ଆଜିର ରାଶିଫଳ

ଘରେ ସୁଖସମୃଦ୍ଧି ବୃଦ୍ଧିପାଇଁ ମାନନ୍ତୁ ଏସବୁ ନିୟମ-

0 141

୨୦୨୪ମସିହା ଜାନୁଆରୀମାସ ୬ତାରିଖ ଶନିବାର।
ସୁର୍ଯ୍ୟୋଦୟ- ଘ୬/୨୬/୫୦,ସୂର୍ଯ୍ୟାସ୍ତ-ଘ୫/୧୭/୫୪,
ପୌଷମାସ,କୃଷ୍ଣପକ୍ଷ,ଶୌରିବାସ,ତିଥି- ଦଶମୀ ରାତ୍ରି ଘ୧୨/୪୭ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ରାତ୍ରି ଘ୧୨/୪୭ମି ପରେ ଆଗ୍ନେୟକୋଣରେ। ଶନିବାର, ବିଷ୍ଟିକରଣ ଦୋଷହେତୁ ଯାତ୍ରାଦି ଶୁଭକର୍ମ ନିଷେଦ୍ଧ।ଘାତଚନ୍ଦ୍ର–ଘାତଚନ୍ଦ୍ରନାହିଁ।ଘାତବାର–ବୃଷ,ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- କଳମଶାଗ ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ପ୍ରାତଃ ରୁ ଘ୭/୪୯ ମି ମଧ୍ୟେ, ଘ୩/୫୮ମି ରୁ ସୂର୍ଯ୍ୟାସ୍ତ ଘ୫/୧୮ ମି ପର୍ଯ୍ୟନ୍ତବାରବେଳା ଦିବା ଘ୧/୧୬ମି ରୁ ଘ୨/୩୮ ମି ପର୍ଯ୍ୟନ୍ତ।(କାଳରାତ୍ରି) ସୂର୍ଯ୍ୟାସ୍ତରୁ ରାତ୍ରି ଘ୭/୫୯ମି ମଧ୍ୟେ, ଘ୪/୪୮ମି ରୁ ରାତ୍ରିଶେଷ ଘ୬/୨୭ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତ) ସୂର୍ଯ୍ୟୋଦୟ ରୁ ଦିବା ଘ୭/୧୬ମି ମଧ୍ୟେ, ଘ୮/୪ମି ରୁ ଘ୧୦/୨୮ମି ମଧ୍ୟେ, ଘ୧୨/ ୫୨ମି ରୁ ଘ୪/୪ମି ମଧ୍ୟେ, ଘ୪/୫୦ମି ରୁ ସୂର୍ଯ୍ୟାସ୍ତ ଘ୫/୧୮ମି ମଧ୍ୟେ, ରାତ୍ରି ଘ୧୨/୩୩ମି ରୁ ଘ୨/୯ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ରାତ୍ରି ଘ୨/୯ମି ରୁ ଘ୨/୫୭ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତ ବ୍ୟକ୍ତିର ୧ପାଦ ବାର ପୁଷ୍କର ଦୋଷ।ଫଳଂ କୃଷିହାନି ଓ ଭୂମି ଦାନ।ରାତ୍ରି ଘ୧୦/୭ମି ପରେ ୨ ପାଦବାର ଓ ନକ୍ଷତ୍ର ପୁଷ୍କର ଦୋଷ ।ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ।ଭୂମି ଓ ତିଳ ସୁବର୍ଣ୍ଣ ଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ଭିକ୍ଷାସିନୀ ମତାନ୍ତରେ ବିପୁତ୍ରା,ବାରଦୋଷ ହେତୁ ଶିବଙ୍କଠାରେ ଜଳାଭିଷେକ ରାତ୍ରି ଘ୧୨/୪୭ ମିପରେ ବାର ଓ ତିଥି ଦୋଷ ହେତୁ ଶିବଙ୍କ ଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ।ଶୁଭକର୍ମ- ନାହିଁ ।
