ଆଜିର ରାଶିଫଳ

0 129

୨୦୨୪ମସିହା ଫେବୃଆରୀମାସ ୨୩ତାରିଖ ଶୁକ୍ରବାର।ନୀଳଚକ୍ରର ପ୍ରତିଷ୍ଠାତା ସ୍ବର୍ଗତ ବ୍ରହ୍ମାନନ୍ଦ ପଣ୍ଡାଙ୍କ ପୁଣ୍ୟତିଥି, ଅଗ୍ନୁତ୍ସବ, ପୂର୍ଣ୍ଣିମାର ଚନ୍ଦ୍ରୋପ ବାସ, ଯୋରନ୍ଦାମେଳା, ମାଘମେଳା।ସୁର୍ଯ୍ୟୋଦୟ- ଘ୬/ ୧୪/୫୪,ସୂର୍ଯ୍ୟାସ୍ତ- ଘ୫/୪୫/୩୪,ମାଘମାସ,
ଶୁକ୍ଳପକ୍ଷ,ଭୃଗୁବାସ,ତିଥି- ଚତୁର୍ଦ୍ଦଶୀ ଦିବା ଘ୩/୪୩ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ।ଯୋଗିନୀସ୍ଥିତି ଓ ଦୂର ଯାତ୍ରା- ଯୋଗିନୀ ପଶ୍ଚିମଦିଗରେ,ଦିବା ଘ୩/୪୩ମି ପରେ ବାୟବ୍ୟ କୋଣରେ।ରିକ୍ତାତିଥି, ବିଷ୍ଟିକ ରଣ,ମଙ୍ଗଳସପ୍ତପରେ ରବିସପ୍ତ ଓ ଶନିସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ରାତ୍ରି ଘ୮/୧୫ମିପରେ କର୍କଟ ଓ ମକରରାଶିର ଘାତଚନ୍ଦ୍ର।ଘାତବାର–ବିଛା,ଧନୁ ଓ ମୀନରାଶିର ଘାତବାର।ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବିରି ଦିବା ଘ୩/୪୩ମିପରେ ଆମିଷ ଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳଵେଳା ଦିବା ଘ୮/୫୦ମି ରୁ ଘ୧୧/୫୯ମି ପର୍ଯ୍ୟନ୍ତ।
କାଳରାତ୍ରି ରାତ୍ରି ଘ୮/୫୩ମି ରୁ ଘ୧୦/୨୬ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବା ଘ୭/୪୮ମି ମଧ୍ୟେ, ଘ୮/୩୬ମି ରୁ ଘ୧୧/୦ମି ମଧ୍ୟେ, ଘ୧/୨୪ମି ରୁ ଘ୩/୦ମି ମଧ୍ୟେ,ଘ୪/୩୫ମି ରୁ ସୂର୍ଯ୍ୟାସ୍ତ ଘ୫/୪୬ମି ମଧ୍ୟେ, ରାତ୍ରି ଘ୭/୨୩ମି ରୁ ଘ୮/୫୯ମି ମଧ୍ୟେ,ଘ୩/୨୩ମି ରୁ ଘ୪/୧୧ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ରାତ୍ରିଘ୧୦/୩୫ମି ରୁ ଘ୧୧ /୨୩ମି ମଧ୍ୟେ,ଘ୪/୧୧ମି ରୁ ନିଶାନ୍ତ ଘ୫/ ୪୭ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ପୁଷ୍କର ଦୋଷ ନାହିଁ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ସମ୍ବତ୍ସର ଏବଂ ରାତ୍ରି ଘ୮/୧୫ମି ପରେ ପାଞ୍ଚମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା। ରାତ୍ରି ଘ୮/୧୫ମି ପରେ ଶୋକାତୁରା।କରଜଶ୍ଚକ୍ରେ ବନ୍ଧ୍ୟା।ଘୃତପୂର୍ଣ୍ଣ କାଂସ୍ୟପାତ୍ର, ଶୁକ୍ଳବସ୍ତ୍ର,ତିଳତଣ୍ଡୁଳ,ଗୁଡ଼ଦାନ କରଣୀୟ।ଦିବା ଘ୩/୪୩ମି ପର୍ଯ୍ୟନ୍ତ ତିଥିଦୋଷ ହେତୁ (ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ)ଶୁଭକର୍ମ-ନାହିଁ ।
🐏ମେଷ👉 ଠାକୁରଙ୍କ ଦର୍ଶନ ଲାଭକରି ଖୁସି ହୋଇପାରନ୍ତି।ଆଶାବାଦୀ ହେବେ।ପରମ ଭାଗ୍ୟ ଶାଳୀ ହେବେ।ଶୋଭନବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଉଦାର ବିଦ୍ୟାପ୍ରେମୀ ହେବେ।ମିତ୍ର ସୁଖ ମିଳିବ।
🐮ବୃଷ👉ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଐଶ୍ବର୍ଯ୍ୟଯୁକ୍ତ ହେବେ। ରଣାଙ୍ଗନ ବୀରତ୍ବ ପ୍ରଦର୍ଶନ କରି ପ୍ରଶଂସାର ପାତ୍ର ହେବେ। ମୋକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯିବ। ଧନଲାଭ ହେବ।
