ଆଜିର ରାଶିଫଳ

0 118

ଫେବୃଆରୀମାସ ୨୨ତାରିଖ ୨୦୨୪ମସିହା (ଗୁରୁ ବାର)ମାଘମାସ-ଶୁକ୍ଳପକ୍ଷ,ତିଥି-ତ୍ରୟୋଦଶୀ ଦିବା ଘ ୦୧/୨୮ ପର୍ଯ୍ୟନ୍ତ ତଦନ୍ତେଚତୁର୍ଦ୍ଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୫/୫୦,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/ ୪୬/୦୯,ଯୋଗିନୀ ଦକ୍ଷିଣେ ଦିବା ଘ୦୧/୨୭ ଗତେ ପଶ୍ଚିମେ,ତ୍ରୟୋଦଶୀର ଏକୋଦିଷ୍ଟଶ୍ରାଦ୍ଧ,ତୁଳା ଓ କୁମ୍ଭ ରାଶିର ଘାତବାର,କାଳବେଳା ଓ ବାରବେଳା -ଦିବା ଘ୦୨/୫୫ ଗତେ ଘ୦୫/୪୭ ମଧ୍ୟେ,ବିଶୁଦ୍ଧ ଅମୃତ ବେଳ। -ରାତ୍ରି ଘ୧୨/୫୮ ଗତେ ଘ୦୩/୦୪ ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୭/ ୫୧ ମଧ୍ୟେ ଓ ଘ୧୧/୦୨ ଗତେ ଘ୧୨/୫୭ ମଧ୍ୟେ,ବାଇଗଣ ଦିବା ଘ୦୧/୨୮ଗତେ ବିରି ଭକ୍ଷଣ ନିଷେଧ।
ମେଷ👉ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ।କର୍ମରେ ଉନ୍ନତିକରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂରହେବ ।ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗଆସିବ ।ହୃତଧନ ଫେରିପାଇବେ । ଆୟଅପେକ୍ଷା ବ୍ୟୟ କମ୍‌ ରହିବ ।ଋଣମୁକ୍ତ ହେବା ପାଇଁ ଚେଷ୍ଟାକରିବେ ।ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।
ବୃଷ👉 ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ ।ବାଣିଜ୍ୟ,ବ୍ୟବସାୟରେ ଆୟ ଉତ୍ତମ ହେବ ।କର୍ମରେ ଉନ୍ନତି ଓ ଦରମାରେ କିଛି ବୃଦ୍ଧି ଘଟିପାରେ ।ମୂଲ୍ୟବାନଧାତୁ କିମ୍ବା ଭୂମିକ୍ରୟ କରି ପାରନ୍ତି ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ମନୋନିବେଶ କରିବେ ।ମହିଳାମାନେ ସଞ୍ଚୟ କରିବେ ।
ମିଥୁନ👉କର୍ମରେ ଉନ୍ନତି କରିବାପାଇଁ ଯୋଜନା କରିବେ ଓ ସେଥିରେ ସଫଳହେବାର ସମସ୍ତଦିଗକୁୁ ଅନୁଧ୍ୟାନ କରିବେ ।ବାଣିଜ୍ୟ,ବ୍ୟବସାୟ ଓ ପରିବହନ ରେ ଆୟ ମଧ୍ୟମହେବ ।ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି ।କର୍ମରେ ଆଗ୍ରହ ଓ ଆନ୍ତରିକତା ବୃଦ୍ଧିପାଇବ।

