ଆଜିର ରାଶିଫଳ

ରାହୁ ଓ କେତୁ ସଞ୍ଚାର

0 242

୨୦୨୩ମସିହା ଅକ୍ଟୋବରମାସ ୨୩ତାରିଖ ସୋମବାର। ଗୃହଦେବୀ ଓ ମୃଣ୍ମୟୀ ଦେବୀଙ୍କ ମହାନବମୀ ପୂଜା, ପୀଠେ ଓ ଶ୍ରୀମନ୍ଦିରରେ ବିମଳାଦେବ୍ୟାଃ ବିଶ୍ରାମ ପୂଜା।ସୁର୍ଯ୍ୟୋଦୟ- ଘ୫/୪୭/୨୮ ,ସୂର୍ଯ୍ୟାସ୍ତ- ଘ୫/୧୪/୪୬ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ଚନ୍ଦ୍ରବାସ ,ତିଥି- ନବମୀ ସନ୍ଧ୍ୟାଘ୫/୫୨ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ,ସନ୍ଧ୍ୟା ଘ୫/୫୨ମି ପରେ ଉତ୍ତରଦିଗରେ।ରିକ୍ତାତିଥି, ଶନିଯୁକ୍ତ ଦୋଷହେତୁ ସନ୍ଧ୍ୟା ଘ୫/୫୨ମିପରେ ନିଶାନ୍ତ ଘ୫/୫ମି ମଧ୍ୟେ ଯାତ୍ରାଶୁଭ।ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର–ସିଂହରାଶିର ଏବଂ ନିଶାନ୍ତ ଘ୫/୫ମି ପରେ ମିଥୁନ ଓ ମୀନରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ଲାଉ ସନ୍ଧ୍ୟା ଘ୫/୫୨ମି ପରେ କଳମଶାଗ ଭକ୍ଷଣନିଷେଧ।ଅଶୁଭବେଳା-କାଳବେଳା- ଦିବା ଘ୭/୧୪ମି ରୁ ଘ୮/୪୦ମି ମଧ୍ୟେ।ବାରବେଳା ଦିବା ଘ୨/୨୨ମି ରୁ ଘ୩/୬ମି ପର୍ଯ୍ୟନ୍ତ।କାଳରାତ୍ରି- ରାତ୍ରି ଘ୯/୫୬ମି ରୁ ଘ୧୧/୩୧ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବା ଘ୭/୨୫ମି ମଧ୍ୟେ, ଘ୯/୧ମି ରୁ ଘ୧୧/୨୫ମି ମଧ୍ୟେ, ରାତ୍ରି ଘ୭/୩୬ମିରୁ ଘ୧୦/୪୮ମି ମଧ୍ୟେ, ଘ୨/୦ମି ରୁ ଘ୨/୪୮ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା-ନାହିଁ । ପୁଷ୍କର ଦୋଷ- ଅଦ୍ୟ ମୃତବ୍ୟକ୍ତିର ପୁଷ୍କର ଦୋଷନାହିଁ।ପ୍ରଥମରଜୋଦର୍ଶନେ- ରଜଶ୍ଚକ୍ରେବିଧବା ।ସନ୍ଧ୍ୟାଘ୫/୫୭ମି ପରେ ସର୍ବସମ୍ପନ୍ନାଶୁଭ। ସନ୍ଧ୍ୟା ଘ୫/୫୨ମି ପର୍ଯ୍ୟନ୍ତ ତିଥିଦୋଷ ହେତୁ ଦୁର୍ଗାଙ୍କୁ ଲାଲରଙ୍ଗରପୁଷ୍ପ ଅର୍ପଣ।ଶୁଭକର୍ମ- ଦେବୀପ୍ରତିଷ୍ଠା, ଯାନକ୍ରୟ,ଯାନପୂଜା, ନବବସ୍ତ୍ର ପରିଧାନ, ନାମକରଣ, ବାଣିଜ୍ୟ କରଣ।
