ଆଜିର ରାଶିଫଳ

ରାକ୍ଷୀ ବନ୍ଧିବାର ଶୁଭ ମୂହୁର୍ତ୍ତ...

[ଗହ୍ମାପୂର୍ଣିମା ଓ ରାକ୍ଷୀବନ୍ଧନ]୧୯-୮-୨୦୨୪ (ସୋମବାର)ଅଦ୍ଯ ସିଂହ ଦି୪ନ, ଶ୍ରାବଣଶୁକ୍ଳ ପୂର୍ଣ୍ଣିମା ଦ୪୬।୫୬ ରାଘ ୧୨।୧୭ ଶ୍ରବଣା ଦ୯।୪ ଦିଘ ୯।୯,ମକର ଚନ୍ଦ୍ର ଦ୩୬।୨ ରାଘ୭।୫୬।
ଯୋଗିନୀ ବାୟବ୍ୟେ ।ରାତ୍ରି ଘ୧୨।୧୭ ଗତେପୂର୍ବେ ।ଯାତ୍ରାଦି ଶୁଭ କର୍ମ ନାସ୍ତି ।ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ରଶୁଦ୍ଧି ।ଦିବା ଘ୯।୯ ଗତେ ଶତଭିଷା ପୂର୍ବଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଆର୍ଦ୍ରା ପୁନର୍ବସୁ ଅଶ୍ଲେଷା ପୂର୍ବାଫାଃ ହସ୍ତା ସ୍ୱାତୀ ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ।ରାତ୍ରି ଘ୭।୫୬ ଗତେ କୁମ୍ଭ ମେଷ ବୃଷ ସିଂହ କନ୍ୟା ତୁଳା ଧନୁ ମକର ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ।ମିଥୁନ ରାଶିର ଘାତବାର ।ଦିବା ଘ୭।୭ ଗତେ ଦିବାଘ୮ ।୪୨ ମଧ୍ୟେ କାଳବେଳା ।ଘ ୨।୫୫ ଗତେ ଘ୪।୩୦ ମଧ୍ୟେ ବାରବେଳା ।ରାତ୍ରି ଘ୧୦।୨୦ ଗତେ ଘ ୧୧।୪୫ ମଧ୍ୟେ କାଳରାତ୍ରି ।ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ସ୍ତ୍ରୀ ତୈଳବର୍ଜନ । ମତ୍ସ୍ୟ,ମାଂସଭକ୍ଷଣ ନିଷେଧ ।ଅଦ୍ୟ ପୂର୍ଣ୍ଣିମାର ଚନ୍ଦ୍ରପୂଜା,ଉପବାସ,ବ୍ରତ ଓ ଅର୍ଘ୍ୟଦାନ ।ଶ୍ରୀମନ୍ଦିରରେ ଗହ୍ମାପର୍ବ ।ଶ୍ରୀବଳଭଦ୍ର ଦେବଙ୍କରଜନ୍ମୋତ୍ସବ ।ଗୋବନ୍ଦାପନା ଓ ଗୋପୂଜା ।ଦି ଘ ୧।୩୩ ପରେ ରାକ୍ଷୀବନ୍ଧନ ।ମନ୍ତ୍ର ଯଥା : “ ଯେନୋବଦ୍ଧୋ ବଳିରାଜା ଦାନବେନ୍ଦ୍ର ମହାସୁରଃ । ତେନାତ୍ଵାମପି ବଧାମି ରକ୍ଷମାଂ ତରମାଚଳା ।” କେନ୍ଦ୍ରାପଡ଼ା ଶ୍ରୀବଳଦେବଜୀଉଙ୍କର ମନ୍ଦିରରେ ବଳଦେବଙ୍କ ଜନ୍ମୋତ୍ସବ ।ଶରଣଂ ।
(ଅମୃତ) ଦିବା ଘ୭।୮ ମଧ୍ୟେ ଘ୧୦।୨୦ ଗତେ ଦିବା ଘ୧୨।୪୪ ମଧ୍ୟେ ରାତ୍ରି ଘ୬।୫୩ ଗତେ ଘ୯।୧୭ ମଧ୍ୟେ ଘ୧୧।୪୧ ଗତେ ଘ୨।୫୩ ମଧ୍ୟେ ।(ମାହେନ୍ଦ୍ର)–ଦିବା ଘ୩।୮ଗତେ ଘ୪।୪୪ ମଧ୍ୟେ ।
