ଖୁସି ଖବର ଦେଲେ ଉତ୍ତରବିଧାୟକ

କଳାରାହାଙ୍ଗରେ ହେବ ରେଲୱେ ଓଭରବ୍ରିଜ

0 104

ଭୁବନେଶ୍ୱର,୨୫।୨(ଏସଏସନିଉଜ) ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ପାଇଁ ଖୁସି ଖବର। କଳାରାହାଙ୍ଗ ଲେବଲକ୍ରସିଂଠାରେ ଏକ ରେଲୱେ ଓଭରବ୍ରିଜ ନିର୍ମାଣ ହେବାକୁ ଯାଉଛି।ଏଥିନିମନ୍ତେ ଅଞ୍ଚଳ ବାସୀଙ୍କ ତରଫରୁ ବହୁଦିନରୁ ଦାବୀ ରହି ଆସୁ ଥିଲା।ପଦାସହି ଓ କଳାରାହଙ୍ଗ ଲେବଲ କ୍ରସିଂ ଠାରେ ଯାତାୟତ ନିମନ୍ତେ ସାଧାରଣ ଲୋକମାନେ ନାହିଁନଥିବା ହଇରାଣ ହରକତ ହେଉଥିଲେ।ଲେବଲ କ୍ରସିଂ ଅତିକ୍ରାନ୍ତ କରିବାକୁ ବହୁ ସମୟ ମଧ୍ୟ ଲାଗୁଥିଲା।ଏକ ବ୍ୟସ୍ତ ବହୁଳ ଅଞ୍ଚଳଭାବେ ଏହି ଲେବଲକ୍ରସିଂଠାରେ ନିୟମିତ ବ୍ୟବଧାନରେ ବିଭିନ୍ନ ଦୁର୍ଘଟଣା ମଧ୍ୟ ଘଟୁଥିଲା।ବିକଳ୍ପ ରାସ୍ତା ନଥିବାରୁ ଲୋକମାନେ ବିଲମ୍ଭ ହେଲେ ମଧ୍ୟ ଅପେକ୍ଷା କରିବାକୁ ପଡୁଥିଲା।ଏବେ ଏହାର ସମାଧାନର ବାଟ ବାହାରିଛି।ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଅଞ୍ଚଳ ବାସୀଙ୍କ ଖୁସି ଖବର ଦେଇଛନ୍ତି।ଖୁବ ଶୀଘ୍ର କଳାରାହାଙ୍ଗ ଲେବଲ କ୍ରସିଂଠାରେ ଏକ ରେଲୱେ ଓଭରବ୍ରିଜ ନିର୍ମାଣ ହେବାକୁ ଯାଉଛି।ସୂଚନାଯୋଗ୍ୟଯେ,୨୦୨୧ ଜାନୁଆରୀ ମସିହାରେ ଦିଲ୍ଲୀଯାଇ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତକରିବା ସହିତ ଏହି ସମସ୍ୟା ସମ୍ବଦ୍ଧରେ ଅବଗତକରାଇ ତାଙ୍କୁ ଏକ ଅନୁରୋଧପତ୍ର ପ୍ରଦାନ କରିଥିଲେ ।ଏହି ସମସ୍ୟାକୁ ସମାଧାନ କରାଇବା ପାଇଁ ରେଳମନ୍ତ୍ରୀ ମଧ୍ୟ ଆଶ୍ୱାସନା ଦେଇଥିଲେ।ବହୁଦିନର ଅବିରତ ଉଦ୍ୟମ ବାସ୍ତବିକ ତାର ରୂପ ନେବାକୁ ଯାଉଛି। ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ରେଲୱେ ଓଭରବ୍ରିଜ ନିର୍ମାଣକାର୍ଯ୍ୟ ପାଇଁ ସୋମବାରଦିନ କଳାରାହଙ୍ଗଠାରେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାହେବାକୁ ଯାଉଛି।ଏହି ଖୁସି ଖବର ଜଣାପଡିବା ପରେ ଓ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଇବା ନିମନ୍ତେ ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କ ଉଦ୍ୟମକୁ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି।

Leave A Reply

Your email address will not be published.