ମେଷ-ସାରାଦିନ କାର୍ଯ୍ୟରତ ରହିବେ। ସକଳ ଗୁଣର ଆଧାର ହେବେ। ସୁଖରେ ଦିନଟି ବିତିବ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବିନୀତ ସ୍ୱଭାବର ହେବେ। ମନ୍ତ୍ରଣା ଶକ୍ତିଯୁକ୍ତ ହେବେ। ପତ୍ନୀଙ୍କ ଧନରେ ସୁଖୀ ହେବେ।
ବୃଷ-ଅର୍ଥ ପ୍ରାପ୍ତି ପାଇଁ ଆଶାବାଦୀ ହେବେ। ବିତ୍ତ ପ୍ରାପ୍ତିର ସୂଚନା ମିଳୁଛି। ବିଳାସ-ବ୍ୟସନ ଠାରୁ ଦୂରେଇ ରହିବେ। ଅଧିକ ସୁଖଭୋଗ କରିପାରନ୍ତି। ଶ୍ରେଷ୍ଠ ପଦ-ପଦବୀରେ ଆରୁଢ଼ ହେବେ। ଜନସାଧାରଣ ଓ ବିଭାଗର ପ୍ରିୟପାତ୍ର ହେବେ।
ମିଥୁନ-ପରିଶ୍ରମର ଉଚିତ ମୂଲ୍ୟ ମିଳିବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିବ। ଧନବାନ ହେବେ। ଗୁଣଜ୍ଞ ହୋଇପାରନ୍ତି। ଉପାର୍ଜନ ଯଥେଷ୍ଟ ପରିମାଣର ହେବ। ବିନୀତ ସ୍ୱଭାବର ହୋଇପାରନ୍ତି। ଚେତନଶୀଳ ହେବେ।
କର୍କଟ- ସଙ୍କଟରେ ପଡିଲେ ବି ମୁକାବିଲା କରି କୃତକାର୍ଯ୍ୟ ହେବେ। ଏ ନେଇ ଅଧିକ ବ୍ୟୟ ହୋଇପାରେ। ଧର୍ମପ୍ରିୟ ହେବେ। ହାସ୍ୟଯୁକ୍ତ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପ ପାରଦର୍ଶୀ ଓ ଚଞ୍ଚଳ ଚେଷ୍ଟିତ ହେବେ।
ସିଂହ-ଗୁରୁଜନ ତଥା ପିତା, ମାତାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। କର୍ମ ଚଞ୍ଚଳ ରହିବେ। ମନୋଜ୍ଞ ହେବେ। ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ। ସମୃଦ୍ଧିର ସୋପାନ ଉଠିପାରନ୍ତି। ବହୁ ମିତ୍ର ଓ ସୌହୃଦଙ୍କ ସାନ୍ନିଧ୍ୟ ମିଳିବ।
କନ୍ୟା-ଦୂରବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ। କର୍ମ ଚଞ୍ଚଳ ରହିବେ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରଦୂଷଣ ମୁକ୍ତ ଗୃହରେ ବସତି ସ୍ଥାପନ କରିବେ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ଓ ଉତ୍ତମ ଗୁଣର ଆଧାର ହେବେ।
