ଓଡ଼ିଶାକୁ ନାହିଁ ବାତ୍ୟା ଭୟ

0 87

ଭୁବନେଶ୍ୱର,୨୩ା୧୦(ଏସଏସନିଉଜ) ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ହାମୁନ୍ । ଆଗାମୀ ୧୨ ଘଣ୍ଟାରେ ଆହୁରି ଘନୀଭୂତ ହୋଇ
ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ପାରାଦୀପଠୁ ୨୩୦ କିମି ଦୂରରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ରହିଛି ।ଏହାର ପ୍ରଭାବରେ
ରାଜ୍ୟର କିଛି ସ୍ଥାନରେ ଆଜି ସକାଳୁ ଓ କିଛି ସ୍ଥାନରେ ମଧ୍ୟାହ୍ନରୁ ବର୍ଷା ଆରମ୍ଭ ହୋଇଯାଇଛି । ଏହି ପ୍ରଭାବ ଆସନ୍ତା ୨୬ ତାରିଖ ଯାଏଁ ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।ତେବେ ସବୁଠାରୁ ବଡକଥାହେଲା ଓଡ଼ିଶା ଉପରେ ସେମିତି କିଛି ପ୍ରଭାବ ଏହାର ପଡ଼ିବନି । ୨୫ ତାରିଖ ସଂଧ୍ୟାରେ ଏହା ପୁଣି ଗଭୀର ଅବପାତ ସ୍ଥିତିରେ ବାଲାଂଦେଶରେ ସ୍ଥଳଭାଗ ଛୁଇଁବ । ଓଡ଼ିଶାରେ ଏହାର ପ୍ରଭାବରେ କେବଳ ଝଙ୍କାଳିଆ ପବନ ସାଙ୍ଗକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଥିବାର ଜଣାପଡିଛି ।

Leave A Reply

Your email address will not be published.