🐏ମେଷ👉ଅଫିସରେ ପରିସ୍ଥିତି ଅନୁକୂଳ ରହିବ। ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ବ୍ୟବସାୟ ବିସ୍ତାର କରିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।
🐮ବୃଷ👉ଦେହ ସୁସ୍ଥ ରହିବ । ମନ ପ୍ରସନ୍ନ ରହିବ । ସମସ୍ତ କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ । ବ୍ୟବସାୟରେ ଅଭିବୃଦ୍ଧି ଦେଖାଦେବ । ସନ୍ତାନଙ୍କ ସଫଳତାରେ ଆତ୍ମ ସନ୍ତୋଷ ଲାଭ କରିବେ । ପଡୋଶୀଙ୍କ ସହ ସମ୍ପର୍କ ମଧୁର ହେବ ।
👩‍❤️‍👨ମିଥୁନ👉କର୍ତ୍ତବ୍ୟ ନିଷ୍ଠ ହେବେ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସା ମିଳିବ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । ଦୂରଯାତ୍ରା ସଫଳ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ରାଜନୈତିକ ବ୍ୟକ୍ତି ବିଶେଷ ସଭାସମିତିରେ ଜନତାଙ୍କ ଆଦର ପାଇବେ ।
🦀କର୍କଟ👉 ମାନସିକ ଅବସାଦ ଦେଖାଦେବ । ଚିନ୍ତାଗ୍ରସ୍ତ ରହିବେ । କାର୍ଯ୍ୟରେ ବାଧା ଓ ଅବରୋଧ ଦେଖାଦେବ । ସହକର୍ମୀଙ୍କ ସହ ମତଭେଦ ଦେଖାଦେବ । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ମନ ଦୁର୍ବଳ ରହିବ । ଆୟ ମଧ୍ୟମ ଧରଣର ହେବ । ଆଇନ ଅଦାଲତର କାର୍ଯ୍ୟ ଆପଣଙ୍କ ବିପକ୍ଷରେ ଯିବ
🦁ସିଂହ👉ସମାନୁବର୍ତ୍ତୀ ହୋଇ ପ୍ରତ୍ୟେକ କାର୍ଯ୍ୟ ସୂଚାରୁ ରୂପେ ତୁଲାଇବେ । ସେବା ପୂଜାରେ ମନ ନିବେଶ କରିବେ । ଶରୀର ଓ ମନ ସୁସ୍ଥ ରହିବ । କର୍ମ କ୍ଷେତ୍ରରେ ସହକର୍ମୀମାନଙ୍କ ସାହାଯ୍ୟ ସହଯୋଗ ପାଇବେ । ଆୟ ଓ ବ୍ୟୟ ସମାନ ରହିବ । ବ୍ୟବସାୟ ଲାଭ ଯୁକ୍ତ ହେବ ।
🙎‍♀️କନ୍ୟା👉 ଶରୀର ସୁସ୍ଥ ରହିବ । କର୍ମ ତତ୍ପର ହେବେ । କର୍ମ କ୍ଷେତ୍ରରେ ସଫଳତା ପାଇବେ । ଆୟ ଅବ୍ୟାହତ ରହିବ । ବ୍ୟବସାୟ ଲାଭପ୍ରଦ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନ ନିବେଶ କରିବେ ।
