରେ ଏକ ଘଣ୍ଟାଆକୃତିର ଚନ୍ଦ୍ରରହିଛି ।ଆଉ ଏହି ରୂପକୁ ପୂଜାକରିବା ଦ୍ୱାରା ରାଶିଫଳର ଚନ୍ଦ୍ରଦୋଷ ଦୂର ହୋଇଯାଏ ।
କୁଶମଣ୍ଡା-ନବ୍ରତ୍ରିର ଚତୁର୍ଥଦିନରେ ମାକୁଶମଣ୍ଡାଙ୍କୁ ପୂଜାକରି ଭକ୍ତଙ୍କ ଭାଗ୍ୟ ଚମକିଥାଏ ।ଏଥିସହ କେତୁଦୋଶ ମଧ୍ୟ ଦୂର ହୋଇଯାଏ ଏବଂ ଏହିକାରଣରୁ ଜୀବନରେ ଆସୁଥିବାପ୍ରତିବନ୍ଧକରୁ ମୁକ୍ତି ମିଳିଥାଏ ।
ସ୍କନ୍ଦମାତା- ଦେବୀଦୁର୍ଗାଙ୍କ ପୁତ୍ର ଭଗବାନ କାର୍ତ୍ତିକେୟଙ୍କୁ ଶକ୍ତିପୂଜାରେ ମାତାସ୍କନ୍ଦମାତା ନାମରେ ପୂଜା କରାଯାଏ । ସ୍କନ୍ଦାମାତାଙ୍କୁ ପୂଜା କରିବାଦ୍ୱାରା ରାଶିରେ ସୂର୍ଯ୍ୟଙ୍କ ସହଜଡିତ ସମସ୍ତ ତ୍ରୁଟି ଦୂରହୋଇଯାଏ ବୋଲି ବିଶ୍ୱାସ କରାଯାଏ ।
କାତ୍ୟାୟନୀ-ନବରାତ୍ରୀର ଷଷ୍ଠଦିନରେ ଦେବୀକାତାୟନୀଙ୍କୁ ପୁଜା କରାଯାଏ ।ବିଶ୍ୱାସ କରାଯାଏଯେ, ମାକାତ୍ୟାୟନୀଙ୍କ ପୂଜାକରି ରାଶିରେ ବୁଧଗ୍ରହ ଦୋଷ ଦୂରହୁଏ ।
କାଳରାତ୍ରି- ନବରାତ୍ରୀଙ୍କର ସପ୍ତମଦିନ ହେଉଛି ମାକାଳରାତ୍ରୀଙ୍କପୂଜା ।ମାକାଳରାତ୍ରୀଙ୍କୁ ପୂଜାକରି ସବୁଠୁ ବଡଅସୁବିଧା ମଧ୍ୟ ଆଖି ପିଛୁଳାକେ ଦୂରହୋଇଯାଏ ଏବଂ ଶନିଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ ।
ମହାଗୈାରୀ-ନବରାତ୍ରୀପୂଜାରେ ମାମହାଗୈାରୀଙ୍କ ଉପାସନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣବୋଲି ବିବେଚନା କରାଯାଏ ।ମହାଗୈାରୀଙ୍କୁ ପୂଜାକରି ଭକ୍ତର ସୁଖସମୃଦ୍ଧି ହେବା ସହ ବୃହସ୍ପତିଦୋଷରୁ ମୁକ୍ତି ମିଳିଥାଏ ।
ସିଦ୍ଧିଦାତ୍ରି- ନବରାତ୍ରିର ଶେଷଦିନରେ ଦେବୀଦୁର୍ଗାଙ୍କର ସିଦ୍ଧାର୍ଥୀଧର୍ମକୁ ପୂଜାକରିବାର ଏକ ପରମ୍ପରାଅଛି ।ଦେବୀ ସିଦ୍ଧିଦାତ୍ରୀଙ୍କୁ ପୂଜାକରି ଭକ୍ତର କୈାଣସି କାର୍ଯ୍ୟ ପ୍ରତିବନ୍ଧକବିନା ସମ୍ପନ୍ନହୁଏ ଏବଂ ସେ ଶୁକ୍ରଗ୍ରହ ସହ ଜଡିତ ସମସ୍ୟାରୁ ମୁକ୍ତି ପାଇଥାଏ ।!!ଜୟମାଦୁର୍ଗେ!!

Leave A Reply

Your email address will not be published.