ଆଜିର ରାଶିଫଳ

0 132

୨୦୨୪ମସିହା ଜାନୁଆରୀମାସ ୧୦ତାରିଖ ବୁଧବାର। ଶିବଚତୁର୍ଦ୍ଦଶ୍ୟୁପବାସ ଓ ବେଢ଼ା ପରିକ୍ରମା, ଅମାବାସ୍ୟାର ନିଶାପାଳନ।ସୁର୍ଯ୍ୟୋଦୟ- ଘ୬/୨୭/ ୩୫ ,ସୂର୍ଯ୍ୟାସ୍ତ- ଘ୫/୨୦/୩୫ ,ପୌଷମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ଚତୁର୍ଦ୍ଦଶୀ ରାତ୍ରିଘ୮/୧୯ମିପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା।ନକ୍ଷତ୍ର- ମୂଳାନକ୍ଷତ୍ର ରାତ୍ରିଘ୮/୨୩ମିପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢ଼ା ନକ୍ଷତ୍ର।ଚ଼ନ୍ଦ୍ର- ଧନୁଚନ୍ଦ୍ର (ଅହୋରାତ୍ର)।ସୌର ଚଳନେ ଧନୁ ଦି୨୬ନ।ଯୋଗ- ଧ୍ରୁବଯୋଗ ରାତ୍ରି ଘ୧୦/୩୨ମି ପର୍ଯ୍ୟନ୍ତ ତଦନ୍ତେ ବ୍ୟାଘାତଯୋଗ।କରଣ- ବିଷ୍ଟିକରଣ ଦିବା ଘ୯/୨୪ମିପର୍ଯ୍ୟନ୍ତ ତଦନ୍ତେ ଶକୁନୀକରଣ ରାତ୍ରିଘ୮/୧୯ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ, ରାତ୍ରିଘ୮/୧୯ମି ପରେ ଐଶାନ୍ୟକୋଣରେ।ରିକ୍ତାତିଥି, ବିଷ୍ଟିକରଣ, ରବିମଙ୍ଗଳଯୁକ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବିରି ରାତ୍ରି ଘ୮/୧୯ମିପରେ ଆମିଷଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା- ଦିବା ଘ୯/୧୩ମି ରୁ ଘ୧୦/୩୪ମି ପର୍ଯ୍ୟନ୍ତ।ବାରବେଳା-ଦିବା ଘ୧୧/୫୬ମି ରୁ ଘ୧/୧୮ମି ପର୍ଯ୍ୟନ୍ତ।କାଳରାତ୍ରି- ରାତ୍ରି ଘ୩/୧୨ମି ରୁ ଘ୪/୫୦ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ-ସୂର୍ଯ୍ୟୋଦୟରୁ ଦିବା ଘ୭/୧୬ମି ମଧ୍ୟେ, ଘ୮/୪ମି ରୁ ଘ୮/୫୨ମି ମଧ୍ୟେ, ଘ୧୧/୧୬ମି ରୁ ଘ୧/୪୦ମି ମଧ୍ୟେ, ସନ୍ଧ୍ୟା ଘ୬/୧୧ମି ରୁ ଘ୬/୫୯ମି ମଧ୍ୟେ, ରାତ୍ରି ଘ୮/୩୫ମି ରୁ ଘ୨/୫୯ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ଦିବା ଘ୭/୧୬ମି ରୁ ଘ୮/୪ମି ମଧ୍ୟେ, ଘ୨/୨୮ମି ରୁ ଘ୪/୫୨ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ପୁଷ୍କରଦୋଷ ନାହିଁ ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ରାତ୍ରି ଘ୮/୨୩ମି ପରେ ସାତମାସ ଗଣ୍ଡଦୋଷ।ଫଳଂ ସ୍ତ୍ରୀ ବିଧବା। ରଜଶ୍ଚକ୍ରେ ପୁତ୍ରିଣୀ। ପୀତବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳ ଦାନ କରଣୀୟ। ତିଥି ଦୋଷ ହେତୁ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ।ଶୁଭକର୍ମ- ନାହିଁ।
ମେଷ-ଆଜି କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଭ୍ରମଣରେ ବୁଲି ଯିବାର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ । ଲେଖକଙ୍କୁ ପୁରସ୍କାର ମିଳିପାରେ । ପାରିବାରିକ ଜୀବନ ସୁଖମୟ ହେବ ।
ବୃଷ-ଅଧିକ ଚିନ୍ତିତ ରହିବେ। ତେଣୁ ଅସୁସ୍ଥ ବି ଅନୁଭବ କରିପାରନ୍ତି। ନୂଆ କାର୍ଯ୍ୟ ଆରମ୍ଭ ନକଲେ ଭଲ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଇବା-ପିଇବା ପ୍ରତି ଧ୍ୟାନ ଦିଅନ୍ତୁ। ବ୍ୟବସାୟିକ କାର୍ଯ୍ୟରେ ବାଧା ଉପୁଜିପାରେ।