ତୁଳା-ଜିତେନ୍ଦ୍ରିୟ ହୋଇପାରନ୍ତି। ବହୁ ସୁଖ ଭୋଗ କରିବେ। ଧାର୍ମିକ ପ୍ରବର ହୋଇପାରନ୍ତି। ସରକାରଙ୍କ ପ୍ରିୟପାତ୍ର ହେବେ। ନିଜ ବନ୍ଧୁବାନ୍ଧବଙ୍କ ସେବାରେ ନିୟୋଜିତ ହୋଇପାରନ୍ତି। ପୁତ୍ର ସୁଖ ମିଳିବ। ବ୍ୟକ୍ତି ବିଶେଷରେ ପରିଗଣିତ ହେବେ।
ବିଛା-କର୍ମକ୍ଷେତ୍ରରେ ମତାନ୍ତର ଘଟିପାରେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। କୃଷିକ୍ଷେତ୍ରରୁ ଲାଭ ମିଳିବ। ବିଳାସ-ବ୍ୟସନ କରିବେ। ଶତ୍ରୁ ବିନାଶ କରିବାରେ ସିଦ୍ଧହସ୍ତ ହେବେ। ଧନଭୋଗ ସହିତ ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି|
ଧନୁ-ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି। ମିତ୍ର ଲାଭ ହେବ। ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି। ସନ୍‍ମାର୍ଗୀ ହେବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବନ୍ଧୁବର୍ଗ ଓ ପ୍ରିୟ ଜନଙ୍କ ସହାୟତା ପାଇବେ। ଅବିବାହିତମାନଙ୍କୁ ମନୋରମା କନ୍ୟା ମିଳିବ।
ମକର=ଅଟକି ଥିବା କାର୍ଯ୍ୟ ଆଗେଇବେ। ବନ୍ଧୁ ସୁଖ ପାଇ ଉତ୍‍ଫୁଲ୍ଲିତ ହେବେ। କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ତତ୍ପରତା ଧିମେଇ ଯାଇପାରେ। ବହୁଧନର ଅଧିକାରୀ ହୋଇପାରନ୍ତି। ଉତ୍ତମ ବଂଶରୁ କନ୍ୟା ଲାଭ ହୋଇପାରେ।
କୁମ୍ଭ- ଦେବ-ଗୁର-ଗୁରୁଜନଙ୍କୁ ଭକ୍ତି କରିବେ। ଗରିମାମୟ ଜୀବନ ଯାପନ କରିବେ। ତେଜିୟାନ୍‍ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ନାନା ସୁନ୍ଦର ବସ୍ତୁ ଲାଭର ସୁଯୋଗ ସୃଷ୍ଟି ହୋଇଛି। ନିଜ ବୁଦ୍ଧିବଳରେ ସମସ୍ତଙ୍କୁ ପରାମର୍ଶ ଦେବେ।
ମୀନ-ଠାକୁର ଆଶୀର୍ବାଦପାଇ ଆଶ୍ୱସ୍ତହେବେ।ବିବାଦୀୟଘଟଣାରେ ବିଜୟୀହେବେ। ସର୍ବଦା ସତ୍‍ପଥ ଅନୁସରଣ କରିବେ। କଥା-ବାର୍ତ୍ତାରେ ଶାଳୀନତା ରକ୍ଷା କରିବେ। ବିବେକୀ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। କୃଷି କାର୍ଯ୍ୟରେ ମନଦେବେ।

