ଆଜିର ରାଶିଫଳ

0 112

ଫେବୃଆରୀମାସ ୨୫ତାରିଖ ୨୦୨୪ମସିହା (ରବି ବାର)ଫାଲଗୁନମାସ- କୃଷ୍ଣପକ୍ଷ,ତିଥି-ପ୍ରତିପଦ ରାତ୍ରି ଘ ୦୮/୫୪ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟ।ସୁର୍ୟୋଦୟ-ପ୍ରାତଃଘ୦୬/୧୪/୦୦,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୪୭ /୫୦,ଯୋଗିନୀ ପୂର୍ବେ ରାତ୍ରିଘ୦୮/୫୩ ଗତେ ଉତ୍ତରେ,
ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ମେଷରାଶିର ଘାତ ବାର,କାଳବେଳା ଓ ବାରବେଳା – ଦିବା ଘ୧୦/୨୮ ଗତେ ଘ୦୧/୨୨ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ ୦୭/୦୦ ଗତେ ଘ୧୦/୧୩ ମଧ୍ୟେ ଓ ରାତ୍ରି ଘ୦୭/ ୨୨ ଗତେ ଘ୦୯/୦୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ ୦୭/୦୦ ମଧ୍ୟେ ଓ ଘ୦୧/୨୪ ଗତେ ଘ୦୨/୧୩ ମଧ୍ୟେ,ପାଣିକଖାରୁ ଭକ୍ଷଣ ନିଷେଧ।
ମେଷ👉: ଆଜିଦିନଟି ଶୁଭଫଳଦାୟୀ ଅଟେ। ଶାରୀ ରିକ,ମାନସିକସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହି ବେ।ନୂଆକାର୍ଯ୍ୟର ଶୁଭାରମ୍ଭ କରିବାପାଇଁ ସମୟ ଅନୁକୂଳ ଅଟେ।ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ।ଧାର୍ମିକକାର୍ଯ୍ୟ ଗୁଡ଼ିକରେ ଖର୍ଚ୍ଚ ହୋଇପାରେ।
ବୃଷ👉 : କମ ସମୟରେ ଅଧିକଲାଭ ପାଇବା ବିଚାରରେ ଆପଣ ଫସି ନଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟକଚେରୀ ବିଷୟରେ ନପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖଶାନ୍ତି ରହିବ।ନୂଆକାର୍ଯ୍ୟର ପ୍ରାରମ୍ଭ ଆଜି କରିପାରିବେ।ଆକସ୍ମିକ ଧନଲାଭ ହେବ।
ମିଥୁନ👉 : ସନ୍ତାନସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ।ପୁରୁଣା ତଥା ପିଲାଦିନର ମିତ୍ର ମାନଙ୍କର ଭେଟରେ ମନ ପ୍ରସନ୍ନହେବ।ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି।ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭହେବ।ମଧ୍ୟାହ୍ନପରେ ସମ୍ଭାଳି କରି ଚାଲିବାକୁ ଉପଦେଶ।
କର୍କଟ👉 :ଆଜିର ବ୍ୟବସାୟ କ୍ଷେତ୍ରରେ ଅଧିକାରୀ ଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିରମାର୍ଗ ଖୋଲିବ।ବ୍ୟାପାରରେ ଆୟବଢ଼ିବାର ସମ୍ଭାବନା ଅଛି।ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ।ମଧ୍ୟାହ୍ନପରେ ମିତ୍ରମାନଙ୍କଠାରୁ ହେବ।କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।
ସିଂହ👉 :ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବେ।ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି।ମଧ୍ୟାହ୍ନପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକଦୃଷ୍ଟିରୁ ଲାଭ ହେବ।
କନ୍ୟା👉 :ଆଜି କ୍ରୋଧ ଏବଂ ବାଣୀଉପରେ ନିୟନ୍ତ୍ରଣ ରଖନ୍ତୁ।ସ୍ଵାସ୍ଥ୍ୟର ଧ୍ୟାନରଖିବେ।ସରକାରବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେରୁହନ୍ତୁ।ପରିଜନମାନଙ୍କ ସହିତ କଳହରପ୍ରସଂଗ ବନିପାରେ।ଈଷ୍ଟଦେବତାଙ୍କର ଶରଣରେ ସମସ୍ୟାଗୁଡ଼ିକର ନିବାରଣ ହେବ।
ତୁଳା👉:ସକାଳେ ହିଁ ମିତ୍ରମାନଙ୍କସହିତ ବୁଲିବାକୁ, ଖାଇବାପିଇବା ଏବଂ ମନୋରଞ୍ଜନରେ ଦିନବିତିବ। ଭାଗିଦାରୀସହିତ ସମ୍ବନ୍ଧ ଭଲରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ।ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।ଆକସ୍ମିକ ଖର୍ଚ୍ଚ ହୋଇପାରେ।
ବିଛା👉:ଆଜି ଆତ୍ମବିଶ୍ଵାସସହିତ ପ୍ରତ୍ୟେକକାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତକରିବେ।ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତିରହିବ।ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ।ସ୍ଵଭାବରେ ଉଗ୍ରତାରହିବ ସେଥିପାଇଁ ବାଣୀଉପରେ ନିୟନ୍ତ୍ରଣରଖିବେ।ମିତ୍ର ଏବଂ ସ୍ନେହୀ ଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନରଯୋଗ ଅଛି।
ଧନୁ👉: ମାନସିକରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକରହିବ।ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟରସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ।ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟ ରେ ସଫଳତାପ୍ରାପ୍ତ ହେବ।
ମକର👉:ପାରିବାରିକ ଜୀବନରେ ଶାନ୍ତି ବନାଇ ରଖିବା ପାଇଁ ନିରର୍ଥକ ବାଦବିବାଦ କରନ୍ତୁନାହିଁ। ଧନ ଏବଂ ପ୍ରତିଷ୍ଠାରେହାନି ନହେଉ,ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ।ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ
କୁମ୍ଭ👉: ଆଜି ଆବଶ୍ୟକ ନିର୍ଣ୍ଣୟ ନେବାପାଇଁ ବୈଚାରିକ ଦୃଢତାକୁ ସର୍ବପ୍ରଥମ ସ୍ଥାନ ଦେବାକୁ ହେବ।ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀରହିବ।ଛୋଟ ଯାତ୍ରାର ଆୟୋଜନ ହୋଇପାରେ।ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।
ମୀନ👉: ଆଜି କ୍ରୋଧ ଏବଂ ବାଣୀଉପରେ ନିୟନ୍ତ୍ରଣ ରଖନ୍ତୁ।ନକାରାତ୍ମକବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବାପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ମଧ୍ୟାହ୍ନପରେ ଆପଣ ବୈଚାରିକସ୍ଥିରତା ସହିତ ନିଜ ହାତକୁଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ।