⚖️ତୁଳା👉ଶରୀର ଆରୋଗ୍ୟ ରହିବ । କାର୍ଯ୍ୟ ବ୍ୟସ୍ତତା ଭିତରେ ଦିନ କାଟିବେ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ଭାଜନ ହେବେ । ଆୟ ଆଶାନୁରୂପକ ହେବ । ଗୃହକୁ ବିବାହ ପ୍ରସ୍ତାବ ଆଦି ଆସିପାରେ । ଆଇନ୍ ଅଦାଲତର କାର୍ଯ୍ୟ ଆପଣଙ୍କ ସପକ୍ଷରେ ଯିବ । ସାଂସାରିକ ଜୀବନ ସୁଖମୟ ହେବ । ବ୍ୟବସାୟ ଭଲ ହେବ ।
🦂ବିଛା👉କର୍ମ ଚଞ୍ଚଳ ରହିବେ । ବନ୍ଧୁବାନ୍ଧବ ତଥା ପଡୋଶୀଙ୍କ ମେଳରେ ମଉଜ୍ ମଜ୍‌ଲିସରେ ଦିନ କାଟିବେ । ଖର୍ଚ୍ଚ ବୃଦ୍ଧି ପାଇବ । ନୂତନ ଦ୍ରବ୍ୟ କିମ୍ବା ବସ୍ତ୍ର କ୍ରୟ କରିବେ । ପାରିବାରିକ ସୁଖଶାନ୍ତି ଉପଲବ୍ଧ ହେବ । ବ୍ୟବସାୟରେ କାରବାର ବୃଦ୍ଧି ପାଇବ ।
🏹ଧନୁ👉 କର୍ମ ଅନୁସାରେ ଫଳ ପ୍ରାପ୍ତି ହେବ । ଦେହ ଓ ମନ ଭଲ ରହିବ । ସୁସମ୍ବାଦ ପ୍ରାପ୍ତ ହେବ ।ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ ।ପରିବାରରେ ହସ ଖୁସିର ଲହରି ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
🐊ମକର👉ଦିନଟିରେ ଆପଣ କର୍ମ ତତ୍ପର ହେବେ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । କର୍ମ କ୍ଷେତ୍ର ଉତ୍ସାହ ପୂର୍ଣ୍ଣ ରହିବ । ପଡୋଶୀଙ୍କ ସହ ସୁସମ୍ପର୍କ ବଜାୟ ରହିବ । ପାରିବାରିକ ହସଖୁସି ଲାଗି ରହିବ । ଦୂରଯାତ୍ରା ସଫଳ ହେବ ।
🏺କୁମ୍ଭ👉ନୂତନ କର୍ମରେ ଯୋଗ ଦେଇ ଖୁସି ହେବେ । ମନ ପ୍ରସନ୍ନ ରହିବ । ଅର୍ଥ ପ୍ରାପ୍ତି ସୂଚନା ମିଳୁଛି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଦୂରଯାତ୍ରା କରିପାରନ୍ତି । କର୍ମ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ଚିନ୍ତାଧାରା ଉନ୍ନତମାନର ହେବ ।
🐟ମୀନ👉ଆରୋଗ୍ୟ ରହିବେ । ମନ ଭଲ ରହିବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ପାଇବେ । ଆୟ ଅବ୍ୟାହତ ରହିବ । ବ୍ୟବସାୟୀମାନେ ଭଲ ଲାଭ କରିବେ ।

ଘରେ ସୁଖସମୃଦ୍ଧି ବୃଦ୍ଧିପାଇଁ ମାନନ୍ତୁ ଏସବୁ ନିୟମ-