ମିଥୁନ-ମନୋରଞ୍ଜନରେ ଅଧିକ ସମୟ କାଟିବେ। ସୁସ୍ୱାଦୁ ଭୋଜନ ଖାଇବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। କୌଣସି ପ୍ରସଙ୍ଗକୁ ନେଇ ଭାବୁକ ହେବେ।
କର୍କଟ-ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ । କୌଣସି ନୂଆ ବିଚାରକୁ କାର୍ଯ୍ୟରେ ପରିଣତ କରିବେ । ଆପଣଙ୍କ ସହିତ ମିଶିବା ଲୋକେ ପ୍ରଭାବିତ ହେବେ । ନୂଆ ଜମି କିଣିବା ପାଇଁ ଦିନଟି ଭଲ । ପରିବାରରେ କୌଣସି ନୂଆ ଦାୟିତ୍ଵ ମିଳିପାରେ । ସମାଜରେ ସମ୍ମାନ ଓ ପ୍ରତିଷ୍ଠା ବଢିବ ।
ସିଂହ-ଆଜି ଆପଣଙ୍କ ଦିନଟି ଶୁଭମୟ ରହିବ । ଜୀବନସାଥୀଙ୍କ ସହଯୋଗ ମିଳିବ । ଉନ୍ନତିର ନୂଆ ରାସ୍ତା ଖୋଲିବ । କର୍ମକ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା ହୋଇପାରେ । ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଭଲ । ଅଚାନକ ଆର୍ଥିକ ଲାଭର ସୁଯୋଗ ରହିଛି ।
କନ୍ୟା-ଫୂର୍ତ୍ତି ଅନୁଭବ କରିବେ। କାମ କରିବାକୁ ଉତ୍ସାହ ବଢ଼ିବ। କାହା ଦ୍ୱାରା ଅପମାନିତ ହୋଇପାରନ୍ତି। ତେଣୁ ଟିକେ ସତର୍କ ରହିଲେ ଭଲ। ଧନହାନି ଆଶଙ୍କା ରହିଛି।
ତୁଳା-ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ଦିନଟି ଭଲ ଅଛି। ପ୍ରିୟଜନଙ୍କ ସହିତ ଭେଟ ହେବ। ଭାଗ୍ୟବୃଦ୍ଧି ହେବ। ମାନ-ସମ୍ମାନ ପାଇବେ।
ବିଛା=ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଅତ୍ୟଧିକ କାର୍ଯ୍ୟ ହେତୁ ଥକି ଯିବେ। ଭାଇଭଉଣୀ ଓ ଜୀବନସାଥୀଙ୍କ ସହଯୋଗ ମିଳିବ।
ଧନୁ=ଆଜି ଆପଣ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ଯୋଗୁଁ ଅନେକ କାର୍ଯ୍ୟ ଖୁସିରେ ସମାପ୍ତ କରିବେ । ଲକ୍ଷ୍ୟକୁ ନେଇ ଯାତ୍ରା ପୂରା କରିବାରେ ସଫଳ ହେବେ । ଆପଣଙ୍କ ବିନମ୍ର ବ୍ୟବହାର ଲୋକଙ୍କୁ ଆକର୍ଷିତ କରିବ । ବ୍ୟବସାୟରୁ ମନ ଚାହୁଁଥିବା ସଫଳତା ଓ ଲାଭ ପାଇବେ । ଅଫିସରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ ।
ମକର=ଆଜି ଆପଣଙ୍କ ଭାଗ୍ୟ ଉଜ୍ଜ୍ଵଳ ରହିବ । ଯାହା କାମ କରିବେ, ଆପଣଙ୍କୁ ସଫଳତା ମିଳିବ । ସାଙ୍ଗସାଥୀଙ୍କଠାରୁ ଭଲ ଖବର ପାଇବେ । ନୂଆ ଗାଡି କିଣିବା ପାଇଁ ମନ ବଳାଇପାରନ୍ତି । ଜୀବନସାଥୀଙ୍କ ଠାରୁ ଖୁସି ପାଇବେ ।
କୁମ୍ଭ-ଆଜି ଆପଣଙ୍କ ଭାଗ୍ୟରେ ବହୁତ ସୁଖଦ ଓ ମଧୁର ବାତାବରଣ ରହିବ । ଆଧ୍ୟାତ୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହେବ । ମହତ୍ତ୍ଵପୂର୍ଣ୍ଣ ବ୍ୟାପାରରେ ସମାଧାନ ବାହାର ହେବ । ଅଫିସ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ମୀନ-ଆଜି ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ । ପଦ ପ୍ରତିଷ୍ଠା ବଢିପାରେ । ଅଚାନକ ଆର୍ଥିକ ଲାଭ ହେବ । ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ !!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.