👩‍❤️‍👨ମିଥୁନ👉 ଦ୍ରବ୍ୟ ଲାଭର ସୂଚନା ମିଳୁଛି। ପଥରୋଧ ହୋଇପାରେ। ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫ ଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି। କଥାବାର୍ତ୍ତାର ମାଧୁର୍ଯ୍ୟରେ ଅନ୍ୟମାନେ ମୋହିତ ହୋଇପାରନ୍ତି। ଜ୍ଞାନ-ଗରିମା, ସାହସୀ ଓ ଗୁଣଜ୍ଞ ହେବେ।
🦀କର୍କଟ👉 କାର୍ଯ୍ୟଭାର ଲାଘବ ହେବ। ରୋଜଗାର ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଗୃହ ଓ ଯାନବାହନ ସୁଖ ମିଳିବ।
🦁ସିଂହ👉ପରିବେଶ ଆପଣଙ୍କ ପାଇଁ ଲାଭଦାୟକ ହେବ।ସୁଖସମ୍ମାନ ଲାଭ କରିପାରନ୍ତି।କୁଳଦୀପକ ହେବେ।ମନ ପ୍ରସନ୍ନରହିବ।ସୁସ୍ଥ ରହିବେ।ଦୟାଳୁ ସ୍ବଭାବର ହୋଇପାରନ୍ତି।ବ୍ୟବସାୟ ଲାଭଜନକ ହେବ।ଯଶସ୍ବୀ ହେବେ।ସରକାରଙ୍କ କୃପାପାତ୍ର ହେବେ।
🙎‍♀️କନ୍ୟା👉 ଉଚ୍ଚକର୍ତ୍ତୃପକ୍ଷଙ୍କ ଦ୍ବାରସ୍ଥ ହୋଇପାରନ୍ତି। ପରୋପକାର କରି ଆତ୍ମ ସନ୍ତୋଷଲାଭ କରିବେ। ଭାଗ୍ୟଶାଳୀ ହେବେ। ଭୋଗ ବିଳାସ କରିପାରନ୍ତି। ସୁଖସମୃଦ୍ଧି ପୂର୍ଣ୍ଣ ଜୀବନଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ବାନ୍‌ ଓ ସାହସୀ ହେବେ।
⚖️ତୁଳା👉 ଦାୟିତ୍ବରେ ପରିବର୍ତ୍ତନ ଘଟିବ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଈର୍ଷାଳୁ ସ୍ବଭାବର ହୋଇପାରନ୍ତି।ସ୍ବାଭିମାନୀହେବେ। ଭାଗୁଆଳିବ୍ୟବସାୟ ଲାଭଜନକହେବ।ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ।
🦂ବିଛା👉ଅର୍ଜନ କରିଥିବା ପୂର୍ବର ଅଭିଜ୍ଞତା କାର୍ଯ୍ୟରେ ଲଗାଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶରେ କାର୍ଯ୍ୟ କଲେ ସଫଳତା ଅବଶ୍ୟ ମିଳିବ।
🏹ଧନୁ👉ବିଭିନ୍ନ କାରଣରୁ ବ୍ୟଥିତ ହୋଇପାରନ୍ତି। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
🐊ମକର👉ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପାଇଁ ଆଗ୍ରହୀ ହେବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ପତ୍ନୀଙ୍କ ସହାୟତା ମିଳିବ।
🏺କୁମ୍ଭ👉 ବିପଦକୁ ଏଡ଼ାଇ ଆଗକୁ ବଢ଼ିପାରନ୍ତି। ଉଦାର ସ୍ବଭାବରହେବେ।ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି।ବ୍ୟକ୍ତିବିଶେଷଭାବେ ପ୍ରତିଷ୍ଠା ଅର୍ଜନ କରିପାରନ୍ତି।ସ୍ବାସ୍ଥ୍ୟ ଭଲରହିବ।କୃଷିକର୍ମ ଉପରେ ଆଲୋକପାତ କରିପାରନ୍ତି।
🐟ମୀନ👉ଅଘଟଣ ଘଟିବ।ପୂର୍ବରୁ ସତର୍କ ହେବେ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ। ମଧୁରଭାଷୀ ହୋଇ ପାରନ୍ତି। ଥଣ୍ଡାକଫରେ ଆକ୍ରାନ୍ତ ହେବେ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃ ସ୍ନେହ ରହିବ!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.