ମେଷ:-ଆପଣ ବ୍ୟବସାୟ ସମ୍ବନ୍ଧରେ ଭଲ ପରାମର୍ଶ ପାଇବେ। ସନ୍ତାନ ସଫଳତାରୁ ସୁଖ ଅନୁଭୂତି ମିଳିବ। ଅଫିସରେ ମହତ୍ତ୍ବପୂର୍ଣ୍ଣ କାମ ପାଇବେ।
ବୃଷ:-ପରିବାର ଲୋକଙ୍କର ପୂର୍ଣ୍ଣ ସ୍ନେହ ଓ ସହଯୋଗ ପାଇବେ।ବେପାରରେ ଅଚାନକ ଧନଲାଭ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
ମିଥୁନ:-ପରିବାରରେ ଧାର୍ମିକ ଅନୁଷ୍ଠାନ ଆୟୋଜନ ଲାଗି ପ୍ରସ୍ତୁତି କରିବେ।କାମରେ ଜୀବନସାଥୀ ସହଯୋଗ କରିବେ।ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇବ‌ା ପାଇଁ ଭାବିବେ।
କର୍କଟ:-ନିଜର କ୍ରୋଧଉପରେ ନିୟନ୍ତ୍ରଣ ରଖନ୍ତୁ। ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇବା ଲାଗି ଚେଷ୍ଟା କରିବେ।ଆଖପାଖର ଲୋକ ଆପଣଙ୍କର ବିରୋଧ କରିବେ।
ସିଂହ:-ବେପାର ବଢ଼ାଇବାପାଇଁ ନୂଆଯୋଜନା କରିବେ।ସମସ୍ୟାର ସମାଧାନ ହୋଇଯିବ। କାର୍ଯ୍ୟରେ ବନ୍ଧୁଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେ‌ବ।
କନ୍ୟା:-ବେପାରରେ ଅଚାନକ ଧନଲାଭର ଅବସର ପାଇବେ।ଅଫିସରେ ସହକର୍ମୀ ସହାୟତା କରିବେ। ଏଭଳି ଲୋକଙ୍କ ସହ ମିଶିବେ ଯେଉଁମାନେ ଭବିଷ୍ୟତରେ ସାହାଯ୍ୟ କରିବେ।
ତୁଳା:-ଅଫିସରେ ଅଧିକ ସମୟ ପରିଶ୍ରମ କଲେ ଯାଇ କାମ ପୂରା ହେବ।ବିବାଦଠୁଁ ଦୂରରେ ରୁହନ୍ତୁ। ନୂଆ କାମର ଯୋଜନା କରିବେ।ଆମଦାନି ଉତ୍ସରେ ବୃଦ୍ଧି ହେବ।
ବିଛା:-ଆର୍ଥିକ ପକ୍ଷ ସୁଦୃଢ଼ ରହିବ।କାମକୁ ନେଇ କର୍ତ୍ତୃପକ୍ଷ ଆପଣଙ୍କର ପ୍ରଶଂସା କରିବେ।ସନ୍ଧ୍ୟାରେ ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।
ଧନୁ:-ଆପଣଙ୍କ ଧ୍ୟାନ ଧାର୍ମିକକାର୍ଯ୍ୟରେ ଲାଗି ରହିବ। ବୈବାହିକ ଜୀବନରେ ନୂଆନୂଆ ଖୁସି ଆସିବ। ଘରୋଇ ଜିନିଷ କିଣିବାଲାଗି ମାନସିକସ୍ତରରେ ପ୍ରସ୍ତୁତି କରିବେ।
