ପରୀକୁ ମିଳିଲା ନ୍ୟାୟ

0 66

ଭୁବନେଶ୍ୱର,୬ା୨(ଏସଏସନିଉଜ) ପରୀକୁ ମିଳିଲା ନ୍ୟାୟ। ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ନୟାଗଡ଼ ଚିଲ୍‌ଡ୍ରେନ୍‌ସ କୋର୍ଟରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡା ମିଳିଛି। ଏଥି ସହିତ ଅଦାଲତ ଦୋଷୀକୁ ୬ ହଜାର ଟଙ୍କା ଦଣ୍ଡାଦେଶ ଦେଇଛନ୍ତି। ସରକାରୀ ଓକିଲ କହିଛନ୍ତି ଦୋଷୀ ନାବାଳକ ଥିଲା। ଯଦି ସେ ସାବାଳକ ଥାଆନ୍ତା, ତାହେଲେ ମୃତ୍ୟୁଦଣ୍ଡ ମିଳିଥାନ୍ତା।ଉଲ୍ଲେଖଯୋଗ୍ୟ,୨୦୨୦ ଜୁଲାଇ ୧୪ ତାରିଖରେ ବର୍ଷ ବୟସର ଶିଶୁକନ୍ୟା ପରୀ ଗାଁ ଦାଣ୍ଡରେ ଖେଳୁଥିଲା। କୋର୍ଟରେ ଦୋ‌ଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଜଣକ ପରୀକୁ ହଠାତ୍ ଗାଏବ କରି ନେଇଥିଲା। ସେହି ମାସ ୨୩ରେ ତା’ର ଶବ ଉଦ୍ଧାର ହୋଇଥିଲା। ଏକ ଅଖା ବସ୍ତାରୁ ଦେହାବଶେଷ ଓ ହାଡ଼ ଉଦ୍ଧାର କରାଯାଇଥିଲା। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ହତ୍ୟାକାରୀକୁ ଗିରଫ କରିଥିଲା। ଏହି କୁନି ନାବାଳିକାର ହତ୍ୟା ତଥା‌ ଦୁଷ୍କର୍ମ ମାମଲା ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଥିଲା।
କୋର୍ଟ ରାୟକୁ ନେଇ ଜମାରୁ ଖୁସି ନୁହେଁ ବୋଲି କହିଛନ୍ତି ପରୀର ମାଆ ।ସେକହିଛନ୍ତି ଆଦୌ ନ୍ୟାୟ ମିଳିନି\’!ଗୋଟିଏ ନିର୍ଦ୍ଦୋଷକୁ ସଜା ଦେଇଦେଲେ ।ମୋ ଛୁଆକୁ ମାରିଦେଲେ, ଆଉ ଜଣଙ୍କ ଜୀବନ ବରବାଦ କରିଦେଲେ ।ବାବୁଲି ନାଏକ ମୋ ଛୁଆକୁ ମାରିଛି, ଅରୁଣ ସାହୁଙ୍କ ହାତ ଅଛି ।ଗରିବ ବୋଲି ସେମାନେ ଆମକୁ ମଣିଷ ଭାବୁନାହାନ୍ତି ।ଆମ ପାଖରେ ସମ୍ବଳ ନାହିଁ, କେବଳ ଧର୍ମରେ ଅଛୁ ବୋଲି କହିଛନ୍ତି ।

Leave A Reply

Your email address will not be published.