ଆସନ୍ତୁ ଜାଣିବା କେଉଁସପ୍ନ ଦେଖିଲେ କଣ ହୁଏ?
ସ୍ୱପ୍ନର ମହତ୍ତ୍ୱ ଖୁବ ଅଧିକ।କୁହାଯାଏ ଆମେ ସ୍ୱପ୍ନରେ ଦେଖୁଥିବା ଅନେକଜିନିଷର ଆମ ଜୀବନସହ ମଧ୍ୟ ସମ୍ବନ୍ଧରହିଛି।ସ୍ୱପ୍ନର ଅର୍ଥ ଜାଣିବାପାଇଁ ସ୍ୱପ୍ନଶାସ୍ତ୍ର ସହାୟକ ହୋଇଥାଏ।ଭିନ୍ନଭିନ୍ନ ସ୍ୱପ୍ନର ଅର୍ଥ ଏଥିରେ ବର୍ଣ୍ଣନା କରାଯାଇଛି।ଏଭଳି କିଛିସ୍ୱପ୍ନ ରହିଛି ଯାହାର ଆମଭାଗ୍ୟ ସହ ସମ୍ବନ୍ଧ ରହିଛି।ଯାହା ଭାଗ୍ୟ ବଦଳାଇଦେଇଥାଏ ବୋଲି ମଧ୍ୟ କୁହାଯାଏ ।
ଜାଣନ୍ତୁ…..
ନିଜକୁ ଆକାଶରେଉଡୁଥିବା ଦେଖିବା –
ସ୍ୱପ୍ନରେ ନିଜକୁ ଆକାଶରେଉଡୁଥିବା ଦେଖିବାକୁ ଖୁବ ଶୁଭବୋଲି କୁହାଯାଏ।କୁହାଯାଏ ଏଭଳିସ୍ୱପ୍ନ ଦେଖିଲେ ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ। ଯେଭଳି ଆକାଶରେ ଉଚ୍ଚରେଉଡ଼ିବା ସେଭଳି ଜୀବନରେ ମଧ୍ୟ ଉନ୍ନତିକରିବାର ଏହାର ସୂଚନା ଦେଇଥାଏ।ଏହାଛଡ଼ା ଏହିସ୍ୱପ୍ନ ଦେଖିବାପରେ ଆପଣ ସୂର୍ଯ୍ୟଦେବତାଙ୍କୁ ଜଳଅର୍ପଣ କରନ୍ତୁ।
ମୟୁରକୁ ନାଚୁଥିବାର ଦେଖିଲେ- ଯଦି ଆପଣ ସ୍ୱପ୍ନରେ ମୟୁରକୁ ନାଚୁଥିବାରଦେଖୁଛନ୍ତି ତେବେ ଏହାକୁ ଖୁବଶୁଭ ବୋଲି କୁହାଯାଏ।ଏହା ଜୀବନରେ ହସଖୁସି ସୁଖସମୃଦ୍ଧି ଆଣିଥାଏ।ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।ଏହିସ୍ୱପ୍ନ ଦେଖିଲେ ଅନ୍ୟ କାହାରିକୁ ଜଣାଇବା ଉଚିତନୁହେଁ।
ଗଛରେ ପାଣିଦେବା – ସ୍ୱପ୍ନଶାସ୍ତ୍ର ଅନୁଯାୟୀ ଯଦି ଆପଣ ସ୍ୱପ୍ନରେ ଗଛକୁ ପାଣିଦେଉଥିବାର ଦେଖିବେ ତେବେ ଏହା ଭାଗ୍ୟରେ ଭଲପରିବର୍ତ୍ତନ ଆଣେ। ସଫଳତା ମିଳିଥାଏ।ଗଛକୁ ପାଣିଦେଉଥିବା ଦେଖିବା ସହ ଗଛ ସବୁଜଶ୍ୟାମଳା ହୋଇଥିବାର ଦେଖିଲେ ମଧ୍ୟ ଖୁବ ଶୁଭଫଳମିଳେ।ଏହି ସ୍ୱପ୍ନ ଦେଖିବାପରେ ଘରର ଗୁରୁଜନଙ୍କୁ ନିଶ୍ଚୟ ଜଣାନ୍ତୁ।
ବଡ଼ଗଛ ତଳେ ବସିବା – ନିଜକୁ ବଡ଼ଗଛ ତଳେ ବସିଥିବାର ଦେଖିଲେ ଏହା ଜୀବନରେ ଉନ୍ନତି ଆଣେ ବୋଲି କୁହାଯାଏ।!!ଜୟଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

Leave A Reply

Your email address will not be published.