ବାସ୍ତୁଶାସ୍ତ୍ରର ନିୟମଅନୁଯାୟୀପ୍ରତିଦିନ ସକାଳେ ତୁଳସୀ ଚଉରାମୂଳରେ ଜଳଅର୍ପଣ କରିବାସହ ସନ୍ଧ୍ୟାସମୟରେ ଦୀପଜାଳିଲେ ମାତାଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ଯେଉଁବ୍ୟକ୍ତି ଏହିସବୁକାମ କରିଥାନ୍ତି ତାଙ୍କପାଖରେ ଧନର ଅଭାବ କେବେ ବି ଦେଖାଯାଏନାହିଁ।ଆଉ ତାଙ୍କଜୀବନ ସୁଖମୟ ହୋଇଥାଏ।

ଘରର ଉତ୍ତରପୂର୍ବ କୋଣରେ କୁବେର ଯନ୍ତ୍ର ସ୍ଥାପନା କରିବାଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ଘରକୁ ସକାରାତ୍ମକ ଊର୍ଜା ଆସିଥାଏ।
ଘରର ଦରିଦ୍ରତା ଦୂର କରିବାପାଇଁ ପ୍ରତିଦିନ ଘରର ଉତ୍ତରପୂର୍ବ କୋଣରେ ଗଙ୍ଗାଜଳ ଛିଞ୍ଚିବା ଶୁଭ ହୋଇଥାଏ। ଏପରି କଲେ ଘରେ ସକାରାତ୍ମକ ଊର୍ଜା ବଢିବା ସହିତ ଆର୍ଥିକ ସ୍ଥିତି ବି ଦୃଢ ହୁଏ ବୋଲି ମାନ୍ୟତା ରହଛି ।
ଘରର ଦକ୍ଷିଣ-ପଶ୍ଚିମଦିଗରେ ଆଲମାରି ହେଉ ଅବା ଟ୍ରେଜେରି ରଖିଲେ ଧନସମ୍ପତ୍ତି ବଢ଼ିବାସହ ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ସୁଖୀ ଓ ସମ୍ପନ୍ନ ହୋଇଥାନ୍ତି।
ଘରର ଉତ୍ତରପୂର୍ବଦିଗରେ କୌଣସି ଓଜନଦାର୍ ଫର୍ନିଚର କିମ୍ବା ଜୋତା,ଚପଲ ର଼୍ୟାକ୍ ରଖିବା ଠିକ୍ ନୁହେଁ। ଏହାଦ୍ୱାରା ଘରେ ନକାରାତ୍ମକଊର୍ଜା ବଢ଼ିଥାଏ
ବାସ୍ତୁଦୋଷ ଥିଲେ ଘରେ ଉପୁଜିଥାଏ ଅଶାନ୍ତି, ଦୂର ପାଇଁ ପ୍ରତିକାରର ଉପାୟ- ଘରର ବାସ୍ତୁଦୋଷ ଦୂର କରିବାକୁ ଐଶାନ୍ୟକୋଣରେ କଳସ ସ୍ଥାପନ କରିପାରିବେ। କୁହାଯାଏ, କଳସ ହେଉଛନ୍ତି ବିଘ୍ନ ବିନାଶକ ପ୍ରଭୁ ଗଣେଶଙ୍କର ଏକ ସ୍ବରୂପ।ତେଣୁ କଳସ ସ୍ଥାପନ କଲେ କ୍ରମେ ଘରର ପରିସ୍ଥିତିରେ ଅନେକ ସୁଧାର ଆସିଥାଏ ବୋଲି ବିଶ୍ୱାସ ରହିଛି।
ଘରର ମୁଖ୍ୟଦ୍ୱାରରେ ସିନ୍ଦୂରରେ ସ୍ବସ୍ତିକଚିହ୍ନ କରିବା ମଧ୍ୟ ଶୁଭଫଳ ଦେଇଥାଏ। ଧ୍ୟାନ ରଖିବେ ଏହି ସ୍ବସ୍ତିକଚିହ୍ନ ଯେପରି ୯ଆଙ୍ଗୁଳି ଲମ୍ବା ଓ ୯ଆଙ୍ଗୁଳି ଚଉଡ଼ା ହେଉଥିବ। କୁହାଯାଏ,ଏହି ଚିହ୍ନର ପ୍ରଭାବରେ ଘରୁ ନକାରାତ୍ମକଊର୍ଜା ହ୍ରାସ ହୋଇଥାଏ।
