ଆଜିର ରାଶିଫଳ

0 119

ଫେବୃଆରୀମାସ ୦୭ତାରିଖ ୨୦୨୪ମସିହା(ବୁଧବାର)ମାଘମାସ- କୃଷ୍ଣପକ୍ଷ ,ତିଥି- ଦ୍ଵାଦଶୀ ଦିବା ଘ୦୨/୧୦ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ,ସୁର୍ୟୋଦୟ-ପ୍ରାତଃଘ୦୬/୨୩/୫୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୮/୪୯ ,ଯୋଗିନୀ ନୈରୁତେ ଦିବାଘ୦୨/୧୦ ଗତେ ଦକ୍ଷିଣେତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ,ଦ୍ଵାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ତ୍ରୟୋଦଶୀର ପାର୍ବଣଶ୍ରାଦ୍ଧ ,କର୍କଟରାଶିର ଘାତବାର ,କାଳବେଳା -ଦିବା ଘ୦୯/୧୯ ଗତେ ଘ୧୦/୩୫ ମଧ୍ୟେ ,ବାରବେଳା – ଦିବା ଘ୧୧/୫୯ ଗତେ ଘ୦୧/୨୨ ମଧ୍ୟେ ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୭/୫୮ ମଧ୍ୟେ ଓ ଘ୦୧/୨୩ ଗତେ ଘ୦୨/୨୩ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୪୬ ଗତେ ଘ୦୫/୪୦ ମଧ୍ୟେ ,ପୋଇ ଦିବା ଘ୦୨/୧୦ଗତେ ବାଇଗଣଭକ୍ଷଣ ନିଷେଧ।
ମେଷ-ଆଜି ଦିନଟି ନିଜର କ୍ୟାରିୟର ସୁଧାରପାଇଁ ଭଲ ହେବ।କୌଣସି ଅନୁବନ୍ଧପାଇଁ ଭଲସୁଯୋଗ ମିଳିବ।ପାରିବାରିକକାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ।
ବୃଷ-ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।
ମିଥୁନ-ଆଜି ନିଜର ନୂଆବିଚାର ଆର୍ଥିକଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।
କର୍କଟ-ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ।ଜୀବନସାଥୀଙ୍କ ସହିତ ଉତ୍ତମସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।
ସି˚ହ-ଆଜି ଆପଣ କୌଣସି ନିଷ୍ପତି ତରବରିଆଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କପକ୍ଷରୁ ଭଲଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।
କନ୍ୟା-ଆଜି ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ।ସାମାଜିକ ଓ ରାଜନୈତିକକାର୍ଯ୍ୟରେ ସମୟକଟିବ।ମିତ୍ରଙ୍କର ପୂରାସହଯୋଗ ପାଇବେ।ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।
ତୁଳା-ଆଜି ଦିନଟି ଆପଣଙ୍କପାଇଁ ସବୁ ଦୃଷ୍ଟିରୁ ଭଲରହିବ ।ଖୁବ୍‌ ମଜା କରିବେ ଓ ଖୁସି ରହିବେ।ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁରହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।
ବିଛା-କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କରନାମ ଚର୍ଚ୍ଚାରେ ରହିବ।ବ୍ୟବସାୟରେ ନୂଆକୌଶଳ ପ୍ରୟୋଗ କରିବେ ଯାହାଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାରଲୋକେ ଆପଣଙ୍କଉପରେ ବହୁତ ଭରସା କରିବେ।
ଧନୁ-ଆପଣ ଅନ୍ୟମାନଙ୍କ ଭାବନାପ୍ରତି ଆଜି ବିଶେଷଯତ୍ନବାନ ରହିପାରନ୍ତି।ଧର୍ମସମ୍ବନ୍ଧିତ ପୁସ୍ତକପଢ଼ିବାରେ ରୁଚିବଢ଼ିବ।ସ୍ଥଗିତଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।
ମକର-ଆପଣ ନିଜକାମରେ ଆଜି ପ୍ରଶ˚ସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କାରବାର ବୃଦ୍ଧିଲାଗି ଦିନଟି ବିଶେଷଶୁଭ। ଧନସ˚ପତ୍ତି ବୃଦ୍ଧିହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।
କୁମ୍ଭ-ଆଜି ଇଷ୍ଟଦେବୀଙ୍କ ଆରାଧନାରେ ମନରେ ସକାରାତ୍ମକଶକ୍ତି ସ˚ଚାର ହେବ।ପ୍ରସ୍ତୁତକରିଥିବା ଯୋଜନା ଅନୁସାରେ କାମକରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ମୀନ-ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତଫଳ ପ୍ରଦାନ କରିବ। ବଡ଼ବ୍ୟବସାୟ ଲାଗି କୌଣସିବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ି ପାରେ!!ଜୟଜଗନ୍ନାଥ ,ଜୟସୋମନାଥ, ଜୟମାଯୋଗମାୟା!!

Leave A Reply

Your email address will not be published.