ଆଜିର ରାଶିଫଳ

ଗଙ୍ଗାରେ ବିସର୍ଜିତଅସ୍ଥି ଯାଏ କୁଆେଡ ?

0 125

ଫେବୃଆରୀମାସ ୨୬ତାରିଖ ୨୦୨୪ମସିହା (ସୋମବାର)ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ଦ୍ଵିତୀୟା ରାତ୍ରି ଘ୧୧/୩୪ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା, ସୁର୍ୟୋଦୟ-ପ୍ରାତଃ ଘ୦୬/ ୧୩/୩୦,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ ୦୫/ ୪୮/୨୦,ଯୋଗିନୀ ଉତ୍ତରେ ରାତ୍ରି ଘ୧୧/୩୪ ଗତେ ଅଗ୍ନିକୋଣେ,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, କନ୍ୟାରାଶିର ଘାତଚନ୍ଦ୍ର, ମିଥୁନ ରାଶିର ଘାତବାର, କାଳବେଳା -ଦିବା ଘ୦୭/୩୭ ଗତେ ଘ୦୯/୦୮ ମଧ୍ୟେ, ବାରବେଳା – ଦିବା ଘ୦୨/ ୩୬ ଗତେ ଘ୦୪/୨୩ ମଧ୍ୟେ,ବିଶୁଦ୍ଧ ଅମୃତ ବେଳ। -ଦିବା ଘ ୦୭/ ୩୭ ମଧ୍ୟେ ଓ ଘ୧୧/ ୦୦ ଗତେ ଘ୦୧/୨୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୪/ ୨୪ ଗତେ ଘ୦୫/ ୨୪ମଧ୍ୟେ,ବାଇଗଣଭକ୍ଷଣ ନିଷେଧ।
ମେଷ👉:ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି।ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ।ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ।ଭ୍ରମଣ ସମୟରେ ନିଜରମୁଲ୍ୟବାନ ଜିନିଷଗୁଡିକ ଜତ୍ନରେ ରଖିବା ଉଚିତ ହେବ ।
ବୃଷ👉:ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନକରି ଶାନ୍ତିର ନିଶ୍ୱାସ ନେବେ।ଆପଣ ଘରେ ରହିକରି ଘରଲୋକଙ୍କ ସହିତ କଥାବାର୍ତ୍ତାକରନ୍ତୁ ଏବଂ ଖୁବ ମଜାକରନ୍ତୁ ।ଏହି ଛୋଟ ଦୁଇଟିକଥା ଆପଣଙ୍କସମ୍ପର୍କକୁ ଆହୁରୀ ଦୃଢକରିବ ।
ମିଥୁନ👉:ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନକରିବାକୁ ଇଛାକରିବେ,କିନ୍ତୁ କାର୍ଯ୍ୟଭାର ଆପଣଙ୍କରରାସ୍ତାରେ ବାଧା ହୋଇପାରେ।ଆପଣ ଏ ଦୁଇଟିମଧ୍ୟରେ ସନ୍ତୁଳନରକ୍ଷା କରିବାକୁ ଆଜି ସଫଳ ହେବେ।
କର୍କଟ👉:ଆଜି ଆପଣ କୌଣସି ଉତ୍ସବପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ।ବନ୍ଧୁ ଏବଂ ସମ୍ପର୍କୀୟମାନେ ମିଶି ବହୁତ ମଜାକରିବେ ,ଯାହାଆପଣଙ୍କ ସ୍ମୃତିରେ ସବୁ ଦିନ ପାଇଁ ଅଭୂଲାହୋଇଯିବ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।
ସିଂହ👉:ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବନାହିଁ । ଏଥି ପାଇଁ ଆପଣ ନିରାଶହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥାବିବାଦ ହେବାକାରଣରୁ ମନଭଲରହିବ ନାହିଁ।
କନ୍ୟା👉:ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକରୀତିନୀତି ଆଜି ଆପଣଙ୍କପାଇଁ ବହୁତ ଆନନ୍ଦ ନେଇକି ଆସିବ।ଆପଣଙ୍କ ଜୀବନରେ ବର୍ତ୍ତମାନସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।
ତୁଳା👉:ଆଜି ଆପଣଙ୍କୁ ନିଜରଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେକି ଆପଣଙ୍କର ଜୀବନହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାରଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି ।ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।
ବିଛା👉:ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁନାହିଁ ।ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି।ବ୍ୟସ୍ତ ହୁଅନ୍ତୁନାହିଁ ପରିସ୍ଥିତି ଏଭଳିହେବ ଆପଣ ଆପେଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।
ଧନୁ👉:ଆଜି ଆପଣଙ୍କଘରେ କୌଣସିବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥିପାଇଁ ଆପଣ ନିଜକଥା ଓ କ୍ରୋଧକୁ ନିୟନ୍ତ୍ରଣରେରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।
ମକର👉:ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ।ଆପଣଙ୍କର ଏହି ଆସାଧାରଣ ଦକ୍ଷତାଯୋଗୁଁ ବାଧାବିଘ୍ନସବୁ ଆପେ ଦୂରେଇଯିବ ।
କୁମ୍ଭ👉:ସାମାନ୍ୟ ବିବ୍ରତ ରହିବେ ।ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ ।ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।
ମୀନ👉:ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି ।ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ ।ଆଜି ଆପଣ ଯେତେବ୍ୟସ୍ତ ରହିଲେ ମଧ୍ୟ ସାମାଜିକଉତ୍ସବରେ ନିଶ୍ଚୟ ଭାଗନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ !!ଜୟଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

