ଇଂଜଣା ପଞ୍ଚାୟତରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

0 95

ବାରଙ୍ଗ,୧୯।୧୦(ଏସଏସନିଉଜ) ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭୁବନେଶ୍ବର ବ୍ଲକର ଇଂଜଣା ପଞ୍ଚାୟତରେ କର୍ମୀମାନଙ୍କୁ ନେଇ ଗୁରୁବାରଦିନ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଟିତ ହୋଇଯାଇଛି।ଶୋଭାଯାତ୍ରାରେ ସାମିଲ ହୋଇଥିବା ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ବରେ ଅନୁଷ୍ଟିତ ହୋଇଯାଇଛି।
ଇଂଜଣା ଗ୍ରାମ୍ୟ ମଙ୍ଗଳ କମିଟିର ସଭାପତି ପ୍ରଦୀପ ଦାସ, ଗ୍ରାମ୍ୟ କମିଟିର ସମ୍ପାଦକ ପବିତ୍ର କୁମାର ପ୍ରଧାନ,ଗ୍ରାମ୍ୟକମିଟିରସହସମ୍ପାଦକ ତଥା ଦୁର୍ଗାପୂଜା କମିଟି ସମ୍ପାଦକ ରବୀନ୍ଦ୍ର କୁମାର ପ୍ରଧାନଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଗାଁ ମୁଣ୍ଡରୁ ସଂକୀର୍ତ୍ତନ କରି ବିରାଟ ଶୋଭାଯାତ୍ରାରେ ବିଧାୟକଙ୍କୁ ପାଛୋଟି ନେଇଥିଲେ।ପଦଯାତ୍ରା ଗାଁ ମୁଣ୍ଡ ତାରିଣୀ ମନ୍ଦିରରୁ ଆରମ୍ଭ ହୋଇ ଗାଁଶେଷରେ ଥିବା ଶିବମନ୍ଦିର ପାଖରେ ସାରିଥିଲା।ଏହି ବିଶାଳ ଜନସମ୍ପର୍କ ପଦଯାତ୍ରାରେ ବିଧାୟକ ରାଉତଙ୍କ ସାଙ୍ଗରେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ କର୍ମୀମାନେ ସାମିଲ ହୋଇଥିଲେ।ଏହି ପଦାଯାତ୍ରା ସମୟରେ ବିଧାୟକ ରାଉତ ଗାଁରେ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ଅର୍ଦ୍ଧ ନିର୍ମିତ ଉନୟନ ମୂଳକ କାର୍ଯ୍ୟକୁ ବୁଲି ଦେଖିଥିଲେ।ଏହାସହିତ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ସମ୍ପର୍କରେ ଅବଗତ କରାଇ ଥିଲେ।ଏଥିରେ ୩୦ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା ବବିତା ରାଉତ, ସରମ୍ପଚ ହେମନ୍ତ ପରିଡା,ସମିତିସଭ୍ୟା ମମିତା ଦାସ ,ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ନିର୍ମଳ ରାଉତ,ମୁରବି ଅନ୍ତର୍ଯ୍ୟାମୀ କୁଅଁର, ଜନକ ମାଝୀଙ୍କ ସମେତ ୫ପଞ୍ଚାୟତର ବହୁ ଲୋକ ପ୍ରତିନିଧି ,ମୁରବି,ମହିଳା ଓ ବିଜୁଜନତା ଦଳର କର୍ମୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.