ଆଜିର ରାଶିଫଳ

0 193

୨୦୨୩ମସିହା ଅକ୍ଟୋବରମାସ ୨୪ତାରିଖ ମଙ୍ଗଳବାର। ଶ୍ରୀମନ୍ଦିରେ ଆୟୁଧ ପୂଜା ଓ ଦଶହରା, ଅପରାଜିତା ଦଶମୀ, ବିଜୟା ଦଶମୀ, ସର୍ବତ୍ର ଦଶହରା ଉତ୍ସବ, ସୋମନାଥ ବ୍ରତ ସମାପନ, ଅପରାଜିତା ପୂଜା ଓ କୁମାରୀ ପୂଜା, ଜାତିସଂଘ ଦିବସ।ସୁର୍ଯ୍ୟୋଦୟ- ଘ୫/୪୭/୫୨ ,ସୂର୍ଯ୍ୟାସ୍ତ- ଘ୫/୧୪/୬ ,ଆଶ୍ବିନ ମାସ ,ଶୁକ୍ଳ ପକ୍ଷ ,ଭୌମ ବାସ ,ତିଥି- ଦଶମୀ ଦିବା ଘ୩/୨୫ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ନକ୍ଷତ୍ର- ଧନିଷ୍ଠା ଦିବା ଘ୪/୧୪ମି ପର୍ଯ୍ୟନ୍ତ ତଦନ୍ତେ ଶତଭିଷା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, ଦିବା ଘ୩/୨୫ମି ପରେ ଆଗ୍ନେୟ କୋଣରେ। ମଙ୍ଗଳବାର, ବିଷ୍ଟିକରଣ ଓ ଶନିଯୁକ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର– ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର।ଘାତ ବାର–ମକର ରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଏବଂ ଏକାଦଶୀରେ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧ ଖାଦ୍ୟ- କଳମଶାଗ ଦିବା ଘ୩/୨୫ମି ପରେ ଶିମ୍ଵ ଭକ୍ଷଣ ନିଷେଧ।ଅଶୁଭ ବେଳା-ବାରବେଳା ପ୍ରାତଃ ଘ୭/୧୪ମି ରୁ ଘ୮/୪୦ମି ମଧ୍ୟେ।କାଳବେଳା ଦିବା ଘ୧୨/୫୫ମି ରୁ ଘ୨/୨୦ମି ପର୍ଯ୍ୟନ୍ତ।କାଳରାତ୍ରି ସନ୍ଧ୍ୟା ଘ୬/୪୭ମି ରୁ ଘ୮/୨୧ମି ପର୍ଯ୍ୟନ୍ତ।ଶୁଭ ବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବା ଘ୬/୩୮ମି ମଧ୍ୟେ, ଘ୭/୨୬ମି ରୁ ଘ୧୧/୨୬ମି ମଧ୍ୟେ, ରାତ୍ରି ଘ୭/୩୬ମିରୁ ଘ୮/୨୪ମି ମଧ୍ୟେ, ଘ୯/୧୦ମି ରୁ ଘ୧୧/୩୬ମି ମଧ୍ୟେ, ଘ୧/୧୨ମି ରୁ ଘ୨/୪୮ମି ମଧ୍ୟେ, ଘ୪/୨୪ମି ରୁ ସୂର୍ଯ୍ୟାସ୍ତ ଘ୫/୧୪ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ସୂର୍ଯ୍ୟାସ୍ତ ରୁ ରାତ୍ରି ଘ୭/୩୬ମି ପର୍ଯ୍ୟନ୍ତ। ପୁଷ୍କର ଦୋଷ- ଅଦ୍ୟ ମୃତ ବ୍ୟକ୍ତିର ୧ ପାଦ ବାର ପୁଷ୍କର ଦୋଷ। ଫଳଂ କୃଷିହାନି। ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ସର୍ବସମ୍ପନ୍ନା ଶୁଭ। ବାରଦୋଷ ହେତୁ (ଶିବଙ୍କ ଠାରେ ଜଳାଭିଷେକ), ଦିବା ଘ୩/୨୫ମି ଗତେ ବାର ଓ ତିଥି ଦୋଷ ହେତୁ ଶିବଙ୍କ ଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲ ରଙ୍ଗର ପୁଷ୍ପ ଅର୍ପଣ।ଶୁଭକର୍ମ:- ଦେବୀ ପ୍ରତିଷ୍ଠା, ଦୋକାନ, ଅଫିସ୍, ଶିଳ୍ପ ଆଦିରେ ପୂଜା, ଯାନକ୍ରୟ, ଯାନପୂଜା, ନବବସ୍ତ୍ର ପରିଧାନ, ନାମକରଣ, ବାଣିଜ୍ୟ କରଣ।
ମେଷ-ଆଜି ଆପଣଙ୍କ ଦିନ ଆତ୍ମବିଶ୍ୱାସରେ ଭରି ରହିବ, ପୁଜା ପାଠରେ ଆପଣଙ୍କ ଅଧିକା ମନ ଲାଗିବ, ଆପଣ ନିଜ ମନକୁ ଶାନ୍ତ ରଖିକରି ବିବାଦକୁ ସମାଧାନ କରିବାରେ ପ୍ରୟାସ କରିବେ । ବେପାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ନିଜ କ୍ଷେତ୍ରରେ ଧନ ଲାଭ ମିଳିବାର ଯୋଗ ହେଉଛି, ଦୈନିକ କାର୍ଯ୍ୟରେ ସଫଳତା ମିଳିବାର ନଜର ଆସୁଛି, ଜୀବନସାଥୀଙ୍କ ସହ ଆପଣଙ୍କ ସଂବନ୍ଧ ମଧୁର ହେବ , ପରିବାର ଲୋକଙ୍କ ସହ ନିଜ ହୃଦୟର କଥା ସେୟାର୍ କରିବେ, ରୋଜଗାରର ଦିଗରେ କରାଯାଇଥିବା ପ୍ରୟାସ ସଫଳ ହେବ, ଆଜି ଆପଣଙ୍କ ସବୁ ମନୋକାମନା ପୁରା ହେବାର ସଂମ୍ଭାବନା ଅଛି ।
ବୃଷ-ଆଜି ଆପଣଙ୍କ ଦିନ ଖୁସିରେ ଭରପୁର୍ ରହିବ । କେଉଁ ସଂମ୍ପର୍କୀୟଙ୍କ ଠାରୁ ଖୁସିଖବର ଶୁଣିବାକୁ ମିଳିପାରେ । ଯାହାଦ୍ୱାରା ଘରର ମାହୋଲ୍ ଭଲ ରହିବ । ଧନ ପ୍ରାପ୍ତିର ନୁଆ ସ୍ରୋତ ମିଳିବ, ଏହି ରାଶିର ବିଦ୍ୟାର୍ଥୀଙ୍କୁ ମନ ପୁରା ପାଠପଢାରେ ଲାଗିବ । କେଉଁ ପ୍ରତିଯୋଗିତା ପରୀକ୍ଷାରେ ଭଲ ରେଜଲ୍ଟ ମିଳିବ । ସ୍ୱାସ୍ଥ୍ୟର ଦୃଷ୍ଟିରୁ ଆଜିର ଦିନ ଭଲ ରହିବ, ଆପଣ ନିଜକୁ ଉର୍ଜାବାନ ଅନୁଭବ କରିବେ । ଆଜି ମନପସନ୍ଦର ଭୋଜନ ଆନନ୍ଦ ନେଇପାରନ୍ତି । ଆର୍ଥିକ ସ୍ଥିତିରେ ସୁଧାର ହେବ । ବହୁତ ଦିନରୁ ଅଟକିଥିବା ପଇସା ଫେରିପାରିବେ ।
ମିଥୁନ-ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ନଜର୍ ଆସୁଛି । ଆପଣ ନିଜ ସବୁ ଅଧୁରା କାମ ପୁରା କରିପାରିବେ । ବନ୍ଧୁଙ୍କ ପୁରା ସହଯୋଗ ମିଳିପାରିବ । ଅଫିସ୍ ରେ ମାନ ସମ୍ମାନ ପ୍ରାପ୍ତି ହେବ । ବଡ ଅଧିକାରୀଙ୍କ କୃପା ଦୃଷ୍ଟି ରହିବ , ଆଜି ଆପଣ ସାମ୍ନାରେ ଆସୁଥିବା ସବୁ ଚ୍ୟାଲେଞ୍ଜକୁ ଆରାମରେ ମୁକାବଲା କରିପାରିବେ । କିଛି ମହତ୍ତ୍ୱପୁର୍ଣ୍ଣ ଫଇସଲା ନେବା ସମୟରେ ଭାବିଚିନ୍ତି କାର୍ଯ୍ୟ କରନ୍ତୁ ।