ଗଙ୍ଗାରେ ବିସର୍ଜିତ ଅସ୍ଥି ଯାଏ କୁଆେଡ ?
ପତିତପାବନୀଗଙ୍ଗା ଦେବନଦୀ ।କାରଣ ଶାସ୍ତ୍ରାନୁସାରେ ଗଙ୍ଗା ସ୍ୱର୍ଗରୁ ଧରିତ୍ରୀକୁ ପ୍ରବାହିତ ହୋଇଛନ୍ତି ।ଗଙ୍ଗା ଶ୍ରୀହରିବିଷ୍ଣୁଙ୍କ ଚରଣରୁ ନିଃସୃତ ହୋଇ ଭଗବାନଶିବଙ୍କର ଜଟାରେ ପ୍ରବେଶ କରିଛନ୍ତି, ଏହା ଶାସ୍ତ୍ରବ୍ୟକ୍ତ କରିଛନ୍ତି ।
ଶ୍ରୀହରି ଓ ଭଗବାନଶିବଙ୍କ ମଧ୍ୟରେ ଘନିଷ୍ଠ ସମ୍ବନ୍ଧ ସହିତ ଗଙ୍ଗାକୁ ପତିତପାବନୀଆଖ୍ୟା ଦିଆଯାଇଛି । ଗଙ୍ଗାରେସ୍ନାନ କଲେ ମନୁଷ୍ୟର ସମସ୍ତପାପ ନାଶ ହୋଇଯାଇଥାଏ,ଏଭଳି ମାନ୍ୟତା ରହିଆସିଛି ।
ଏକଦା ଦେବୀଗଙ୍ଗା ଶ୍ରୀହରିଙ୍କୁ ଅଭିଯୋଗ କରିବା ପାଇଁ ବୈକୁଣ୍ଠଧାମଗଲେ, ଆଉ କହିଲେ, ପ୍ରଭୁ ! ମୋଜଳରେ ସ୍ନାନ କରିବାଦ୍ୱାରା ସମସ୍ତଙ୍କର ପାପ ନାଶ ହୋଇଯାଏ,ତେବେ ମୁଁ ଏହିସବୁ ପାପର ବୋଝ କିପରି ବହନ କରିବି ? ମୋପାଖରେ ଯେଉଁ ପାପସମୂହ ଜମାଟ ବାନ୍ଧି ରହିବେ, ମୁଁ ତାହାକୁ କିପରି କ୍ଷୟ କରିବି ?
ଏହାଶୁଣି ଶ୍ରୀହରି ସ୍ମିତହସି କହିଲେ, ‘ଦେବୀ ଗଙ୍ଗେ! ଯେତେବେଳେ ସାଧୁସନ୍ଥ,ବୈଷ୍ଣବ ଆସି ତୁମଜଳରେ ସ୍ନାନକରିବେ,ସେତେବେଳେ ତୁମରମଧ୍ୟ ସମସ୍ତ ପାପ ନାଶ(ଧୋଇ) ହୋଇଯିବ ।
ଗଙ୍ଗାନଦୀ ଏତେ ପବିତ୍ରଯେ ପ୍ରତ୍ୟେକ ହିନ୍ଦୁର ଅନ୍ତିମ ଇଚ୍ଛାଥାଏ,ଗଙ୍ଗାରେ ହିଁ ତାରଅସ୍ଥି ବିସର୍ଜନ କରାଯାଉ, କିନ୍ତୁ ଏହି ଅସ୍ଥିସବୁ ଯାଏ କେଉଁଆଡେ ?
ବୈଜ୍ଞାନିକମାନେ ମଧ୍ୟ ଏହାର ଉତ୍ତର ସ୍ପଷ୍ଟଭାବେ ଦେଇପାରି ନାହାଁନ୍ତି କାରଣ ଅସଂଖ୍ୟମାତ୍ରାରେ ଅସ୍ଥି ବିସର୍ଜନ ହେବାପରେ ମଧ୍ୟ ଗଙ୍ଗାଜଳ ପବିତ୍ର ଓ ପରମପାବନୀ ହୋଇ ରହିଆସିଛି ।ଗଙ୍ଗାସାଗର ପର୍ଯ୍ୟନ୍ତ ଅନ୍ୱେଷଣ କରିବାପରେ ମଧ୍ୟ ଏହି ପ୍ରଶ୍ନର ଉତ୍ତର ମିଳିପାରୁନାହିଁ ।
