ଆପିଏଲ୍‌୨୦୨୪ ଖେଳସୂଚୀ ଘୋଷଣା

0 148

ଭୁବନେଶ୍ୱର,୨୨।୨(ଏସଏସନିଉଜ)ଆଗାମୀ IPL 2024 ସିଜିନକୁ ନେଇ କ୍ରୀଡ଼ାପ୍ରେମୀଙ୍କ ଉତ୍ସାହ ବଢ଼ିବାରେ ଲାଗିଛି ।ଚଳିତବର୍ଷ ନିର୍ବାଚନ ଥିବାରୁ ଦୁଇଟିପର୍ଯ୍ୟାୟରେ ଆପିଏଲ୍‌ ଖେଳସୂଚୀ ଘୋଷଣା କରାଯିବ ।ମାର୍ଚ୍ଚ ଏପ୍ରିଲ ମଧ୍ୟରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ । ଏହାରି ମଧ୍ୟରେ IPL 2024 ପ୍ରଥମ ପର୍ଯ୍ୟାୟ ଖେଳସୂଚୀ ଘୋଷଣା ହୋଇଛି ।
ମାର୍ଚ୍ଚ ୨୨ ତାରିଖରୁ ଆଇପିଏଲ ୨୦୨୪ ଆରମ୍ଭ ହେବ ।IPL2024ର ପ୍ରଥମମ୍ୟାଚ୍‌ ଚେନ୍ନାଇରେ ଖେଳାଯିବାକୁ ଥିବାବେଳେ ଏଥିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କଙ୍ଗ୍‌ସ ମଧ୍ୟରେ ଖେଳାଯିବ ।ନିର୍ବାଚନତାରିଖ ଘୋଷଣାପରେ ଦ୍ବିତୀୟପର୍ଯ୍ୟାୟ IPL 2024 ଖେଳସୂଚୀ ଘୋଷଣା କରାଯିବ । ପ୍ରଥମ ପର୍ଯ୍ୟାୟରେ କେବଳ ୨୧ମ୍ୟାଚ୍‌ ପାଇଁ ଖେଳସୂଚୀ ପ୍ରକାଶପାଇଛି । ବର୍ତ୍ତମାନ ସୁଦ୍ଧା କେବଳ ଏପ୍ରିଲ ୭ ତାରିଖଯାଏଁ ସେଡ୍ୟୁଲ ଘୋଷଣା କରାଯାଇଛି ।ଏପ୍ରିଲ ୭ ତାରିଖରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ।ଘୋଷଣା ହୋଇଥିବା ଖେଳସୂଚୀରେ ୪ଟି ଡବଲ ହେଡର ମ୍ୟାଚ୍‌ ରହିଛି ।ଅପରାହ୍ନରେ ଆରମ୍ଭ ହେବାକୁ ଥିବା ମ୍ୟାଚ ୩ଟାରେ ଆରମ୍ଭ ହେବ ।ସେହିଭଳି ସନ୍ଧ୍ୟାରେ ଆରମ୍ଭ ହେବାକୁଥିବା ମ୍ୟାଚ୍‌ ସନ୍ଧ୍ୟା ୮ଟାରେ ଆରମ୍ଭହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.