କର୍କଟ- ଆଜି ଆପଣଙ୍କ ଦିନ ସାମାନ୍ୟ ରୁପରେ କଟିବ । ପରିବାର ଲୋକଙ୍କ ସହ ଅଧିକା ସମୟ କଟାଇବାକୁ ଚେଷ୍ଟା କରିବେ । ବନ୍ଧୁଙ୍କସହ କେଉଁଠିକୁ ପିକନିକ୍ ରେ ଯିବାର ଯୋଜନା ହୋଇପାରେ, ଏହି ରାଶିର ବିଦ୍ୟାର୍ଥୀଙ୍କୁ କଠିନ ବିଷୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି, ଆପଣଙ୍କ ପଢାରେ ମନ ଭଟକିପାରେ । ଜୀବନସାଥୀଙ୍କ ସହ ଉତଥାନ ପତନ ସ୍ଥିତି ରହିଛି, ଯାହାର କାରଣରୁ ଆପଣ ଚିନ୍ତିତ ହୋଇପାରନ୍ତି । ଅଫିସ୍ କାମରେ ଅଧିକା ପ୍ରେସର୍ ହେବା କାରଣରୁ ଆପଣ ଚିନ୍ତିତ ରହିବେ , ଆପଣ ସବୁ କାର୍ଯ୍ୟକୁ ସମୟରେ ପୁରା କରିବାରେ ଚେଷ୍ଟା କରିବେ ।
ସିଂହ-ଆଜି ଆପଣଙ୍କ ମଧ୍ୟରେ ଉତ୍ସାହ ର୍ନଜର ଆସୁଛି, ଆପଣ ସବୁ କାର୍ଯ୍ୟ ନିଜ ପରିଶ୍ରମ ବଳରେ କରିବେ, ଜୀବନ ସାଥୀଙ୍କ ସହ ଡିନର ର ପ୍ଲାନ୍କରି ପାରନ୍ତି, କିଛି ପୁରୁଣା ବନ୍ଧୁଙ୍କ ସକ୍ଷାତ ହୋଇପାରେ, ଯାହା ଦ୍ୱାରା ପୁରୁଣା ସ୍ମୃତି ଉଜାଗର ହେବ, ବାହାନ କିଣିବାରେ ମନ ବଳାଇବେ।ଆପଣଙ୍କୁ ଜରୁରୀ କାମରେ ପରିବାର ର ପୁରା ସହଯୋଗ ମିଳୀପାରେ।
କନ୍ୟା-ଆଜି କାରୋବାର ରେ ଯୋଡି ହୋଇଥିବା ବ୍ୟକ୍ତିଙ୍କ ପାଇଁ ବହୁତ ଦିନଟି ଭଲଅଛି, ଅଫିସ ସହକର୍ମୀ ଆପଣଙ୍କୁ ପୁରା ସହଯୋଗ କରିବେ, ଆପଣ ନିଜକୁ ଉର୍ଜାବାନ ଅନୁଭବ୍ ରିବେ, ଆପଣ ସବୁ ଜରୁରୀକାମ କୁ ପୁରା କରି ପରିବାର ସହ ଅଧିକା ସମୟ କଟାଇବାକୁ ଚେଷ୍ଟା କରିବେ, ଆପଣଙ୍କୁ ପରିଶ୍ରମର ଫଳ ମିଳିବ, ଆପଣଙ୍କ ବିଚାର ସକରାତ୍ମ ରହିବ।
ତୁଳା-ଆଜି ଆପଣ ନିଜ ପରିଶ୍ରମ ରୁ ଧନ ଲାଭ କରି ପାରିବେ, ସନ୍ତାନ ଙ୍କ ସହ ସମୟ କଟାଇ ଆପଣ ଖୁସି ଅନୁଭବ କରିବେ, ଆପଣ ନିଜ ପରିବାର ର ଦାୟିତ୍ୱ କୁ ଭଲଢଙ୍ଗ ରେ ନିଭାଇବେ, ମାନସିକ ଚିନ୍ତା ଦୁରର୍ହେବ, ବିଦ୍ୟାର୍ଥିଙ୍କୁ କେଉଁ ବଡ କଲେଜରେ ପଢିବାକୁ ଚାହୁଁଥିଲେ ତେବେ ତାଙ୍କ ସ୍ୱପ୍ନ ପୁରା ହୋଇପାରେ, ଆଜି ଆପଣଙ୍କୁ କେଉଁ ପ୍ରୋପଟି ପ୍ଲାନ୍କ କରିବାର ମନବଳାଇ ପାରନ୍ତି, ଅବିବାହିତ ବ୍ୟକ୍ତି ଙ୍କୁ ବିବାହ ର୍ପ୍ରସ୍ତାବ ମିଳିବ।
