ଥାନାପାଖରୁ ଟେକିନେଲେ

0 105

ମେଣ୍ଢାଶାଳ,୪ା୧(ଏସଏସନିଉଜ)ଗୁରୁବାର ରାତିରେ ଚନ୍ଦକାଥାନାପାଖରୁ ଏକ କାରରେ ଆସି ଜଣେ ଯୁବକକୁ ଅପହରଣ କରିନେଇ ଥିବାର ଜଣାପଡିଛି ।ଅପହରଣର ଶିକାର ହୋଇଥିବା ଯୁବକ ହେଉଛନ୍ତି ଏହିଥାନା ଅଧିନସ୍ଥ ଦାରୁଠେଙ୍ଗଗ୍ରାମର ଆଶିଷ ରଞ୍ଜନ ବେହେରା(୨୨)।ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଅପହରଣ କରାଯାଇଥିବାର ଅନୁମାନ କରାଯାଉଥିବାବେଳେ ସାଙ୍ଗରେ ଥିବା ଆଶିଷଙ୍କ ସାଙ୍ଗ ଅଲ୍ପକେ ବର୍ତିଯାଇଛନ୍ତି ।ଘଟଣାପରେ ସାଙ୍ଗ ଜଣଙ୍କ ଥାନାରେ ଜଣାଇବାପରେ ପୋଲିସ ତଦନ୍ତ ଆରମ୍ଭ କରିବାସହ ଆଶିଷକୁ ପାତ୍ରପଡା ଅଂଚଳରୁ ଉଦ୍ଧାର କରି ଥାନାକୁଆଣି ପଚରାଉଚରା ଆରମ୍ଭ କରିଛି ।ତେବେ ଅପହରଣକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି ।କେଉଁକାରଣପାଇଁ ଆଶିଷଙ୍କୁ ଅପହରଣ କରାଗଲା ଓ ଅପହରଣକାରୀ କିଏ ତାହାକୁ ଜାଣିବାପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଥିବାବେଳେ ଥାନାଠାରୁ ମାତ୍ର ଅଳ୍ପୁଦୁରରେ ଘଟଣା ଘଟିଥିବାରୁ ପୋଲିସ ପାଇଁ ଚିନ୍ତାର କାରଣ ସାଜିଛି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.