ସନାତନଧର୍ମାନୁସାରେ ମୃତ୍ୟୁପରେ ଆତ୍ମାର ଶାନ୍ତି ନିମିତ୍ତ ମୃତବ୍ୟକ୍ତିର ଅସ୍ଥି ଗଙ୍ଗାରେ ବିସର୍ଜନ କରିବାକୁ ଶ୍ରେଷ୍ଠତମ ମାନ୍ୟତା ଦିଆଯାଇଛି ।ଏହି ଅସ୍ଥିସବୁ ସିଧା ଯାଇ ଭଗବାନବିଷ୍ଣୁଙ୍କ ଚରଣରେ ବୈକୁଣ୍ଠଧାମରେ ପହଞ୍ଚିଯାଏ,ଏପରି ବିଶ୍ୱାସରହିଛି ।ଯେଉଁବ୍ୟକ୍ତିର ଅନ୍ତିମସମୟ ଗଙ୍ଗାନଦୀ ସମୀପରେ ହୋଇଥାଏ, ତାହାକୁ ମରଣୋପରାନ୍ତ ମୁକ୍ତିପ୍ରାପ୍ତି ହେଉଥିବା କଥାକୁ ବିଶ୍ୱାସ ମଧ୍ୟ କରାଯାଏ ।ଏହିକଥାରୁ ଗଙ୍ଗାମାତାଙ୍କ ପ୍ରତି ହିନ୍ଦୁମାନଙ୍କର ଆସ୍ଥା ଦୃଢହେବା ସ୍ୱାଭାବିକ ।
ବୈଜ୍ଞାନିକଦୃଷ୍ଟିରେ ଦେଖିଲେ, ଗଙ୍ଗାଜଳରେ ପାରଦ ଅର୍ଥାତ୍ ମର୍କୁରୀ ରହିଛି, ଯାହାରସଂସ୍ପର୍ଶରେ ଆସି ହାଡରେଥିବା କ୍ୟାଲସିୟମ୍ ଓ ଫସ୍ଫରସ୍ ଜଳରେ ମିଳାଇଯାଏ ।ଆଉ ତାହା ଜଳଜୀବମାନଙ୍କପାଇଁ ପୌଷ୍ଟିକ ଆହାରରେ ପରିଣତ ହୋଇଥାଏ । ହାଡରେ ଗନ୍ଧକ(ସଲଫର) ମଧ୍ୟ ରହିଥାଏ, ଯାହାକି ପାରା ସଂସ୍ପର୍ଶରେ ଆସି ପାରଦରେ ପରିଣତ ହୋଇଯାଏ ।
ଏହି ଉଭୟେ ମିଶି ମର୍କୁରୀ ସଲଫାଇଡ୍ ସଲ୍ଟ ତିଆରି କରିଥାନ୍ତି ।ହାଡରେ ରହିଥିବା ଅବଶିଷ୍ଟ କ୍ୟାଲସିୟମ୍ ଜଳକୁ ସ୍ୱଚ୍ଛ ରଖିବାରେ ମୁଖ୍ୟ ଭୂମିକା ମଧ୍ୟ ଗ୍ରହଣ କରିଥାଏ ।ଧାର୍ମିକଦୃଷ୍ଟିରେ କହିଲେ, ପାରଦ ଶିବଙ୍କ ପ୍ରତୀକ ଆଉ ଗନ୍ଧକ ଶକ୍ତିର ପ୍ରତୀକ ଅଟେ । ଅତଃ ଏହି ସମସ୍ତ ଜୀବ ଶେଷରେ ଶିବ ଓ ଶକ୍ତିଙ୍କ ସହିତ ବିଲୀନ ହୋଇ ଯାଆନ୍ତି।

Leave A Reply

Your email address will not be published.