ବିଛା-ଆଜି ଆପଣଙ୍କ ଦିନ ଉତଥାନପତନ ଭରାରହିବ, କେଉଁ ଖାସ ବନ୍ଧୁ ଙ୍କ ସହ ଯୁକ୍ତିତର୍କ ହୋଇପାରେ ଯାହାର କାରଣ ରୁ ମନ ବହୁତ ଚିନ୍ତିତ ରହିବ, ଆପଣ ନିଜ ବାଣୀ ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର ର୍ଅଛି, ନହେଲେ ବଡ୍ ଅଧିକାରୀଙ୍କ ଠାରୁ ଆପଣ କିଛି ଶୁଣିପାରନ୍ତି, ଜୀବନସାଥୀଙ୍କ ସହ ଆପଣଙ୍କ ସଂମ୍ପର୍କରେ ମଧୁରତା ଆସିବ।ଆପଣ କିଛି ନୁଆ କରିବାର ଭାବିପାରନ୍ତି, ଏଥିରେ ଆପଣଙ୍କୁ ସଫଳତା ମିଲିବ, କେଉଁ ଅନୁଭବିବ୍ୟକ୍ତିଙ୍କ ସହ୍ ଶାକ୍ଷାତ ହୋଇପାରେ, ଯାହା ଭବିଷ୍ୟତ ପାଇଁ ଫାଇଦା ଦାୟକ ରହିବ।
ଧନୁ=ଆଜି ବନ୍ଧୁ ଙ୍କ ସହ ମିଶିକରି ଫିଲ୍ମ ଦେଖିବାର ପ୍ଲାନ୍କରି ପାରନ୍ତି, କାର୍ଯ୍ୟରେ ଜୀବନ ସାଥୀଙ୍କ ସହଯୋଗ ପ୍ରାପ୍ତିହେବ, ଯାହାଦ୍ୱାରା ଆପଣଙ୍କ ମନକୁ ଖୁସିମିଳିବ, ଏହି ରାଶିର ବ୍ୟକ୍ତି ଯିଏକି ସରକାରୀ ଚାକିରି କରୁଛନ୍ତି ତାଙ୍କୁ ପ୍ରମୋଶନ ମିଳିବାର ପ୍ରବଳ ଯୋଗଅଛି, ଶିକ୍ଷାକ୍ଷେତ୍ର ରେ ଯୋଡି ହୋଇଥିବା ବିଦ୍ୟାର୍ଥୀଙ୍କ ମନ ପାଠ ପଢାରେ ଲାଗିବ।ଆର୍ଥିକ ସ୍ଥିତି ମଜବୁତ୍ ହିବ, ଆୟ ର ଜରିଆ ବଢିବ, ସାମାଜିକ ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବେ
ମକର=ଆଜି ଆପଣଙ୍କ ଆତ୍ମବିଶ୍ୱାସ ବଢିଥିବାର ନଜରଆସୁଛି କାରୋବାର ରେ ଧନଲାଭ ହେବାର ଯୋଗ ଅଛି, ଆଜି ଆପଣ ନିଜ ପରିବାର ସଦସ୍ୟଙ୍କ ସହ ଖୁସିର ମୁହୁର୍ତ୍ତ ଅତିବାହିତ କରିବେ, ଆଧ୍ୟାତ୍ମିକ ପ୍ରତି ଆପଣଙ୍କ ରୁଚି ବଢିବ, ଆପଣଙ୍କ ସ୍ୱାସ୍ଥ୍ୟ ଭଲରହିବ, ଚାକିରି କ୍ଷେତ୍ରରେ ସହଯୋଗି ସାହାଯ୍ୟ କରିବେ, ଅକସ୍ମାତ ଦୁର ସହର ଯାତ୍ରା କରି ପାରନ୍ତି,, ଦାମ୍ପତ୍ୟ ଜୀବନ ରେ ମଧୁରତା ଆସିବ।