ମକର:-ବେପାରପାଇଁ କୌଣସି ବଡ଼କଂପାନି ସହ ଚୁକ୍ତିର ଅବସର ପାଇବେ। ସମ୍ବନ୍ଧକୁ ମଜଭୁତ କରିବା ଲାଗି ଚେଷ୍ଟା କରିବେ।ଶିକ୍ଷାର୍ଥୀ ନୂଆପାଠ୍ୟକ୍ରମରେ ପ୍ରବେଶ କରିବେ।
କୁମ୍ଭ:-ଆପଣଙ୍କୁ ଧନଲାଭର ମଉକାମିଳିବ।ନୂଆ କାମର ରୁଚିବଢ଼ିବ।ପାରିବାରିକ ଜୀବନ ଉତ୍ସବମୁଖର ହେବ।ବ୍ୟବସାୟରେ ପ୍ରଗତିଲାଗି ଦିନଟି ବହୁତ ଭଲ।
ମୀନ:-ଶୁଭ ଖବରପାଇବେ।ଶିକ୍ଷାର୍ଥୀ ଲେଖାପଢ଼ାରେ ପରିବର୍ତ୍ତନ ପାଇଁ ଭାବିବେ।ଅଫିସରେ ବାତାବରଣ ଟିକେ ଅଲଗା ରହିବା ଯୋଗୁଁ କାମ ପୂରା କରିବାକୁ ସମୟ ଲାଗିବ।

ରାକ୍ଷୀପୂର୍ଣ୍ଣିମା ଦିନ ଆପଣାନ୍ତୁ ଏହି ଉପାୟ, ଘରକୁ ଆସିବେ ଧନର ଦେବୀ ମାଲକ୍ଷ୍ମୀ……
ରାକ୍ଷୀପୂର୍ଣ୍ଣିମା ହେଉଛି ଭାଇ-ଭଉଣୀ ସ୍ନେହରବନ୍ଧନ ।ଅତି ସ୍ନେହରେ ଭଉଣୀମାନେ ନିଜଭାଇ ହାତରେ ରାଖୀବାନ୍ଧନ୍ତି ।ସାରାଜୀବନ ଭଉଣୀର ରକ୍ଷା କରିବା ପାଇଁ ଭାଇ ମାନେ ପ୍ରତିଜ୍ଞାକରନ୍ତି ।ଶ୍ରାବଣମାସର ପୂର୍ଣ୍ଣିମା ଦିନକୁ ରାକ୍ଷୀପୂର୍ଣ୍ଣିମା ଭାବେ ପାଳନ କରାଯାଏ ।ଚଳିତବର୍ଷ ୧୯ ଅଗଷ୍ଟ ୨୦୨୪ସୋମବାର ଦିନ ରାକ୍ଷୀପୂର୍ଣ୍ଣିମା ପାଳନ କରାଯିବ ।ଭାଇ ଏବଂ ଭଉଣୀଙ୍କପାଇଁ ଏହି ଦିନ ଖାସ୍ ରହିଛି । କିନ୍ତୁ ରାକ୍ଷୀପୂର୍ଣ୍ଣିମାଦିନ ଯଦି ଆପଣ କିଛି ଖାସଉପାୟ କରନ୍ତି, ତେବେ ମାଲକ୍ଷ୍ମୀ ଖୁସିହୁଅନ୍ତି ଏବଂ ଆପଣଙ୍କଘରେ ଧନସମ୍ପତ୍ତି ବର୍ଷିବ ।ତେବେ ରାକ୍ଷୀପୂର୍ଣ୍ଣିମା ମାଲକ୍ଷ୍ମୀଙ୍କୁ ଖୁସି କରିବାର ଉପାୟ ଜାଣି ରଖନ୍ତୁ ।ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯଦି ରାକ୍ଷୀପୂର୍ଣ୍ଣିମା ଦିନ କିଛି ଖାସ୍ ଉପାୟକୁ ଆପଣାଉଛନ୍ତି ତେବେ ଏହା ଅତ୍ୟନ୍ତ ଲାଭଦାୟକ ହେବ ।ରାକ୍ଷୀପୂର୍ଣ୍ଣିମା ଦିନ ରାକ୍ଷୀବାନ୍ଧିବା ପୂର୍ବରୁ ନିଶ୍ଚିତ ଭାବରେ ମାଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କପୂଜା କରନ୍ତୁ । ଗଣେଶଙ୍କୁ ଏକ ହଳଦିଆ ରଙ୍ଗର ରକ୍ଷାସୂତ୍ର ବାନ୍ଧନ୍ତୁ ।ଏହା ପରେ ଶୁଭସମୟରେ ହିଁ ଭାଇ ହାତରେ ରାକ୍ଷୀ ବାନ୍ଧନ୍ତୁ ।