ରାହୁ ଓ କେତୁ ସଞ୍ଚାର୨୩-୧୦-୨୦୨୩(ସୋମବାର)ତୁଳା ଦି୬ନ ଅକ୍ଟୋବର ତା୨୩ରିଖ ସୋମବାର ଦିବା ଦ୧୧।୦ ଲିତାକୁ ଇଂଘ୧୦।୧୨ ମିନିଟ୍ ସମୟେ ରାହୁ ରେବତୀନକ୍ଷତ୍ର ମୀନରାଶି (୨୭।୧୨)କୁ ସୂଚାର ଗମନକରିବେ ।ରାହୁଗୋଚରେ ଶୁଦ୍ଧି ବୃଷ ମିଥୁନ ତୁଳା ମକର ଏରାଶିମାନଙ୍କରପ୍ରତି ରାହୁଗୋଚରେ ଶୁଭଫଳ ପ୍ରଦାନକରିବେ ।ରାହୁଙ୍କ ଚଳନସମୟେ ଚନ୍ଦ୍ରଶୁଭାଶୁଭ-ମେଷ କର୍କଟ କନ୍ୟା ବିଛା ଧନୁରାଶି ପ୍ରତି ଚନ୍ଦ୍ରଚଳନ ସମୟ ଅନୁସାରେ ଶୁଭଫଳ ପ୍ରଦାନ କରିବେ ।ବୃଷ ଓ ମକରରାଶିପ୍ରତି ଅତି ଶୁଭଫଳ ପ୍ରଦାନ କରିବେ । ଏତଦ୍ ଭିନ୍ନ ରାଶିମାନଙ୍କପ୍ରତି ଅଶୁଭଫଳ ପ୍ରାପ୍ତହେବ ।ରାହୁଙ୍କର ଚଳନବର୍ଷ-ରାହୁଙ୍କର ଚଳନବର୍ଷ ୨୭, କର୍ତ୍ତାର ଜନ୍ମ ନକ୍ଷତ୍ର ଓ ରାଶ୍ୟାଙ୍କକୁ ଏକତ୍ର ମିଶାଇ ୮ ଦ୍ଵାରା ହରଣକଲେ ଶେଷାଙ୍କରୁ ଫଳାଫଳଜାଣିବେ ।୧ ରହିଲେ ନୀଳବର୍ଣ-ଶତ୍ରୁନାଶ,୨ରହିଲେରକ୍ତବର୍ଣ-ସର୍ବସୁଖ,୩ରହିଲେ କୃଷ୍ଣବର୍ଣ୍ଣ –ଦେହପୀଡ଼ା,୪ରହିଲେ ଲୌହଫଳଂ ମାନହାନି ।୫ରହିଲେ ପାଷାଣଫଳ ଧନପ୍ରାପ୍ତି, ୬ରହିଲେ ଧୂମ୍ରଫଳ ବୁଦ୍ଧିନାଶ,୭ରହିଲେ ପିଙ୍ଗଳଫଳଂ ସର୍ବସୌଖ୍ୟ, ୮ ବା ୦ରହିଲେ ତାମ୍ରଫଳଂ ରାଜପୂଜା ।ରାହୁଙ୍କରଅଶୁଭଫଳ ପ୍ରତିକାର-ଗୋମେଦ ରତ୍ନଂଚ ତୁରଙ୍ଗମଚ ସୁନୀଳ ବେଳାନିତ କମ୍ବଳଂଚ, ତିଳାଶ୍ଚ ତୈଳଂ ଖଳୁ ଲୌହ ମିଶ୍ରଂ ସ୍ଵଭାବେ ଦାନମିଦଂ ବଦନ୍ତି ।କେତୁସଞ୍ଚାର-ତୁଳା ଦି୬ନ ଅକ୍ଟୋବର ତା୨୩ରିଖ ସୋମବାର ଦିବାଦ୧୧।୦୦ଲିତାକୁ ଇଂଘ୧୦।୧୨ମିନିଟ ସମୟେ କେତୁଚିତ୍ରାନକ୍ଷତ୍ର କନ୍ୟାରାଶି (୧୪।୬)କୁ ସୂଚାର ଗମନକରିବେ ।
କେତୁ ଗୋଚରେଶୁଭ-ମେଷ କର୍କଟ ବିଛା ଧନୁ ଏରାଶିମାନଙ୍କର ପ୍ରତି କେତୁଗୋଚରେ ଶୁଭଫଳ ପ୍ରଦାନକରିବେ ।କେତୁ ଚଳନସମୟେ ଚନ୍ଦ୍ର ଶୁଭାଶୁଭ ବୃଷ କନ୍ୟା ମକର ମୀନ ଏରାଶି ପ୍ରତି ଚନ୍ଦଚଳନ ଶୁଭହେତୁ ଶୁଭଫଳ ପ୍ରଦାନକରିବେ ।ମେhକର୍କଟ,ବିଛା ଧନୁରାଶିକୁ ଅତିଶୁଭଫଳ ପ୍ରଦାନ କରିବେ ।ଏତଦ୍ ଭିନ୍ନ ରାଶିମାନଙ୍କରପ୍ରତି ଅଶୁଭଫଳ ପ୍ରାପ୍ତିହେବ ।