କୁମ୍ଭ-ଆଜି ଆପଣଙ୍କ ଦିନ ଉତ୍ତମ ରହିବ, ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ, କାର୍ଯ୍ୟକ୍ଷେତ୍ରରେ ଆଶାନୁସାରେ ସଫଳତା ମିଲିବ, ପାରିବାରିକ ଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ମିଳିପାରେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ, ଆଜି ଅଫିସ୍ କାମରେ ଯାତ୍ରା କରିବାକୁ ପଡିପାରେ, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ସୁଖଦ ରହିବ, ସ୍ୱାସ୍ଥ୍ୟ ଭଲ ଉନ୍ନତ ରହିବ । ଅଚାନକ ଘରେ ଅତିଥିଙ୍କ ଆଗମନ ହୋଇପାରେ ।
ମୀନ-ଆଜି ଆପଣଙ୍କ ଦିନ ଭଲ ରହିବ, ବନ୍ଧୁଙ୍କ ସହ ମିଶିକରି ନୁଆ କାମର ଆରମ୍ଭ କରିବେ, ସନ୍ତାନଙ୍କ କ୍ୟାରିୟର ଭଲ ଦିଗରେ ନେବାପାଇଁ ଅନୁଭବୀ ବ୍ୟକ୍ତିଙ୍କ ଉପଦେଶ ନେଇପାରନ୍ତି, ସରକାରୀ ଚାକିରି କରୁଥିବା ଲୋକଙ୍କୁ ବଡ ଅଧିକାରୀଙ୍କ ପ୍ରଶଂସା ମିଳିବ, ଯଦି ଆପଣ ପୁର୍ବରୁ କେଉଁଟି ପଇସା ନିବେଶ କରିଛନ୍ତି ତେବେ ଭଲ ଫାଇଦା ପାଇପାରିବେ, ପ୍ରେମ ଜୀବନରେ ଚାଲିଆସୁଥିବା ଅସୁବିଧାଗୁଡିକ ଦୁର ହୋଇଯିବ, ବହୁତ ଜଲଦି ଆପଣଙ୍କ ପ୍ରେମ ବିବାହ ହୋଇପାରେ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ମଉକା ମିଳିବ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

ଯାଦେବୀ ସର୍ବଭୂତେଷୁ ମାତୃରୂପେଣ ସଂସ୍ଥିତା,
ନମସ୍ତସ୍ୟୈ ନମସ୍ତସ୍ୟୈନମସ୍ତସ୍ୟୈ ନମୋନମଃ !!
ଅନନ୍ତକୋଟି ବ୍ରହ୍ମାଣ୍ଡକୁ ଧାରଣକରୁଥିବା ହେପରମଚିନ୍ମୟୀ ଜଗଦ୍ଧାତ୍ରୀ ,ଦେବୀମଙ୍ଗଳମୟୀଭଗବତୀ , ଶାନ୍ତି ତଥା ବିଦ୍ୟାରୂପିଣୀଦେବୀ ,ହେବିଶ୍ବବ୍ୟାପିନୀ, ହେଜଗତଜନନୀ ଜଗଦ୍ଧାତ୍ରୀ ଶିବାଦେବୀ ,ସକଳପ୍ରକାରର ମନସ୍କାମନାପୂର୍ଣ୍ଣକରୁଥିବା ହେମାଁ ଆଦିପରାଶକ୍ତି ସର୍ବଲୋକାଧିଶ୍ବରୀ,ପରମେଶ୍ବରୀ ଜଗନ୍ମୋହିନୀ ମାଁଚଣ୍ଡୀକା ଦେବୀଙ୍କୁ ନିରନ୍ତରନମସ୍କାର… ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ସମସ୍ତଙ୍କୁ ସତ୍ୟସନ୍ଧାନ ପରିବାର ପକ୍ଷରୁ ହାର୍ଦ୍ଧିକଅଭିନନ୍ଦନ ଓ ଶୁଭକାମନା। ଜଗତଜନନୀ ମାଦୁର୍ଗା ସମସ୍ତଙ୍କୁ ଶୁଭଆଶିଷ ପ୍ରଦାନକରନ୍ତୁ,ସମସ୍ତଙ୍କ ଜୀବନରେ ସୁଖ,ଶାନ୍ତି ଓ ମୌତ୍ରୀ ଭରିଦିଅନ୍ତୁ ଏହା ହିଁ ପ୍ରାର୍ଥନା!!ଜୟମାଦୁର୍ଗେ!!

 

Leave A Reply

Your email address will not be published.