ପଦ୍ମ ଧରିଲେ ଦେବାଶିଷ

0 87

ଭୁବନେଶ୍ୱର,୨୫।୨(ଏସଏସନିଉଜ)ବିଜେଡ଼ି ଛାଡି ବିଜେପିରେ ମିଶିଲେ ଦେବାଶିଷନାୟକ। ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପିକାର୍ୟ୍ୟାଳୟରେ ସେ ଆଜି ବିଧିବଦ୍ଧଭାବେ ବିଜେପିରେ ଯୋଗଦେଇଛନ୍ତି।ଆଜି ସେ ବିଜେଡି ପ୍ରାଥମିକସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିଲେ ।ଏନେଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ।ବିଜେଡିର ଏହି ବରିଷ୍ଠନେତା ଦେବାଶିଷ ବିଧାୟକ ଭାବରେ ୪ଥର ନିର୍ବାଚିତ ହୋଇଛନ୍ତି।୨୦୦୪- ୨୦୦୮ପର୍ଯ୍ୟନ୍ତ ବିଭିର୍ଣ ବିଭାଗରେ ଥିଲେ ମନ୍ତ୍ରୀ।କ୍ରୀଡା,ସୂଚନା ଓ ଲୋକସମ୍ପର୍କ ବିଭାଗର ଥିଲେ ମନ୍ତ୍ରୀ।୨୦୦୦ରୁ୨୦୦୯ପର୍ଯ୍ୟନ୍ତ ଥିଲେ ବିଧାୟକ।୨୦୧୯ରେ ଦେବାଶିଷଙ୍କୁ ଟିକେଟ ଦେଇନଥିଲେ ବିଜେଡି।ବିଜେପିରେ ସାମିଲ୍ ପରେ ବିଜେଡି ଉପରେ ବର୍ଷିଲେ ଦେବାଶିଷ ନାୟକ।ପୂର୍ବରୁ ଦଳ ଯେଭଳି ଥିଲା , ଆଉ ସେଭଳି ହୋଇ ରହିନି ବୋଲି କହିଛନ୍ତି।

Leave A Reply

Your email address will not be published.