ଗରିବ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କଲେ ମାଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।ଦାନ ଓ ଧର୍ମକଲେ ମଧ୍ୟ ମାଲକ୍ଷ୍ମୀ ଖୁସିହୁଅନ୍ତି ।ଯେଉଁମାନେ ଏଭଳି କର୍ମକରନ୍ତି ସେମାନଙ୍କ ଉପରେ ମାଙ୍କକୃପା ରୁହେ ।ତେଣୁ ରାକ୍ଷୀପୂର୍ଣ୍ଣିମା ଦିନ ଭାଇ ଓ ଭଉଣୀମାନେ ଏକାଠିହୋଇ ଗରିବ ଲୋକଙ୍କୁ ସାମର୍ଥ୍ୟ ଅନୁଯାୟୀ ଦାନ କରିବା ଉଚିତ ।ଏଭଳି କରିବାଦ୍ୱାରା ଭାଇ-ଭଉଣୀ ସମ୍ପର୍କ ଭଲ ରହିଥାଏ ।ଭଉଣୀମାନେ ମନେରଖିବା ଉଚିତ୍ ଯେ ଭାଇହାତରେ ରାକ୍ଷୀବାନ୍ଧିବା ବେଳେ ୩ଟିଗଣ୍ଠି ବାନ୍ଧିବା ଉଚିତ୍ । ଏହା ସମ୍ପର୍କରେ ଦୃଢ଼ତା ଆଣେ ।
କେତେବେଳେ ରାକ୍ଷୀ ବନ୍ଧିବେ ଜାଣନ୍ତୁ ଶୁଭ ମୂହୁର୍ତ୍ତ…
ଜ୍ୟୋତିର୍ବିଦଙ୍କ ଅନୁସାରେ, ୧୯ ଅଗଷ୍ଟ ଶ୍ରାବଣପୂର୍ଣ୍ଣିମା ଦିନ ଭୋର ୩ଟା ୪ମିନିଟରୁ ପୂର୍ଣ୍ଣିମାତିଥି ଆରମ୍ଭ ହେବ, ଆଉ ଏହା ରାତି୧୧ଟା୫୫ ମିନିଟଯାଏଁ ରହିବ ।ତେବେ ସୂର୍ଯ୍ୟଦୟ ପୂର୍ବରୁ ହିଁ ଭଦ୍ରାର ଛାୟା ରହିବ,ଯାହାର ସମାପ୍ତ ୧ଟା ୨୯ ମିନିଟରେ ହେବ ।ଏହି ଭଦ୍ରାକାଳରେ ସାଧାରଣ ଭାବେ ରାକ୍ଷୀ ବାନ୍ଧିବାକୁ ବାରଣ କରାଯାଏ ।କାରଣ ଭଦ୍ରାକାଳରେ ରାକ୍ଷୀବାନ୍ଧିବାକୁ ଅଶୁଭ ଗଣନା କରଯାଏ ।ମାନ୍ୟତା ଅନୁଯାୟୀ, ରାବଣଙ୍କ ଭଉଣୀ ତାଙ୍କୁ ଭଦ୍ରାକାଳରେ ହିଁ ରାକ୍ଷୀ ପିନ୍ଧାଇଥିଲା, ଆଉ ରାବଣର ବିନାଶ ହୋଇଥିଲା ।ଏହାପରେ ଭଦ୍ରାକାଳରେ ରାକ୍ଷୀପିନ୍ଧାଇବାରୁ ଦୂରେଇ ରହିବାକୁ କୁହାଯାଏ ।ଅର୍ଥାତ୍ ଆସନ୍ତାକାଲି ଦିନ୧ଟା୩୨ ପରେ ଆପଣ ନିଜଭାଇ କୁ ରାକ୍ଷୀ ପିନ୍ଧାଇପାରିବେ ।ରାକ୍ଷୀ ବାନ୍ଧିବା ପାଇଁ ଦିନ ୧ଟା୩୨ରୁ ସଂଧ୍ୟା ୭ଟା ମଧ୍ୟରେ ସବୁଠାରୁ ଶୁଭମୁହୂର୍ତ୍ତ !!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

- Advertisement -

Leave A Reply

Your email address will not be published.