କେତୁଚଳନବର୍ଷ-କେତୁଙ୍କର ଚଳନବର୍ଷ ୧୪, କର୍ତ୍ତାରଜନ୍ମ ନକ୍ଷତ୍ର ଓ ରାଶ୍ୟାଙ୍କକୁ ଏକତ୍ର ମିଲାଇ ୮ ଦ୍ଵାରା ହରଣକଲେ ଶେଷାଙ୍କରୁ ବର୍ଷଫଳ ଜାଣିବେ ।୧ରହିଲେ ନୀଳବର୍ଣ ଫଳ ଅର୍ଥନାଶ, ୨ରହିଲେ କୃଷ୍ଣପଳଂ ସମ୍ମାନପ୍ରାପ୍ତି, ୩ରହିଲେ ଲୌହଫଳଂ ଦେହପୀଡ଼ା, ୪ରହିଲେ ପାଷାଣଫଳଂ ସୁଖପ୍ରାପ୍ତି, ୫ରହିଲେ ମରକୃତ ଧନସଞ୍ଚୟ, ୬ ରହିଲେ ଧୂମ୍ରଫଳଂ ବନ୍ଧୁଦର୍ଶନ, ୭ରହିଲେ ପିଙ୍ଗଳଫଳଂ ମାନହାନି,୮ ବା ୦ ରହିଲେ ରକ୍ତଫଳଂ ସର୍ବସୁଖ ।କେତୁ ଅଶୁଭଫଳର ଦାନ-ଅଶ୍ୱଗନ୍ଧା ମୂଳ ବା ବୈଦୁର୍ଯ୍ୟ ରତ୍ନ ପୁରୁଷଲୋକ, ଡାହାଣହାତରେ ଓ ସ୍ତ୍ରୀଲୋକ, ବାମହାତରେ ଧାରଣକଲେ କେତୁଗ୍ରହଙ୍କର ଅଶୁଭଦୃଷ୍ଟିରୁ ମୁକ୍ତିପାଇବେ ।ଆଶ୍ଵିନଶୁକ୍ଳ ଅଷ୍ଟମୀ ନବଦିନାତ୍ମକପୂଜା ମହାଷ୍ଟମୀ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

ମା ମହାଗୈାରୀ-ଆଜି ପବିତ୍ର ମହାଷ୍ଟମୀତିଥି। ଏହିଦିନ ଦେବୀଦୁର୍ଗାଙ୍କୁ ମହାଗୌରୀରୂପରେ ପୂଜା କରାଯାଇଥାଏ। ଅଷ୍ଟମୀତିଥିରେ ମାଦୁର୍ଗାଙ୍କୁ କାହିଁକି ମହାଗୌରୀବେଶରେ ପୂଜାକରାଯାଏ ?
ମାଆଦୁର୍ଗାଙ୍କ ଏହି ‘ମହାଗୌରୀ’ ରୂପଧାରଣ ସମ୍ପର୍କରେ ପୁରାଣରେ ରହିଥିବା ତଥ୍ୟଅନୁସାରେ, ଭଗବାନ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ମା କଠୋର ତପସ୍ୟାକରିଥିଲେ। ସେଥିପାଇଁ ତାଙ୍କରଙ୍ଗ ମଳିନ ଅର୍ଥାତ୍ କଳା ପଡ଼ିଯାଇଥିଲା। ସେ ଶାରୀରିକ ଭାବେ ଖୁବ୍ ଦୁର୍ବଳ ହୋଇପଡ଼ିଥିଲେ।ଶିବଙ୍କୁ ପ୍ରସନ୍ନ କରିବାପରେ ମା ନିଜସ୍ୱାସ୍ଥ୍ୟ ଓ ସ୍ୱରୂପକୁ ପୁନଃପ୍ରାପ୍ତି ପାଇଁ ପୁଣି ତପସ୍ୟା କରିଥିଲେ।