କର୍କଟ👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ।କର୍ମରେ ଅସ୍ଥିରତା ଓ ବାଧାବିଘ୍ନ ଏବଂ ଉପରିସ୍ଥକର୍ମଚାରୀଙ୍କ ରୋଷର ଶିକାରହେବେ । ବାପାମାଙ୍କ ସ୍ୱାସ୍ଥ୍ୟକୁନେଇ ଚିନ୍ତାଗ୍ରସ୍ତ ହେବେ ଓ ସ୍ୱଜନ ପ୍ରିୟଜନଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ପାଇପାରନ୍ତି ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅନାଗ୍ରହୀ ହେବେ ।ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହୋଇପାରେ ।
ସିଂହ👉 ଆଜି କଷ୍ଟ ହେଲେ ମଧ୍ୟ ବାଣିଜ୍ୟ, ବ୍ୟବସାୟ ରେ ଆୟ ମଧ୍ୟମ ହେବ । କର୍ମରେ ଅନାଗ୍ରହ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ ।ପରିସ୍ଥିତି ଖରାପ ନଥିଲେ ମଧ୍ୟ ମନ ଅଶାନ୍ତରହିବ ।ବିନା କାରଣରେ ଆଜି ବହୁତବ୍ୟସ୍ତ ରହିବେ ଓ ପରିବାରର କୌଣସିସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇ ପାରେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।
କନ୍ୟା👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ।କର୍ମରେ ଉନ୍ନତି ଓ ସଫଳତା ପାଇବେ ।ମହିଳାସହକର୍ମୀ ସହୋଗ କରିବେ । ପରିବାରର ସମସ୍ତ ସଦସ୍ୟ ଓ ସହଧର୍ମିଣୀଙ୍କ ସାହ୍ୟା ଏବଂ ସହାନୁଭୂତି ପାଇବେ ।ଘରକରଣା, ଇଲେକ୍ଟ୍ରିକ ସରଞ୍ଜାମ ଓ ବସନଭୂଷଣ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ ଅସ୍ଥିରମନା ହେବେ ।ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ ।
ତୁଳା👉କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ ଓ ସହକର୍ମୀଙ୍କ ସହୋଗରେ ସମସ୍ତ କର୍ମରେ ସଫଳତା ଏବଂ ପ୍ରଶଂସା ପାଇବେ । ବାଣିଜ୍ୟ, ବ୍ୟବସାୟ ଠିକ୍‌ରେ ଚାଲିବ ଓ ଆୟ ହେବ । ପୁରାତନ ରୋଗରୁ ଆରୋଗ୍ୟଲାଭ କରିବେ, ଶତ୍ରୁମାନେ ମିତ୍ର ହେବେ ଓ ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ପ୍ରଶଂସିତ ହେବେ । ମହିଳାମାନେ ଧାର୍ମିକ ର୍କ୍ୟାରେ ଆଗ୍ରହୀ ହେବେ ।
ବିଛା👉ମାନସମ୍ମାନ ହାନି ଓ ଇତର ଜନଠାରୁ ଅପମାନ ପାଇପାରନ୍ତି । ମାନସିକ, ପାରିବାରିକ ଅଶାନ୍ତି ଓ କର୍ମସ୍ଥାନରେ ଅପଯଶ ଏବଂ ଅପମାନିତ ହୋଇପାରନ୍ତି । ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ତାଙ୍କ କର୍ମକୁ ନେଇ ଚିନ୍ତାଗ୍ରସ୍ତ ହେବେ । ବାପାମା’ଙ୍କ ସହ ମତଭେଦ କିମ୍ବା ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।
ଧନୁ👉 ଆଜି ବାଦବିବାଦ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । କର୍ମସ୍ଥାନରେ ବାଧାବିଘ୍ନ ଓ ବିବାଦ ସୃଷ୍ଟି ହେବ । ଯାନବାହନରେ କ୍ଷତି ଓ ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିପାରେ । ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା କିମ୍ବା ମାଲିମକଦ୍ଦମା ରେ ପଡ଼ିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ଉଦର ଯନ୍ତ୍ରଣା ପାଇବେ ।
ମକର 👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଭଲ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି । ପରିବାରର ସମସ୍ତ ସଦସ୍ୟ, ସହକର୍ମୀ ଓ ଭ୍ରାତୃଭଗ୍ନିଙ୍କର ସାହ୍ୟା ଏବଂ ସହଯୋଗ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ ।
କୁମ୍ଭ👉 ଆର୍ଥିକ କ୍ଷତି ଓ ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି । କର୍ମ ପ୍ରତି ଅନାଗ୍ରହ ହେତୁ ସମସ୍ତ କର୍ମରେ ବାଧାବିଘ୍ନ ଓ କର୍ମରେ ଅସଫଳ ରହିବେ । ମୂଲ୍ୟବାନ ପଦାର୍ଥ ନଷ୍ଟ ଓ ଚୋରି ଯିବ । ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମା ହୋଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ବଦଖର୍ଚ୍ଚି ହେବେ ।
ମୀନ👉 ଆଜି ଆପଣଙ୍କୁ ସୁ ଖାଦ୍ୟ ,ସୁବସନ ପ୍ରାପ୍ତି ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ବାଣିଜ୍ୟ, ବ୍ୟବସାୟ ରେ ଉତ୍ତମ ଆୟ ଏବଂ କର୍ମରେ ଉନ୍ନତି ଓ କର୍ମସ୍ଥାନରେ ପ୍ରଶଂସିତ ହେବେ । ଲକ୍ଷ୍ମୀଙ୍କର କୃପା ରହିବ ।ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ !!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.