ବାସ୍ତୁଶାସ୍ତ୍ରରେ ଘୋଡ଼ାନାଲର ବି ଅନେକ ଗୁରୁତ୍ୱ ରହିଛି। କୁହାଯାଏ, ଏହି ନାଲକୁ ଘରର ମୁଖ୍ୟଦ୍ୱାର ନିକଟରେ ଟଙ୍ଗାଇଲେ ବାସ୍ତୁଦୋଷ ଦୂର ହେବା ସହ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।

ଘରର ମୁଖ୍ୟଦ୍ୱାର ଯଦି ଦକ୍ଷିଣମୁହାଁ ହୋଇଥାଏ, ତାହେଲେ ପ୍ରବେଶ ଦ୍ୱାର ନିକଟରେ ପଞ୍ଚମୁଖୀ ହନୁମାନଙ୍କର ଫଟୋ ଲଗାଇବା ଶୁଭ ହୋଇଥାଏ। ଏହାଛଡ଼ା ପଞ୍ଚଧାତୁରେ ତିଆରି ପିରାମିଡ୍‌କୁ ବି ମୁଖ୍ୟଦ୍ୱାର ନିକଟରେ ରଖିଲେ ଶୁଭଫଳ ମିଳିଥାଏ।
ଘରର ପଶ୍ଚିମ କିମ୍ବା ଉତ୍ତରପଶ୍ଚିମ କୋଣରେ ଝାଡୁ ରଖିପାରିବେ। ହେଲେ ଉତ୍ତରପୂର୍ବ, ଦକ୍ଷିଣପୂର୍ବ ପୂଜାଘରେ ଝାଡୁ ରଖିବା ଶୁଭନୁହେଁ। ଏହା ବାସ୍ତୁଦୋଷକୁ ଡାକି ଆଣିଥାଏ।
ବାସ୍ତୁଶାସ୍ତ୍ରଅନୁଯାୟୀ, ଏମିତି ବି କେତେକପକ୍ଷୀ ଅଛନ୍ତି, ଯାହାଙ୍କ ଫଟୋ ହେଉ ଅବା ଛବିକୁ ଘରେଲଗାଇଲେ ଘରର ଶୋଭାବଢ଼ିବା ସହ ସୁଖ, ସମୃଦ୍ଧି ବି ବୃଦ୍ଧି ପାଇଥାଏ।ଯେମିତିକି , ଘରେ ଲଭ୍ ବାଡର୍‌ସ, ମୟୂର, ନୀଳକଣ୍ଠ ପକ୍ଷୀ, ହଂସ ଆଦି ପକ୍ଷୀଙ୍କ ଫଟୋ ଅଥବା ଛବି ଲଗାଇବା ଅତ୍ୟନ୍ତ ଶୁଭ ସହ ସବୁକାର୍ଯ୍ୟରେ ସଫଳତା ମିଳିଥାଏ।ଲଭ୍ ବାଡର୍‌ସଙ୍କର ଫଟୋକୁ ଶୁକ୍ରବାର ଦିନ ଘରର ଉତ୍ତର ଦିଗ କାନ୍ଥରେ ଲଗାଇଲେ ଘରେ ସକାରାତ୍ମକ ଊର୍ଜାର ପ୍ରଭାବ ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି।ଶୁଆଙ୍କୁ ବାସ୍ତୁଶାସ୍ତ୍ରରେ ଭାଗ୍ୟଶାଳୀ ପକ୍ଷୀ ବୋଲି କୁହାଯାଇଥାଏ। ଏମାନଙ୍କ ଫଟୋକୁ ଘରେ ଲଗାଇଲେ ଐଶ୍ୱର୍ଯ୍ୟ ବୃଦ୍ଧି ହେବା ସହ ପରିବାର ସଦସ୍ୟଙ୍କ ଭିତରେ ଭଲପାଇବା ବଢ଼ିଥାଏ ଓ ସ୍ବାସ୍ଥ୍ୟରେ ବି ଉନ୍ନତି ପରିଲକ୍ଷିତ ହୋଇଥାଏ।ଏହି ପକ୍ଷୀମାନଙ୍କର ଫଟୋକୁ ଘରର ଉତ୍ତର-ପଶ୍ଚିମ, ଉତ୍ତର-ପୂର୍ବ ଅଥବା ପୂର୍ବ ଦିଗର କାନ୍ଥରେ ଲଗାଇବା ଶୁଭ ବୋଲି କୁହାଯାଇଛି।ଅନ୍ୟ କେତେକ ବାସ୍ତୁବିତ୍‌ମାନଙ୍କ ମତାନୁଯାୟୀ ଘରେ ଫିନିକ୍ସ ନାମକ ଏକ ପୌରାଣିକ ପକ୍ଷୀର ଫଟୋ ହେଉ ଅବା ଛବି ଲଗାଇବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.