ଏହି ତପସ୍ୟା ପରେ ମାଙ୍କ ଶରୀରରୁ କଳାବର୍ଣ୍ଣ ଚାଲି ଯାଇଥିଲା।ମା ସଂପୂର୍ଣ୍ଣ ଗୌରବର୍ଣ୍ଣ ଧାରଣ କରିଥିଲେ।ସେଥିପାଇଁ ମାଙ୍କ ଅନ୍ୟନାମ ‘ମହାଗୌରୀ’ ହୋଇଥିଲା।ଏମିତିବି କୁହାଯାଏ, ଏହି ‘ମହାଗୌରୀ’ରୂପ ମାଙ୍କ ବିଭିନ୍ନ ଅଲୌକିକଲୀଳା ମଧ୍ୟରୁ ଗୋଟିଏ। ଶୁମ୍ଭ ଓ ନିଶୁମ୍ଭ ରାକ୍ଷସଙ୍କୁ ସଂହାର କରିବା ପାଇଁ ମା ରଚିଥିବା ଲୀଳାମଧ୍ୟରେ ଏହି ‘ମହାଗୌରୀ’ରୂପ ଅନ୍ୟତମ। ମାଦୁର୍ଗାଙ୍କ ଏହି ‘ମହାଗୌରୀ’ସ୍ୱରୂପକୁ ଅନ୍ନପୂର୍ଣ୍ଣା, ଐଶ୍ୱର୍ଯ୍ୟପ୍ରଦାୟିନୀ, ଚୈତନ୍ୟମୟୀ ବି କୁହାଯାଏ। ମାଙ୍କୁ ଏହିରୂପରେ ପୂଜାକରିବାଦ୍ୱାରା ଶାରୀରିକ କ୍ଷମତା ବିକଶିତ ହୋଇଥାଏ ଓ ମାନସିକଶାନ୍ତି ବୃଦ୍ଧି ପାଇଥାଏ।
ଅଷ୍ଟମୀତିଥିରେ କାହିଁକି ହୁଏ ମାଙ୍କ ଏହି ସ୍ୱରୂପ ପୂଜା:-
ମହାଦେବଙ୍କୁ ସ୍ୱାମୀରୂପରେ ପାଇବାପାଇଁ ମାଆଦିଶକ୍ତି ୮ବର୍ଷ ବୟସରୁ ହିଁ ତପସ୍ୟା ଆରମ୍ଭକରିଥିଲେ। ତେବେ ଏହିତପସ୍ୟା ଆରମ୍ଭ କରିବାପୂର୍ବରୁ ହିଁ ଦେବମୁନି ନାରଦ ମାଙ୍କ ଅସଲ ପରିଚୟପାଇ ସାରିଥିଲେ।ଯେହେତୁ ମା ୮ବର୍ଷବୟସରୁ କଠୋର ତପସ୍ୟାକରିପରେ ‘ମହାଗୌରୀ’ ପାଲଟିଥିଲେ, ସେହିକାରଣରୁ ନବରାତ୍ରୀର ଅଷ୍ଟମୀତିଥିରେ ଦୁର୍ଗାଙ୍କୁ ‘ମହାଗୌରୀ’ ରୂପରେ ପୂଜା କରାଯାଉଛି।ମହାଗୌରୀ ମାଙ୍କୁ ଶିବା ବି କୁହାଯାଏ। ଏହିସ୍ୱରୂପରେ ମା ନନ୍ଦୀଉପରେ ବିରାଜମାନ କରିଥାନ୍ତି।ପୌରାଣିକମତ ଅନୁସାରେ, ଦେବୀ ପାର୍ବତୀଙ୍କଜନ୍ମ ରାଜାହିମାଳୟଙ୍କ ଘରେହୋଇଥିଲା। ମାତାପାର୍ବତୀଙ୍କୁ ମାତ୍ର 8ବର୍ଷବୟସରେ ତାଙ୍କୁ ତାଙ୍କରପୂର୍ବଜନ୍ମର ଆଭାସ ହୋଇସାରିଥିଲା। ଏହାପରେ ସେ ଭଗବାନଶିବଙ୍କୁ ପତିରୂପରେ ପ୍ରାପ୍ତକରିବାପାଇଁ ତପସ୍ୟା ଆରମ୍ଭକରିଥିଲେ। ତପସ୍ୟା ବେଳେ ମାତା କେବଳ କନ୍ଦମୂଳ ଏବଂ ପତ୍ର ଭୋଜନକରୁଥିଲେ। ପରେପରେ ମାତା କେବଳ ବାୟୁପିଇ ତପସ୍ୟା କରିବା ଆରମ୍ଭକଲେ। ଏହାପରେ ଶିବ ସନ୍ତୁଷ୍ଟହୋଇଥିଲେ। ତେବେ ନବରାତ୍ରୀର ଅଷ୍ଟମଦିନରେ ଦୁର୍ଗାସପ୍ତଶତୀ ମଧ୍ୟମ ଚରିତ୍ରପାଠ କରିବା ବିଶେଷ ଫଳଦାୟୀ ହୋଇଥାଏ।ମନ୍ତ୍ର-ଶ୍ବତେ ବୃଷେ ସମରୁଢ଼ା ଶ୍ବେତାମ୍ବରାଧରା ଶୁଚିଃ ।ମହାଗୌରୀ ଶୁଭଂ ଦଦ୍ୟାମ୍ନହାଦେବପ୍ରମୋଦଦା 

 

Leave A Reply

Your email address will not be published.